Posted inଜାତୀୟ

ଓ୍ବାଇଫ୍‌-ସ୍ବାପିଙ୍ଗ୍‌ ମାମଲା, ତାଲିକାରେ ବହୁ ହାଇପ୍ରୋଫାଇଲ୍‌ ବ୍ୟକ୍ତି ଜଡିତ ଥିବା ସନ୍ଦେହ…

ଥିରୁଭାନନ୍ତପୁରମ୍‌, ୧୨।୧ : କେରଳରେ ଜାରି ରହିଥିବା ସ୍ତ୍ରୀ ଅଦଳବଦଳ(ଓ୍ବାଇଫ୍‌-ସ୍ବାପିଙ୍ଗ୍‌)ର ଘୃଣ୍ୟ ତଥା ଲଜ୍ଜାଜନକ ଖେଳର ପର୍ଦ୍ଦାଫାଶ୍‌ ଧୀରେଧୀରେ ହେବାରେ ଲାଗିଛି। ଏହା ସହିତ ନୂଆ ନୂଆ ସତ୍ୟ ସାମ୍ନାକୁ ଆସିବା ଆରମ୍ଭ କରିଛି। ଏହାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ ହେବାପରେ ସେମାନଙ୍କ କାର୍ଯ୍ୟକଳାପର ଅନୁସନ୍ଧାନରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ରାଜ୍ୟର ବହୁ ହାଇ ପ୍ରୋଫାଇଲ ଲୋକ ମଧ୍ୟ ଏହା ସହ ଜଡିତ ଥିବା ସନ୍ଦେହ କରାଯାଉଛି ।

କେରଳ ପୋଲିସର ସୂଚନାନୁସାରେ, ଏହି ଅନଲାଇନ ସେକ୍ସ ରିଙ୍ଗ ମାମଲାରେ ୧୦୦୦ରୁ ଅଧିକ ଲୋକ ଜଡିତ ରହିଥିବାା ଆଶଙ୍କା କରାଯାଉଛି। ଯୌନ ଶୋଷଣର ଏହି ବ୍ୟବସାୟରେ ଟଙ୍କା କାରବାର ହେଉଥିବାର ଅନୁମାନ କରାଯାଉଛି। ଜାନୁଆରୀ ୯ରେ କେରଳ ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲା। ପୀଡିତା ମହିଳାଙ୍କ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ହିଁ ତାଙ୍କୁ ଗ୍ରୁପ ସେକ୍ସ କରିବାକୁ ବାଧ୍ୟ କରିଥିଲେ ଏବଂ ଗତ ସାଢ଼େ ତିନି ବର୍ଷ ଧରି ଏହିପରି ତାଙ୍କ ସ୍ବାମୀ ଟଙ୍କା ରୋଜଗାର କରୁଥିଲେ।

କେରଳର ଡିଜିପି ଅନୀଲ କାଣ୍ଟ ନିଜେ ଏହି ଘଟଣା ଉପରେ ନଜର ରଖିଛନ୍ତି। ସମଗ୍ର ରାଜ୍ୟରେ ଜାରି ରହିଥିବା ଏହି ସେକ୍ସ୍‌ ଟ୍ରେଡ୍‌ର ଯାଞ୍ଚ ପାଇଁ ସେ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସର ସାଇବର ସେଲ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକର ଅନୁସନ୍ଧାନ କରୁଛନ୍ତିି ଯେଉଁଥିରେ ବିଭିନ୍ନ ଗ୍ରୁପ୍‌ ଗଠନ କରି ଏପରି ଅନୈତିକ ତଥା ଲଜ୍ଜାଜନକ ବ୍ୟବସାୟ ଚାଲିଥିଲା।

ଏହି ମାମଲାରେ ପ୍ରଥମ ଅଭିଯୋଗ ଜାନୁଆରୀ ୮ରେ କେଟ୍ଟୋୟାମ ଜିଲାର କାରୁକାଚାଲର ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା କରାଯାଇଥିଲା। ସେ ନଅ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିରେ ଅଭିଯୁକ୍ତମାନଙ୍କର ନାମ ଏବଂ ଫୋନ ନମ୍ବର ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ସହମତିରେ ଏହି ପୁରୁଷମାନେ ତାଙ୍କୁ ଓ୍ବାଇଫ୍‌-ସ୍ବାପିଙ୍ଗ୍‌ ଦ୍ୱାରା ଯୌନ ଶୋଷଣ କରିଥିଲେ। ଏହା ପରେ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି।

ପୋଲିସର କହିବା ଅନୁଯାୟୀ, ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତି ମଧ୍ୟ ଏହି ସେକ୍ସ ସିଣ୍ଡିକେଟ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ଏଥିରେ ଅନେକ ବ୍ୟବସାୟୀ, ଏନ୍‌ଆରଆଇ, ସରକାରୀ କର୍ମଚାରୀ ଏବଂ ଅଧିକାରୀ ଅନ୍ତର୍ଭୁକ୍ତ ରହିଥିବା ଆଶଙ୍କା ପ୍ରକାଶ ପାଇଛି। ଗିରଫ ଅଭିଯୁକ୍ତଙ୍କ କଲ ବିବରଣୀ ଏବଂ ସୋସିଆଲ ମିଡିଆ ଆପ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପ ସଂଗ୍ରହ କରାଯାଉଛି। ପୀଡିତା କହିଛନ୍ତି ଯେ ତାଙ୍କ ସ୍ବାମୀ ଅନେକ ସୋସିଆଲ ମିଡିଆ ସାଇଟରେ ସକ୍ରିୟ ଥିଲେ ଏବଂ ଏଥିରେ ଯୋଗ ଦେବାକୁ ଲୋକଙ୍କୁ ଇନଭାଇଟ୍‌ କରୁଥିଲେ।

ସୋସିଆଲ ମିଡିଆରେ ‘ମିଟ ଅପ କେରଳ’, ‘କପଲ୍‌ ମିଟ’, ‘ରିଅଲ ମିଟ’ ଭଳି ଗ୍ରୁପ୍‌ ଗଠନ କରାଯାଇ ଘୃଣ୍ୟ ବ୍ୟବସାୟ କରାଯାଉଥିଲା। ଯେଉଁମାନେ ଗ୍ରୁପ୍‌ରେ ଯୋଗଦେବାକୁ ଚାହୁଁଥିଲେ ସେମାନେ ସୋସିଆଲ ମିଡିଆର ଏହି ଗ୍ରୁପ୍‌ଗୁଡ଼ିକରେ ନିଜର ଫଟୋ ଏବଂ ଲୋକେଶନ ବିବରଣୀ ପ୍ରଦାନ କରୁଥିଲେ। ଏଥିରେ ତାଙ୍କୁ ତାଙ୍କ ପସନ୍ଦ ଜଣାଇବାକୁ ମଧ୍ୟ କୁହାଯାଉଥିଲା। ସେମାନଙ୍କର ତଥ୍ୟକୁ ଗୋପନୀୟ ରଖିବା ପାଇଁ ଟେଲିଗ୍ରାମ ଏବଂ ଇନଷ୍ଟାଗ୍ରାମ ପରି ଆପ ମାଧ୍ୟମରେ ଗ୍ରୁପ୍‌କୁ ପରିଚାଳିତ କରାଯାଉଥିଲ।

ଏନେଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri