Posted inଜାତୀୟ

ମମତା ସରକାରଙ୍କୁ ବଡ଼ ଝଟ୍‌କା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ସରଗରମ ହୋଇଛି। ଶୁକ୍ରବାର ମମତା ବାନାର୍ଜୀଙ୍କ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିଏମ୍‌ସି ଦଳର ନେତା ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମମତା ସରକାରରେ ପରିବହନ ମନ୍ତ୍ରୀ ଥିବା ଶୁଭେନ୍ଦୁ ଗତ କିଛି ଦିନ ହେବ ବିଦ୍ରୋହୀ ଆଚରଣ କରୁଥିଲେ। ଶୁଭେନ୍ଦୁ ଅଧିକାରୀ ପରିବହନ ମନ୍ତ୍ରୀ ଥିଲେ ଏବଂ ଦଳ ଭିତରେ ତାଙ୍କର ବେଶ୍‌ ଦବ୍‌ଦବା ରହିଥିଲା। ପଶ୍ଚିମବଙ୍ଗ ରାଜନୀତିରେ ସେ ବେଶ୍‌ ଜଣାଶୁଣା ଚେହେରା ମଧ୍ୟ ଥିଲେ। ଗତ କିଛିଦିନ ହେବ ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ହଠାତ୍‌ ତାଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘଟଣା ସେ ଆଡ଼କୁ ଇଶାରା କରୁଛି। ଏହା ପୂର୍ବରୁ ଅର୍ଥାତ୍‌ ଗୁରୁବାର ସେ ହୁଗୁଳୀ ରିଭର ବ୍ରିଜ କମିଶନର ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେଥିରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ଏନେଇ ସେ ରାଜ୍ୟପାଳଙ୍କୁ ମଧ୍ୟ ସୂଚନା ଦେଇସାରିଛନ୍ତି। ରାଜ୍ୟର ସେବା କରିବାକୁ ମମତା ତାଙ୍କୁ ସୁଯୋଗ ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ମିନିଟ୍‌ରେ ୪ ଥର ଥରିଲା ମହାରାଷ୍ଟ୍ର : ଜଣେ ମୃତ

ପାଲଘର,୨୫।୭: ମହାରାଷ୍ଟ୍ର ପାଲଘର ଜିଲା ଡାହାନୁ ଅଞ୍ଚଳରେ ଗୁରୁବାର ହୋଇଥିବା ଭୂକମ୍ପରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂକମ୍ପର ତୀବ୍ରତା...

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଅହମଦାବାଦ, ୪।୬: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ଏଠାରେ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ...

ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର ଆଫଗାନ୍‌

ମାଟିତଳେ ରତ୍ନ ସମ୍ପଦର ପ୍ରାଚୁର୍ଯ୍ୟ, ଉପରେ ଉତ୍କଟ ଦାରିଦ୍ର୍ୟର ଅଖଣ୍ଡ ରାଜୁତି। ଏହା ହେଉଛି ସମ୍ପ୍ରତି ତାଲିବାନ ନିୟନ୍ତ୍ରଣରେ ଥିବା ପଡ଼ୋଶୀ ଆଫ୍‌ଗାନିସ୍ତାନର ପରିଚୟ। ପାଶ୍ଚାତ୍ୟ...

ଅମାନିଆଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାସ୍କ୍‌ ନ ପିନ୍ଧିଲେ କରୋନା କେନ୍ଦ୍ରରେ ୧୫ ଦିନ ମାରିବାକୁ ପଡ଼ିବ ଝାଡୁ

ସୁରଟ,୨।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମାତ୍ର ଏହାକୁ ଅମାନିଆମାନେ ଉଲ୍ଲଂଘନ...

‘ମଦ୍ୟପାନ କରୁଥିବା ଲୋକେ ମହାପାପି’

ପାଟଣା,୩୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ୍ୟପାନ କରୁଥିବା ଲୋକଙ୍କୁ ମହାପାପି କହିଛନ୍ତି। ଏଥିସହିତ ବିଷାକ୍ତ ମଦ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ...

କ୍ଷୀର ସହିତ ଏବେ ୯ ଶହ ଟଙ୍କା ଦେବେ ଗୋ ମାତା

ଲକ୍ଷ୍ନୌ,୨୨।୮: ଏଣିକି ଗୋ ମାତା କ୍ଷୀର ସହିତ ୯ ଶହ ଟଙ୍କା ମଧ୍ୟ ଦେବେ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲାରେ ଗୋବଂଶ ସୁରକ୍ଷା ପାଇଁ ଜିଲାପାଳ ଶୈଳେନ୍ଦ୍ର...

ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୩ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି।...

ଦିଲ୍ଲୀକୁ ପଡ଼ୋଶୀ ରାଜ୍ୟରୁ ଆସୁଛି ୭୦ ପ୍ରତିଶତ ପ୍ରଦୂଷଣ…

ନୂଆଦିଲ୍ଲୀ, ୧୧।୬ : ରାଜଧାନୀରେ ପ୍ରଦୂଷଣର ପଡୋଶୀ ରାଜ୍ୟ ହେଉଛି ମୁଖ୍ୟ କାରଣ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି...

Advertisement
Archives

Model This Week