Posted inଜାତୀୟ

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି ଦକ୍ଷିଣପନ୍ଥୀ ଆପ୍ରବାସନ ବିରୋଧୀ ବିକ୍ଷୋଭକାରୀ ତାଙ୍କ ବିରୋଧରେ ଅଶ୍ଳୀଳ ଭାଷାରେ ସ୍ଲୋଗାନ ଦେଇଥିଲେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଗୁରୁବାର ମେଲ୍‌ବୋର୍ନର ମାର୍ଭେଲ ଷ୍ଟାଡିୟମ୍‌ରେ ମୋଦି ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ଉକ୍ତ ବ୍ୟକ୍ତି ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉଚ୍ଚ ସ୍ବରରେ ବାଜୁଥିବା ସଙ୍ଗୀତ ଯୋଗୁ ତାଙ୍କ ଶବ୍ଦ ଚପିଯାଇଥିଲା। ପରେ ସୁରକ୍ଷା କର୍ମୀ ତାଙ୍କୁ ସେଠାରୁ ତଡ଼ିଦେଇଥିଲେ। ସୋସିଆଲ ମିଡିଆର ଶେୟାର ହୋଇଥିବା ଏକ କ୍ଲିପ୍‌ରୁ ବିକ୍ଷୋଭକାରୀ ଜଣକ ହ୍ୟୁଗୋ ଲେନନ୍‌ ଓ ଜଣେ ଅନ୍‌ଲାଇନ ଅପରେଟର ବୋଲି ଚିହ୍ନଟ ହୋଇଛନ୍ତି। ହୋଟେଲ ଲବିରେ ମୋଦିଙ୍କୁ ରେଡ୍‌ କାର୍ପେଟ ସ୍ବାଗତ କରାଯାଉଥିବାବେଳେ ଲେନନ୍‌ ତାଙ୍କୁ ଚାହିଁ ଚିତ୍କାର କରୁଥିବା ଦେଖାଯାଇଥିଲା। ଏହା ଅଷ୍ଟ୍ରେଲିଆ, ଏଠାରେ ଆଉ ଭାରତୀୟଙ୍କ ସ୍ଥାନ ନାହିଁ, ଆମେ ଆଉ ଅଧିକ ଅପ୍ରବାସୀଙ୍କୁ ଚାହୁଁନାହୁଁ, ଏହି ଦେଶ କେବଳ ଅଷ୍ଟ୍ରେଲୀୟମାନଙ୍କ ପାଇଁ ବୋଲି ଲେନନ୍‌ ଚିତ୍କାର କରି କହୁଥିଲେ। ପ୍ରଥମ ମହଲା ବାଲ୍‌କୋନିରୁ ଲେନନ୍‌ଙ୍କୁ ପୋଲିସ ଘୋଷାରି ନେଇଥିଲା। ଲେନନ୍‌ ମୋଦିଙ୍କ ରହଣି ଓ କାର୍ଯ୍ୟକ୍ରମ ସ୍ଥଳ ସମ୍ପର୍କରେ କିପରି ଜାଣିଲେ ଓ ଏତେ ନିକଟକୁ ଗଲେ କିପରି ବୋଲି ପ୍ରଶ୍ନ ଉଠିଛି। ଗସ୍ତ ବେଳେ ମୋଦି ସହରର କେଉଁ ସ୍ଥାନକୁ ଯିବେ ତାହା କେତେକ ଦକ୍ଷିଣପନ୍ଥୀ ଇନ୍‌ଫ୍ଲୁଏନ୍ସର ପୂର୍ବରୁ ଶେୟାର କରିଥିଲେ ବୋଲି ସିଡ୍‌ନୀ ମର୍ନିଂ ହେରାଲ୍ଡ ପ୍ରକାଶ କରିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri