ପାକିସ୍ତାନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା

କାବୁଲ,୭ ।୯: ଆଫଗାନିସ୍ତାନର ପଞ୍ଜଶିରରେ ତାଲିବାନକୁ ସାହାଯ୍ୟ କରିବା ପାକିସ୍ତାନକୁ ମହଙ୍ଗା ପଡିଛି । ନିକଟରେ ନର୍ଦନ ଆଲାୟଂସର ସେନାଙ୍କ ବିରୋଧରେ ପାକିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ହୋଇଛି । ସୋମବାର ରାତିରେ କାବୁଲରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଫଗାନୀ ମହିଳାମାନେ ଆଇଏସ୍‌ଆଇ ମୁଖ୍ୟ ଓ ପାକିସ୍ତାନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀ ପାକିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ ସହ ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦଙ୍କୁ ଫେରିଯିବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ପାକିସ୍ତାନକୁ ବିରୋଧ କରାଯାଇ ଆସୁଥିବା ବେଳେ ପ୍ରଥମ ଥର ରାତିରେ ମହିଳାମାନେ ପାକିସ୍ତାନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ପୂର୍ବରୁ ଇରାନ ବି ପାକିସ୍ତାନ ବାୟୁସେନାର ଆକ୍ରମଣକୁ ବିରୋଧ କରିବା ସହ ଆଫଗାନିସ୍ତାନରେ ବାହାର ଦେଶର ଦଖଲକୁ ନେଇ ଆପତ୍ତି କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା

ଇସ୍‌ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍‌ଲାମାବାଦ। ଆଉ ଥରେ...

ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ନିହତ

ବାମାକୋ,୧୯।୬: କେନ୍ଦ୍ରୀୟ ମାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଙ୍ଗାଫାନି...

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ...

ଅକ୍ଟୋବରରୁ କରୋନା ଟିକା ରପ୍ତାନୀ କରିବ ଭାରତ, ଡବ୍ଲ୍ୟୁଏଚ୍‌ଓର ସ୍ବାଗତ…

ଜେନେଭା/ନୂଆଦିଲ୍ଲୀ, ୨୨।୯: ଭାରତ ଅକ୍ଟୋବରରୁ ପୁଣି କରୋନା ଟିକା ରପ୍ତାନୀ କରିବ। ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ବାଗତ କରାଯାଇଛି। ଏନେଇ ଡବ୍ଲ୍ୟୁଏଚ୍‌ଓ...

‘ଆସନ୍ତା ସପ୍ତାହରେ ଆକ୍ରମଣ କରିବ ରୁଷିଆ’

ଓ୍ବାଶିଂଟନ,୧୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ସେ ନିଶ୍ଚିତ ଯେ, ରୁଷିଆ ଆସନ୍ତା ସପ୍ତାହରେ ୟୁକ୍ରେନ ଉପରେ ଆକ୍ରମଣ କରିବ। ଏହି କାରଣରୁ ରୁଷିଆ...

ସାଉଦି ସହରରେ ଚାଲିବନି କାର୍‌

ରିୟାଦ, ୧୨ା୧: ସାଉଦି ଆରବରେ ବିନା ରାସ୍ତାରେ ନୂଆ ସହର ନିର୍ମାଣ କରିବାକୁ ଯାଉଛନ୍ତି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ। ଶୂନ କାର୍ବନ ଗ୍ୟାସ୍‌ ନିର୍ଗମନ...

ଦ୍ୱିତୀୟ ପାଳି ଆଶାରେ ମାକ୍‌ରଁ

ପ୍ୟାରିସ୍‌, ୧୧ା୪: ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରବିବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଛି। ଚଳିତ ଥର ୧୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଦ୍ୱିତୀୟ ପାଳି...

ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ

କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର...

Advertisement
Archives

Model This Week