କୋର୍ଟରେ ପ୍ରୋଟେଷ୍ଟ ପିଟିଶନ ଦାଖଲ

ଭୁବନେଶ୍ୱର,୮।୭(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ବର୍ଷେ ପରେ ବି କ୍ରାଇମବ୍ରାଞ୍ଚର ତଦନ୍ତ ଶେଷ ହୋଇନାହିଁ। ଏପରି କି କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିପାରିନାହିଁ। ତେଣୁ ଏହି ତଦନ୍ତକୁ ନେଇ ପରିବାର ଲୋକେ ପୁଣି ପ୍ରଶ୍ନ ଉଠାଇଛନ୍ତି। ଏନେଇ ଆଦିତ୍ୟଙ୍କ ପରିବାର ପକ୍ଷରୁ ଆଇନଜୀବୀ ନିହାର ରଞ୍ଜନ ଓଝାଙ୍କ ଜରିଆରେ ବୁଧବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିଶନ୍‌ ଦାଖଲ କରାଯାଇଛି। ଏଥିରେ ମାମଲାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅଦାଲତଙ୍କୁ ଅନୁରୋଧ କରାଯାଇଛି।
ଆଇନଜୀବୀ ଓଝା କହିଛନ୍ତି, ସିଆର୍‌ପିସି ଧାରା ୨୨୦ ବଳରେ ଏହି ପିଟିଶନ ଦାଖଲ ହୋଇଛି। କୋର୍ଟ ଚାହିଁଲେ ନିଜ ଆଡୁ ଏହାର ଶୁଣାଣି କରିପାରିବେ। ଏଥିସହ ସେ କହିଛନ୍ତି, ଜିଆର୍‌ପି ଥାନା ଭଳି କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଟିମ୍‌ ଠିକ୍‌ ଦିଗରେ ତଦନ୍ତ କରିନାହିଁ। ବରଂ ଜିଆର୍‌ପି ପ୍ରସ୍ତୁତ କରିଥିବା କାଗଜପତ୍ରକୁ ଉପସ୍ଥାପନ କରିଛି ବୋଲି ଅଭିଯୋଗ କରିଛନ୍ତି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗକୁ କ୍ରାଇମବ୍ରାଞ୍ଚ ଟିମ୍‌ ଫାଇନାଲ ଚାର୍ଜଶିଟରେ ଏଡ଼ାଇ ଯାଇଛି। ଏଯାଏ ସୁଇସାଇଡ୍‌ ନୋଟ୍‌ରେ କାହାର ହାତଲେଖା ବୋଲି ଟିମ୍‌ ସାର୍ବଜନୀନ କରୁନାହିଁ। କଲ୍‌ ଡିଟେଲ୍ସ ଓ ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ ଭଳି ଆହୁରି ଅନେକ ଦିଗରେ ତଦନ୍ତ ଉପରଠାଉରିଆ ଭାବେ ହୋଇଥିବା ଜଣାପଡୁଛି। ଆଦିତ୍ୟଙ୍କ ମା’, ବାପା ଓ ସ୍ତ୍ରୀ ବିଧିବଦ୍ଧ ଭାବେ ଥାନାରେ ଅଭିଯୋଗ କରି ନ ଥିଲେ ମଧ୍ୟ ପିପୁଲ ଫର ସେବା ପକ୍ଷରୁ ୭ଜଣ ଅଭିଯୋଗପତ୍ର ଦେଇଥିଲେ। ହେଲେ ଜିଆରପି ପୋଲିସ ପ୍ରୀତମ୍‌ ମିଶ୍ରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିବାବେଳେ ଅନ୍ୟ ୬ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରି ନ ଥିଲା। ଏମାନଙ୍କ ବୟାନ ମଧ୍ୟ ରେକର୍ଡ କରି ନ ଥିଲା। ସେ ଆହୁରି କହିଛନ୍ତି, ହାଇକୋର୍ଟରେ ଦାଖଲ ହୋଇଥିବା ଚୂଡାନ୍ତ ଚାର୍ଜସିଟ୍‌ ସାର୍ବଜନୀନ ହୋଇ ନ ଥିଲେ ହେଁ, ଫାଇନାଲ ଚାର୍ଜଶିଟ୍‌ରେ କ୍ରାଇମବ୍ରାଞ୍ଚ ଏହି ମୃତ୍ୟୁକୁ ଆତ୍ମହତ୍ୟା ରୂପ ଦେଇଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳି ନ ଥିବା କ୍ରାଇମ୍‌ବ୍ରାଞ୍ଚ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି। ଅନ୍ୟପକ୍ଷରେ ବିବାହର ମାସେ ପୂରି ନ ଥିବା ବେଳେ ଆଦିତ୍ୟ କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ଏପର୍ଯ୍ୟନ୍ତ ଏହି ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଡାଖାଲି ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଯବାନ ଗୁଳି ବିନିମୟ

ଭବାନୀପାଟଣା/ଲାଞ୍ଜିଗଡ଼, ୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଜଙ୍ଗଲରେ ବୁଧବାର ସକାଳେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି...

ବାହାନଗା ସ୍କୁଲ୍‌: ଭୂତ ଭୟରେ କମିଲା ଉପସ୍ଥାନ

ବାହାନଗା,୨୨ା୬(ଅରୂପ କୁମାର ଦାସ)ବାହାନଗା ଟ୍ରେନ ଦୁର୍ଘଟଣାକୁ ବୁଧବାର ପୂରିଛି ୧୯ଦିନ। ଉଦ୍ଧାର କାର୍ଯ୍ୟ ଲାଗି ବାହାନଗାବାସୀ ଚାରିଆଡ଼େ ପ୍ରଶଂସା ସାଉଁଟୁଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ...

ରାଜ୍ୟର ୩୪ ଜଣଙ୍କୁ ମିଳିଲା ପୋଲିସ ମେଡାଲ

ଭୁବନେଶ୍ବର,୨୬।୧(ବ୍ୟୁରୋ) : କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟର ୩୪ ଜଣ ପୋଲିସ ମେଡାଲ ପ୍ରଦାନ କରାଯାଇଛି। ଟୁଇନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ...

ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ...

ପୌରାଞ୍ଚଳରେ ପଲିଥିନ ନିଷେଧ: ଅକ୍ଟୋବର ୨ରୁ ସାରା ରାଜ୍ୟରେ ଲାଗୁ ହେବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସମସ୍ତ ପୌରାଞ୍ଚଳରେ ପଲିଥିନ ଉପରେ ଲାଗିବ କଟକଣା। ସବୁ ସହରକୁ ପଲିଥିନ ମୁକ୍ତ କରାଯିବ। ଏନେଇ ଜଙ୍ଗଲ...

ଗଣତି ଚାଲିଛି ପୋଷ୍ଟାଲ ବାଲଟ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଆସିକା ଲୋକସଭା ଆସନ ପାଇଁ ପୋଷ୍ଟାଲ ବାଲଟର ଗଣତି ଛତ୍ରପୁର ସ୍ଥିତ ଜ଼ିଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଲିଛି। ରିଟର୍ଣ୍ଣିଂ ଅଫିସର ତଥା...

ଜାପାନିଜ ଏନସେଫାଲାଇଟିସ୍‌ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା

ଜଗତ୍‌ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍‌ ଟିକା...

ଏଥର ହେବ କଟକ ବାଲିଯାତ୍ରା

କଟକ ଅଫିସ,୧୩।୬: ଚଳିତ ବର୍ଷ ହେବ ପ୍ରସିଦ୍ଧ କଟକ ବାଲିଯାତ୍ରା। ଏ ନେଇ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ ସୋମବାର ଏହି ଘୋଷଣା କରିଛନ୍ତି।...

Advertisement
Archives

Model This Week