Posted inଜାତୀୟ

ଶେଷରେ କୃଷକଙ୍କ ଜିଦ୍ ସାମ୍ନାରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୭ ।୧୧: କୃଷି ଆଇନ୍ ବିରୋଧରେ ପଞ୍ଜାବରୁ ମାର୍ଚ୍ଚ ବାହାର କରିଥିବା କୃଷକଙ୍କୁ ଦିଲ୍ଲୀ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଶୁକ୍ରବାର ପୋଲିସ ଓ କୃଷକ ମଧ୍ୟରେ ଉପୁଜିଥିବା ଟଣାଭିଡା ମଧ୍ୟରେ ଦିଲ୍ଲୀର ବୁରାଡିରେ ଥିବା ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିବାକୁ କୃଷକଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏଥର କୃଷକ ଦିଲ୍ଲୀର ଆଉ କୌଣସି ଅଞ୍ଚଳକୁ ଯାଇ ପାରିବେ ନାହିଁ । ଏହାସହ ପୋଲିସ ଏବେ ସେମାନଙ୍କ ସହ ରହିବ । ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକ ଓ ପୋଲିସ ମଧ୍ୟରେ ଶୁକ୍ରବାର ସିନ୍ଧୁ ବର୍ଡରରେ ଖୁବ୍ କସରତ ହୋଇଥିଲା । କୃଷକମାନେ ପୋଲିସ ଉପରକୁ ପଥର ମାଡ କରିଥିବା ବେଳେ ପୋଲିସ ପାଣି ଓ ଲୁହା ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଅନୁମତି ମିଳିବା ପରେ ଏବେ ପୋଲିସ ଓ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ନେଇ ଚିନ୍ତା କରାଯାଇନି

ନୂଆଦିଲ୍ଲୀ, ୩୦ା୩: ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂସଦକୁ ଯାଇ ଦଳୀୟ ଏମ୍‌ପିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।...

ମିଳିମିଳା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଲା ପ୍ରଶାସନ…

ମାଲାପୁରାମ,୮।୧୨ : କେରଳର ମାଲାପୁରାମରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ,...

ତାମିଲନାଡ଼ୁରେ ‘ଜାଲ୍ଲିକାଟ୍ଟୁ’କୁ ଅନୁମତି

ଚେନ୍ନାଇ, ୧୧ା୧:କୋଭିଡ୍‌ ସଂକ୍ରମଣ ବୃଦ୍ଧି ମଧ୍ୟରେ ତାମିଲନାଡ଼ୁ ସରକାର ସୋମବାର ଜାଲ୍ଲିକାଟ୍ଟୁ (ଷଣ୍ଢକୁ କାବୁ କରିବା ପ୍ରତିଯୋଗିତା)କୁ ଅନୁମତି ଦେଇଛନ୍ତି। ପ୍ରତିବର୍ଷ ଜାନୁୟାରୀରେ ପୋଙ୍ଗଲ ସମୟରେ...

ଅମାନିଆଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାସ୍କ୍‌ ନ ପିନ୍ଧିଲେ କରୋନା କେନ୍ଦ୍ରରେ ୧୫ ଦିନ ମାରିବାକୁ ପଡ଼ିବ ଝାଡୁ

ସୁରଟ,୨।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମାତ୍ର ଏହାକୁ ଅମାନିଆମାନେ ଉଲ୍ଲଂଘନ...

ସକ୍ରିୟ ମାମଲା କମୁଛି,ଦୈନିକ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ, ୨୬।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ବିବାଦୀୟ କାଳୀ ପୋଷ୍ଟର ମାମଲା, ସାରା ଦେଶରେ ଦାଖଲ ହୋଇଥିବା ସମସ୍ତ ଏଫ୍‌ଆଇଆର ଯାଞ୍ଚ କରିବ ଦିଲ୍ଲୀ ପୋଲିସ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୪: ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟ ହୋଇଛି। ତାଙ୍କ...

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି...

ମୁଣ୍ଡକାର ସେହି ଘରେ ଲାଗିଲା ନିଆଁ ଯେଉଁଠାରେ ୨୭ ଜଣଙ୍କ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୧୬ ।୧: ରାଜଧାନୀ ଦିଲ୍ଲୀର ବାହାର ଜିଲା ମୁଣ୍ଡକା ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ବିଲଡିଂରେ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଆଁ ଲାଗିଥିବା...

Advertisement
Archives

Model This Week