Posted inଜାତୀୟ

ଗୁଜରାଟରେ ବିକ୍ଷୋଭ ଅପରାଧ

ନୂଆଦିଲ୍ଲୀ,୫ା୧: ଫୌଜଦାରି ଦଣ୍ଡ ସଂହିତା (ସିଆର୍‌ପିସି)ର ଧାରା ୧୪୪ ଜାରି ହୋଇଥିବା ସ୍ଥାନରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଭାଜପା ଶାସିତ ଗୁଜରାଟ ବିଧାନସଭାରେ ୨୦୨୨ ମାର୍ଚ୍ଚରେ ଗୃହୀତ ଏ ସମ୍ପର୍କିତ ବିଲ୍‌କୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଯୋଗୁ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ବିରୋଧୀ ଓ ବିକ୍ଷୋଭକାରୀଙ୍କ ମୁହଁ ବନ୍ଦ ପାଇଁ ଅନୁରୂପ ବିଧେୟକ ପାରିତ କରି ଆଇନ ପ୍ରଣୟନ କରିବା ଆଶଙ୍କା ଉପୁଜିଛି। ଏପରି ହେଲେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ), (ବି) ଏବଂ (ସି) ଅନୁସାରେ ନିଜ ହକ୍‌ ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀମାନଙ୍କୁ ପୋଲିସ ଗିରଫ କରି ଆଇନର କାଠଗଡ଼ାରେ ଛିଡ଼ା କରାଇବା ବାଟ ଫିଟିବ।

ଭାରତୀୟ ସମ୍ବିଧାନ ଦେଶର ସମସ୍ତ ନାଗରିକଙ୍କୁ ବିକ୍ଷୋଭ ପ୍ରଦର୍ଶନ ଓ ସ୍ବର ଉତ୍ତୋଳନ କରିବାର ଅଧିକାର ଦେଇଛି। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ବିକ୍ଷୋଭ କରିବା ମଧ୍ୟ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର। କୌଣସି ସ୍ଥାନରେ ବେଆଇନ ସମ୍ମିଳନୀ ହେତୁ ସାଧାରଣରେ ଶାନ୍ତିଭଙ୍ଗ ହେବା କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟିହେଲେ ଜିଲା/ସବ୍‌ଡିଭିଜନାଲ/ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସିଆର୍‌ପିସିର ୧୪୪ ଧାରା ଜାରି କରିଥାଆନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ କେହି ବିକ୍ଷୋଭ କଲେ ଉଲ୍ଲଂଘନକାରୀ ଭାବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ବିକ୍ଷୋଭକାରୀଙ୍କୁ ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ଏବଂ/କିମ୍ବା ୧,୨୦୦ରୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦେଶ ଦିଆଯିବା ବ୍ୟବସ୍ଥା ସିଆର୍‌ପିସିରେ ରହିଛି। ଅନେକ ସମୟରେ ଏହି ଆଇନର ଦୁରୁପଯୋଗ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଏଭଳି ଆଇନ ଥିବା ସତ୍ତ୍ୱେ ଗୁଜରାଟ ସରକାର କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜ୍ୟୁର୍‌ (ଗୁଜରାଟ ଆମେଣ୍ଡମେଣ୍ଟ) ବିଲ୍‌, ୨୦୨୧କୁ ଗତବର୍ଷ ମାର୍ଚ୍ଚରେ ରାଜ୍ୟ ବିଧାନସଭାରେ ସଂଶୋଧନ ପାଇଁ ଆଗତ କରି ଗୃହୀତ କରାଇଥିଲେ। ସିଆର୍‌ପିସି ଧାରା ୧୯୫ରେ ଅଣାଯାଇଥବା ସଂଶୋଧନ ଅନୁଯାୟୀ ଗୁଜରାଟ ସରକାର, ପୋଲିସ କମିଶନର ଓ ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ୧୪୪ ଧାରା ଅନୁସାରେ ନିଷେଧାମତ୍କ ଆଦେଶ ଜାରି କରିବା ଅଧିକାର ଦିଆଯାଇଛି। ଅର୍ଥାତ୍‌ ଶାନ୍ତିଭଙ୍ଗ କିମ୍ବା ଦଙ୍ଗା ଭଳି ସ୍ଥିତି ସୃଷ୍ଟିହେଲେ ପୋଲିସ ପ୍ରଶାସନ କୌଣସି ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରୁ କ୍ଷାନ୍ତ ରଖିବା କିମ୍ବା ସାଧାରଣରେ ଶାନ୍ତିଭଙ୍ଗ ହେବାରୁ ରୋକିବା ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ।

ସଂଶୋଧିତ ବିଧେୟକ ଅନୁସାରେ ୧୪୪ ଧାରା ଅଧୀନ ନିଷେଧାମତ୍କ ନିର୍ଦ୍ଦେଶନାମା ଜାରି ଅଞ୍ଚଳରେ ବିକ୍ଷୋଭ କଲେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୧୮୮ ବଳରେ ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ନିର୍ଦ୍ଦେଶନାମାର ଅବଜ୍ଞାକୁ ଧର୍ତ୍ତବ୍ୟ ଅପରାଧ ବିବେଚନା କରି ଉଲ୍ଲଂଘନକାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରିବ। ଏଭଳି କର୍ତ୍ତବ୍ୟରେ ନିୟୋଜିତ ପୋଲିସ ଅଧିକାରୀ ଦଫା ୧୮୮ ଅନୁସାରେ ଉଲ୍ଲଂଘନକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ତେବେ ସିଆର୍‌ପିସି, ୧୯୭୩ର ଧାରା ୧୯୫ ଅନୁସାରେ ଏପରି ନିର୍ଦ୍ଦେଶନାମା ଜାରି କରୁଥିବା ସରକାରୀ ଅଧିକାରୀ ଉଲ୍ଲଂଘନକାରୀଙ୍କ ବିରୋଧରେ ଅଦାଲତରେ ଲିଖିତ ଭାବେ ଅଭିଯୋଗ କରିବା ବାଧ୍ୟତାମୂଳକ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri