ହାଣ୍ଡି ମାଠିଆ ଧରି ଧାରଣା, ସମସ୍ୟା ସମାଧାନ ନେଇ ଦାବିପତ୍ର

ଗୁଣପୁର,୧୨।୧(ଡି.ଏନ୍‌.ଏ.) – ରାୟଗଡା ଜିଲା ଗୁଣପୁର ସହର ମହିମା ନଗରଠାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏହା ବିରୋଧରେ ଲୋକମାନେ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ସହ ସେଠାରେ ପ୍ରତିବାଦ ଜଣାଇଛନ୍ତି। ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅଭିଯୋଗ ବାକ୍ସରେ ପକାଇଛନ୍ତି। ମହିମା ନଗରଠାରେ ଦୁଇଟି ନଳକୂପ ଏବଂ ଗୋଟିଏ କୂଅ ରହିଛିା ନଳକୂପରୁ ଗୋଳିଆ ପାଣି ଆସୁଥିବାବେଳେ କୁଅଟି ଶୁଖି ଯାଇଛି। ଲୋକଙ୍କୁ ପାନୀୟ ଜଳ ଠିକ୍‌ଭାବେ ମିଳୁନି। ଅପରପକ୍ଷେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ଜଳଯୋଗାଣ ବ୍ୟବସ୍ଥା ହୋଇଛି ତାହା ସଠିକ ଭାବେ ମିଳୁନି। ଏହାର ପ୍ରତିବାଦରେ ଲୋକମାନେ ଜନସ୍ବାସ୍ଥ୍ୟବିଭାଗ କାର୍ଯ୍ୟାଳୟ ଆଗରେ ହାଣ୍ଡିମାଠିଆ ଧରି ଧାରଣା ଦେଇଥିଲେ। ନିୟମିତ ଏବଂ ସଠିକ ସମୟରେ ଜଳ ଯୋଗାଣ କରାଯାଉ ବୋଲି ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରଓ୍ବାଲଙ୍କୁ ଦାବି ଜଣାଇଥିଲେ। ସାହିକୁ ଯାଇ ସମସ୍ୟା ବୁଝି ସମାଧାନ କରିବି ବୋଲି ସହକାରୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

୪୦୦ଟଙ୍କା ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ବାପାକୁ ପିଟିପିଟି ହତ୍ୟା

ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା…

ଦିଲ୍ଲୀ ଦରବାରରେ ଗୌରବ ବଢ଼ାଇଲେ ବଲାଙ୍ଗୀରର ୨ ଯୁବ ଶିଳ୍ପୋଦ୍ୟୋଗୀ: ମିଳିଲା ସମ୍ବର୍ଦ୍ଧନା

ବଲାଙ୍ଗୀର,୨୬।୩(ସୁନିଲ କୁମାର ମହାନ୍ତି): ଓଡ଼ିଆ ସମାଜ ପକ୍ଷରୁ ଜବାହାରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀରେ ଆୟୋଜିତ ‘ଓଡିଶାପର୍ବ’ରେ ବଲାଙ୍ଗୀରର ଗୌରବ ବଢ଼ାଇଥିବା ସୋମନାଥ ସାହୁ ଓ ନକୁଳ ପଟ୍ଟନାୟକଙ୍କୁ…

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri