ସହକାରୀ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା: ୪ ଦିନରେ ପହଞ୍ଚିଲା ଆନ୍ଦୋଳନ

ଆନନ୍ଦପୁର,୨ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦ। ପଞ୍ଚାୟତର ଏକ ଠିକାକାମକୁ ନେଇ ବ୍ଲକ ଏମ୍‌ପି ପ୍ରତିନିଧି ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଗାଳିଗୁଲଜ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବ୍ଲକ କର୍ମଚାରୀମାନେ ମଙ୍ଗଳବାର ଦିନଠାରୁ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି। ବ୍ଲକ କର୍ମୀଚାରୀମାନେ ବ୍ଲକ ଏମ୍‌ପି ପ୍ରତିନିଧି ଟୁକୁନା ମହାନ୍ତଙ୍କ ଗିରଫ ଦାବି ଓ ଅନ୍ୟ ସହଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜିଦ୍‌ରେ ଅଟଳ ରହିଥିବା ବେଳେ, ମଙ୍ଗଳବାରଠାରୁ ଆନ୍ଦୋଳନ ଜାରିରହିଥିବା ବେଳେ ଘଟଣାକୁ ନେଇ ବୁଧବାର ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଆନନ୍ଦପୁର ଥାନା ଅଧିକାରୀ ଫନୀଦ୍ର କୁମାର ନାୟକ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ରହି ଆଲୋଚନା କରିଥିଲେ ବି କୌଣସି ପ୍ରତିଶ୍ରୁତି ନ ମିଳିବାରୁ ଆନ୍ଦୋଳନ ଜାରି ରହିଥିଲା। ଗୁରୁବାର ଆନ୍ଦୋଳନ ଜାରି ରହିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲା ବେଳେ ଶୁକ୍ରବାର ଆନ୍ଦୋଳନ ୪ ଦିନରେ ପହଞ୍ଚିଛି। ଆନ୍ଦୋଳନରତ କର୍ମଚାରୀମାନେ ଉପଜିଲାପାଳଙ୍କୁ ଆସିବା ବାଟକୁ ଚାହିଁ ବସିଥିଲେ ହେଲେ ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚ ନଥିବା ବେଳେ ଆନ୍ଦୋଳନ ଜାରି ରହିଥିଲା l ଏ ପଟେ ବ୍ଲକ କାର୍ଯ୍ୟାଳୟକୁ ହିତାଧିକାରୀମାନେ ଅନେକ ସମସ୍ୟାକୁ ନେଇ ଆସି ଫେରିବାକୁ ପଡୁଛି। ଯାହା ଫଳରେ ବୋହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟପକ୍ଷରେ ଥାନାରେ ହୋଇଥିବା ଲିଖିତ ଅଭିଯୋଗକୁ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବା ସମସ୍ତଙ୍କୁ ନିରାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri