Posted inଜାତୀୟ

ଗୁଜରାଟରେ ବିକ୍ଷୋଭ ଅପରାଧ

ନୂଆଦିଲ୍ଲୀ,୫ା୧: ଫୌଜଦାରି ଦଣ୍ଡ ସଂହିତା (ସିଆର୍‌ପିସି)ର ଧାରା ୧୪୪ ଜାରି ହୋଇଥିବା ସ୍ଥାନରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଭାଜପା ଶାସିତ ଗୁଜରାଟ ବିଧାନସଭାରେ ୨୦୨୨ ମାର୍ଚ୍ଚରେ ଗୃହୀତ ଏ ସମ୍ପର୍କିତ ବିଲ୍‌କୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଯୋଗୁ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ବିରୋଧୀ ଓ ବିକ୍ଷୋଭକାରୀଙ୍କ ମୁହଁ ବନ୍ଦ ପାଇଁ ଅନୁରୂପ ବିଧେୟକ ପାରିତ କରି ଆଇନ ପ୍ରଣୟନ କରିବା ଆଶଙ୍କା ଉପୁଜିଛି। ଏପରି ହେଲେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ), (ବି) ଏବଂ (ସି) ଅନୁସାରେ ନିଜ ହକ୍‌ ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀମାନଙ୍କୁ ପୋଲିସ ଗିରଫ କରି ଆଇନର କାଠଗଡ଼ାରେ ଛିଡ଼ା କରାଇବା ବାଟ ଫିଟିବ।

ଭାରତୀୟ ସମ୍ବିଧାନ ଦେଶର ସମସ୍ତ ନାଗରିକଙ୍କୁ ବିକ୍ଷୋଭ ପ୍ରଦର୍ଶନ ଓ ସ୍ବର ଉତ୍ତୋଳନ କରିବାର ଅଧିକାର ଦେଇଛି। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ବିକ୍ଷୋଭ କରିବା ମଧ୍ୟ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର। କୌଣସି ସ୍ଥାନରେ ବେଆଇନ ସମ୍ମିଳନୀ ହେତୁ ସାଧାରଣରେ ଶାନ୍ତିଭଙ୍ଗ ହେବା କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟିହେଲେ ଜିଲା/ସବ୍‌ଡିଭିଜନାଲ/ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସିଆର୍‌ପିସିର ୧୪୪ ଧାରା ଜାରି କରିଥାଆନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ କେହି ବିକ୍ଷୋଭ କଲେ ଉଲ୍ଲଂଘନକାରୀ ଭାବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ବିକ୍ଷୋଭକାରୀଙ୍କୁ ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ଏବଂ/କିମ୍ବା ୧,୨୦୦ରୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦେଶ ଦିଆଯିବା ବ୍ୟବସ୍ଥା ସିଆର୍‌ପିସିରେ ରହିଛି। ଅନେକ ସମୟରେ ଏହି ଆଇନର ଦୁରୁପଯୋଗ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଏଭଳି ଆଇନ ଥିବା ସତ୍ତ୍ୱେ ଗୁଜରାଟ ସରକାର କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜ୍ୟୁର୍‌ (ଗୁଜରାଟ ଆମେଣ୍ଡମେଣ୍ଟ) ବିଲ୍‌, ୨୦୨୧କୁ ଗତବର୍ଷ ମାର୍ଚ୍ଚରେ ରାଜ୍ୟ ବିଧାନସଭାରେ ସଂଶୋଧନ ପାଇଁ ଆଗତ କରି ଗୃହୀତ କରାଇଥିଲେ। ସିଆର୍‌ପିସି ଧାରା ୧୯୫ରେ ଅଣାଯାଇଥବା ସଂଶୋଧନ ଅନୁଯାୟୀ ଗୁଜରାଟ ସରକାର, ପୋଲିସ କମିଶନର ଓ ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ୧୪୪ ଧାରା ଅନୁସାରେ ନିଷେଧାମତ୍କ ଆଦେଶ ଜାରି କରିବା ଅଧିକାର ଦିଆଯାଇଛି। ଅର୍ଥାତ୍‌ ଶାନ୍ତିଭଙ୍ଗ କିମ୍ବା ଦଙ୍ଗା ଭଳି ସ୍ଥିତି ସୃଷ୍ଟିହେଲେ ପୋଲିସ ପ୍ରଶାସନ କୌଣସି ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରୁ କ୍ଷାନ୍ତ ରଖିବା କିମ୍ବା ସାଧାରଣରେ ଶାନ୍ତିଭଙ୍ଗ ହେବାରୁ ରୋକିବା ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ।

ସଂଶୋଧିତ ବିଧେୟକ ଅନୁସାରେ ୧୪୪ ଧାରା ଅଧୀନ ନିଷେଧାମତ୍କ ନିର୍ଦ୍ଦେଶନାମା ଜାରି ଅଞ୍ଚଳରେ ବିକ୍ଷୋଭ କଲେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୧୮୮ ବଳରେ ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ନିର୍ଦ୍ଦେଶନାମାର ଅବଜ୍ଞାକୁ ଧର୍ତ୍ତବ୍ୟ ଅପରାଧ ବିବେଚନା କରି ଉଲ୍ଲଂଘନକାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରିବ। ଏଭଳି କର୍ତ୍ତବ୍ୟରେ ନିୟୋଜିତ ପୋଲିସ ଅଧିକାରୀ ଦଫା ୧୮୮ ଅନୁସାରେ ଉଲ୍ଲଂଘନକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ତେବେ ସିଆର୍‌ପିସି, ୧୯୭୩ର ଧାରା ୧୯୫ ଅନୁସାରେ ଏପରି ନିର୍ଦ୍ଦେଶନାମା ଜାରି କରୁଥିବା ସରକାରୀ ଅଧିକାରୀ ଉଲ୍ଲଂଘନକାରୀଙ୍କ ବିରୋଧରେ ଅଦାଲତରେ ଲିଖିତ ଭାବେ ଅଭିଯୋଗ କରିବା ବାଧ୍ୟତାମୂଳକ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri