ଭଗତ ସିଂଙ୍କ ଫାଶୀର ୯୨ ବର୍ଷ ପରେ ପାକିସ୍ତାନରେ ଆଲୋଡ଼ନ: ଲାହୋର ହାଇକୋର୍ଟ ମାମଲାର ପୁନଃ ବିଚାର ପାଇଁ କଲେ ଆପତ୍ତି…

ଲାହୋର,୧୭।୯: ୧୯୩୧ ମସିହାରେ ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କୁ ଦିଆଯାଇଥିବା ଦଣ୍ଡ ମାମଲାର ପୁନଃ ବିଚାର କରିବାକୁ ଏବଂ ତାଙ୍କୁ ସରକାରୀ ସ୍ତରରେ ସମ୍ମାନ ପ୍ରଦାନ କରିବାକୁ ଲାହୋର ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାର ଶୁଣାଣି ଯୋଗ୍ୟ ନୁହେଁ।

ଏଥି ସହିତ ସାଣ୍ଡର୍ସ ହତ୍ୟା ମାମଲାରେ ଭଗତ ସିଂଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ସେମାନେ ଜିଦ ଧରିଛନ୍ତି ବୋଲି ଆବେଦନକାରୀ କହିଛନ୍ତି।

ପ୍ରକୃତରେ, ୯୨ ବର୍ଷ ତଳେ ୨୩ ମାର୍ଚ୍ଚ ୧୯୩୧ରେ ବ୍ରିଟିଶ ଶାସକ ଭଗତ ସିଂ, ତାଙ୍କ ସାଥୀ ରାଜଗୁରୁ ଏବଂ ସୁଖଦେବଙ୍କୁ ବ୍ରିଟିଶ ଶାସନ ବିରୁଦ୍ଧରେ ଷଡଯନ୍ତ୍ର ଅଭିଯୋଗରେ ଫାଶୀ ଦେଇଥିଲେ। ଏହି ମାମଲାରେ ଭଗତ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା, କିନ୍ତୁ ପରେ ଏକ ମିଥ୍ୟା ମାମଲାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଆବେଦନକାରୀଙ୍କ ମଧ୍ୟରେ ଭଗତ ସିଂ ମେମୋରିଆଲ ଫାଉଣ୍ଡେଶନର ଚେୟାରମ୍ୟାନ ଆଡଭୋକେଟ ଇମତିଆଜ ରସିଦ କୁରେଶି କହିଛନ୍ତି ବରିଷ୍ଠ ଆଇନଜୀବୀ ଦଳର ଆବେଦନ ଏକ ଦଶନ୍ଧି ଧରି ଲାହୋର ହାଇକୋର୍ଟରେ ବିଚାରାଧୀନ ରହିଛି। ସେ କହିଛନ୍ତି ୨୦୧୩ରେ ଏକ ବୃହତ ବେଞ୍ଚ ଗଠନ ପାଇଁ ଜଷ୍ଟିସ ଶୁଜାତ ଅଲି ଖାନ ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଥିଲେ।

ଲାହୋର ହାଇକୋର୍ଟ ଶୀଘ୍ର ଶୁଣାଣି ଏବଂ ଏକ ବୃହତ ବେଞ୍ଚ ଗଠନକୁ ବିରୋଧ କରି କହିଛନ୍ତି ଏକ ବୃହତ ବେଞ୍ଚ ଗଠନ ପାଇଁ ଏହି ଆବେଦନ ଶୁଣାଣି ଯୋଗ୍ୟ ନୁହେଁ। ଆବେଦନକାରୀ କୁରେଶି କହିଛନ୍ତି ବରିଷ୍ଠ ଓକିଲମାନଙ୍କର ଏକ ପ୍ୟାନେଲ ଲାହୋର ହାଇକୋର୍ଟରେ ଆବେଦନ କରିଥିଲେ ଯେଉଁଥିରେ ସେ ମଧ୍ୟ ସାମିଲ ହୋଇଥିଲେ। ଏହି ଆବେଦନ ୨୦୧୩ ଠାରୁ ବିଚାରାଧୀନ ଅଛି।

ଏହି ଆବେଦନରେ କୁହାଯାଇଛି ଭଗତ ସିଂ ଭାରତୀୟ ଉପମହାଦ୍ୱୀପର ସ୍ବାଧୀନତା ପାଇଁ ଲଢ଼ିଛନ୍ତି। ଭଗତ ସିଂଙ୍କୁ କେବଳ ଶିଖ ଏବଂ ହିନ୍ଦୁ ନୁହଁନ୍ତି, ମୁସଲମାନମାନେ ମଧ୍ୟ ସମ୍ମାନ ପ୍ରଦର୍ଶନ କରିଥାନ୍ତି।

ଓକିଲ ଇମତିଆଜ କହିଛନ୍ତି ଭଗତ ସିଂଙ୍କ ମାମଲାର ଶୁଣାଣି କରୁଥିବା ବିଚାରପତିମାନେ ୪୫୦ ସାକ୍ଷୀଙ୍କ ଶୁଣାଣି ନ କରି ମୃତ୍ୟୁଦଣ୍ଡ ଦେଇଥିଲେ। ତାଙ୍କ ଓକିଲମାନଙ୍କୁ ମଧ୍ୟ ସାକ୍ଷୀମାନଙ୍କୁ କ୍ରସ-ପରୀକ୍ଷଣ କରିବାର ସୁଯୋଗ ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri