ରାଜ୍ୟରେ ୭୫୯ ଜଳ ଯୋଗାଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ

ଯାଜପୁର ଅଫିସ,୧୪ା୨: ଜାନୁୟାରୀ ୨୦୨୧ ସୁଦ୍ଧା ରାଜ୍ୟରେ ୭୫୯ ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ୩୨ଟି ଡିଭିଜନରେ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି । ସେଥିମଧ୍ୟରୁ ଯାଜପୁର ଡିଭିଜନରେ ସର୍ବାଧିକ ୯୫ ପ୍ରକଳ୍ପ ରହିଛି। ନିର୍ଦ୍ଧାରିତ ଅବଧି (୬ ମାସରୁ ୧ ବର୍ଷ) ଅତିକ୍ରାନ୍ତ ହୋଇ ସାରିଥିଲେ ବି ଉପରୋକ୍ତ ପ୍ରକଳ୍ପ କାମ ସରିନାହିଁ । ଏହାକୁ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିୟମ ଭଙ୍ଗ କରିଥିବା ସମ୍ପୃକ୍ତ ଠିକାଦାରମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବାକୁ ସେ ବିଭାଗୀୟ ସମସ୍ତ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ଚୁକ୍ତି ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ଆଉ କିଛିଦିନ ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବା ସମ୍ଭାବନା ରହିଛି । ଖରା ବଢ଼ିଲେ ଜଳ ସଙ୍କଟ ଦେଖାଦେବ । ଗ୍ରାମାଞ୍ଚଳର ନଦୀ, ପୋଖରୀ, କୂଅ ଓ ନଳକୂପର ଜଳସ୍ତର ହ୍ରାସ ପାଇବ । ଏପରି ପରିସ୍ଥିତିର ମୁକାବିଲା ପାଇଁ ସରକାର ଉପରୋକ୍ତ ପାନୀୟ ଜଳ ପ୍ରକଳ୍ପ କାମ ଜାନୁୟାରୀ ୨୦୨୧ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାମ ଶେଷ ନ ହେବା ବିଭାଗୀୟ ବିଫଳତାକୁ ସ୍ପଷ୍ଟ କରିଛି । ଅନ୍ୟପକ୍ଷେ ଗ୍ରାମାଞ୍ଚଳ ଲୋକଙ୍କୁ ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିବ ବୋଲି ଆଶଙ୍କା କରାଯାଉଛି । ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀମାନେ ନିଜ ପ୍ରତିଶ୍ରୁତି ପାଳନ କରୁ ନ ଥିବାରୁ ସାଧାରଣ ଲୋକଙ୍କ ପାଖରେ ରାଜ୍ୟ ସରକାର ଅପଦସ୍ଥ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଭୂତଳ ଜଳ ପୁନଃଭରଣ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ସ୍ବାଭାବିକ ଜଳସ୍ତର ନିମ୍ନଗାମୀ ହୋଇଥାଏ। ଫଳରେ ନଳକୂପଗୁଡ଼ିକରୁ ଲୋକଙ୍କ ଚାହିଦା ମୁତାବକ ପାଣି ମିଳି ନ ଥାଏ। ଏଥିପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳ ଲୋକେ କିପରି ପାଇପ୍‌ ଯୋଗେ ପାନୀୟ ଜଳ ପାଇପାରିବେ, ସେ ନେଇ ରାଜ୍ୟ ସରକାର ପିଡବ୍ଲ୍ୟୁଏସ୍‌ କାର୍ଯ୍ୟକାରୀ କରିଛନ୍ତି। ଗତ ୨ ବର୍ଷ ହେଲା ଏଥିପାଇଁ ଗୁରୁତ୍ୱାରୋପ କରାଯାଇଛି ା ପ୍ରତି ଆରଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନରେ ବସୁଧା, ଜଳ ଜୀବନ ମିଶନ (ଜେଜେଏମ୍‌) ଓ ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଆର୍‌ଆଇଡିଏଫ୍‌) ଯୋଜନାରେ ଶତାଧିକ ପିଡବ୍ଲ୍ୟୁଏସ୍‌ କାର୍ଯ୍ୟକାରୀ ହେଉଛି। ପିଡବ୍ଲ୍ୟୁଏସ୍‌ ପିଛା ପ୍ରାୟ ୫୦ ଲକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ଓ ଠିକାଦାରଙ୍କ ଅବହେଳା ସହ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହି କ୍ରମରେ ଅନୁଗୋଳ ଡିଭିଜନରେ ୧୬, ଆଠଗଡରେ ୪, ବାଲେଶ୍ୱରରେ ୫୨, ବରଗଡ଼ରେ ୪୭, ବାରିପଦାରେ ୨୧, ବ୍ରହ୍ମପୁରରେ ୨୨, ଭଦ୍ରକରେ ୪୫, ଭଞ୍ଜନଗରରେ ୧୯, ଭୁବନେଶ୍ୱରରେ ୧୭, ବଲାଙ୍ଗୀରରେ ୬୦, ବୌଦ୍ଧରେ ୧, କଟକରେ ୨୭, ଦେବଗଡ଼ରେ ୧, ଢେଙ୍କାନାଳରେ ୧୩, ଗଜପତିରେ ୩, ଜଗତ୍‌ସିଂହପୁରରେ ୭, ଯାଜପୁରରେ ୯୫, କଳାହାଣ୍ଡିରେ ୫୦, ଫୁଲବାଣୀରେ ୪୮, କେନ୍ଦ୍ରାପଡ଼ାରେ ୩୭, କୋରାପୁଟରେ ୭, ମାଲକାନଗିରିରେ ୨, ନବରଙ୍ଗପୁରରେ ୩, ନୟାଗଡ଼ରେ ୫୦, ନୂଆପଡ଼ାରେ ୭, ପୁରୀରେ ୨୧, ରାଇରଙ୍ଗପୁରରେ ୯, ରାୟଗଡ଼ାରେ ୧୩, ରାଉରକେଲାରେ ୨୬, ସମ୍ବଲପୁରରେ ୧୦, ସୁବର୍ଣ୍ଣପୁରରେ ୨୩ ଓ ସୁନ୍ଦରଗଡ଼ ଡିଭିଜନରେ ୩ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି।

ଏହାବାଦ୍‌ ପୂର୍ବରୁ ନିର୍ମାଣ ହୋଇଥିବା ଅଧିକାଂଶ ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ଚାହିଦା ପୂରଣ କରିପାରୁ ନାହିଁ ା ପ୍ରାୟ ୮୦% ସୌରଚାଳିତ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। କେତେକ ସ୍ଥାନରେ ପ୍ରକଳ୍ପ ଅଚଳ ରହୁଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ସରକାରଙ୍କୁ ଭୁଲ ରିପୋର୍ଟ ଦେଇ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡୀୟ ନିର୍ବାହୀଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ରିସିଭ ନ କରିବାରୁ ତାଙ୍କ ମତାମତ ମିଳିପାରି ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri