ବିସ୍ଥାପିତ ନୀତି କାର୍ଯ୍ୟକାରୀ କରାଯାଉ: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୩।୮(ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ଆଇଆରଇଏଲ୍‌ ପକ୍ଷରୁ ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁର୍ନବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ ବ୍ରହ୍ମପୁର ସ୍ଥିତ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ହୋଇଥିବା ଆରପିଡିଏସି ବୈଠକରେ ଗୃହିତ ନିଷ୍ପତିଗୁଡିକୁ କାର୍ଯ୍ୟକାରୀ କରିବା ଏବଂ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରିବା ଦାବି ନେଇ ସୋମବାର ଗଞ୍ଜାମ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି l

ଗୋଟେ ପଟେ ସମୁଦ୍ରରେ ଗାଁ ଲୀନ ହେବା ଭୟ ଥିବା ବେଳେ ଅନ୍ୟପଟେ ଆଇଆରଇଏଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ ହେଉନାହିଁ। ଫଳରେ ମତ୍ସ୍ୟଜୀବୀମାନେ ଘଡିସନ୍ଦୀ ମୁହୂର୍ତ୍ତରେ ରହିଛନ୍ତି। ଏନେଇ ଗ୍ରାମ୍ୟ କମିଟି ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡା ଏବଂ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳଙ୍କୁ ଭେଟି ଏକ ଲିଖିତ ଭାବେ ଦାବୀ ପତ୍ର ପ୍ରଦାନ କରିଛନ୍ତି l

ଗୋପାଳପୁର ବନ୍ଦରର ଖାମଖିଆଲି ନୀତି ଏବଂ ଅବହେଳା ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ କୁହାଯାଇଛି l ଏହା ସହିତ ଆଇଆରଇଏଲ କମ୍ପାନୀ ଗ୍ରାମବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରାୟ ୮/୯ ବର୍ଷ ଧରି ଡ୍ରେଜିଙ୍ଗ କରୁଥିଲେ ମଧ୍ୟ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରି ନାହିଁ l ଏଣୁ ୨୦୧୮ରେ ସମସ୍ତ ଗୃହିତ ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ଗ୍ରାମ୍ୟବାସୀ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଅନ୍ୟପକ୍ଷେ ଆର୍ଯ୍ୟପଲ୍ଲୀ ଉପକୂଳ କ୍ଷୟ ପ୍ରଶମନ ପ୍ରସ୍ତାବ ପ୍ରକଳ୍ପ ସମ୍ପର୍କରେ ଚେନ୍ନାଇ ସ୍ଥିତ ଜାତୀୟ ସମୁଦ୍ର ପ୍ରଯୁକ୍ତିବିଦ୍ୟା ସଂସ୍ଥାନର ରିପୋର୍ଟ ଉପରେ ଜଳ ସେଚନ ବିଭାଗ ପକ୍ଷରୁ ଡ୍ରାଫ୍ଟ ଡିପିଆର ଦାଖଲ କରାଯାଇଛି। ଆସନ୍ତା ୧୦ ତାରିଖରେ ଚୂଡ଼ାନ୍ତ ଡିପିଆର ଦାଖଲ କରାଯିବ । ଏହା ସହିତ ଏହି ପ୍ରକଳ୍ପ ନିମନ୍ତେ ୨/୩ ମାସ ମଧ୍ୟରେ ଟେଣ୍ଡର ବାହାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି l

ଗ୍ରାମବାସୀ କହିଛନ୍ତି ଯେ,ସେମାନଙ୍କ ଦାବିଗୁଡିକ ଆସନ୍ତା ୭ ଦିନ ମଧ୍ୟରେ କିଛି ସମାଧାନ ବାଟ ନ ବାହାରିଲେ l ଅଗଷ୍ଟ ୧୦ରୁ ଆଇଆରଇଏଲ କମ୍ପାନୀ ଏବଂ ଗୋପାଳପୂର ପୋର୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଗଣ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ।

ଏହି ଦାବୀପତ୍ର ପ୍ରଦାନ ବେଳେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ବି. ସୀମା, ଗଞ୍ଜାମ ଜିଲା ମତ୍ସ୍ୟଜୀବି ନେତା ତଥା ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁରେୟା, ପୂର୍ବତନ ସାଧାରଣ ସମ୍ପାଦକ ଏମ୍‌. ଦିଲ୍ଲୀପ, ଏନ. ଦିନବନ୍ଧୁ, କେ. ଦାଶରଥୀ, ଜି ସନ୍ୟାସୀ, ମାସିଆନୁ ଓ ଏଲ୍‌. ଏରେୟାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?