ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍। ହେଲେ ଆବିଷ୍କାର କରିବାରେ ଇଞ୍ଜିନିୟର କିମ୍ବା ବୈଜ୍ଞାନିକଙ୍କ ସମତୁଲ୍ୟ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଆସାମ ଗୁଆହାଟୀର କନକ ଗୋଗୋଇ। ସେ ଏବେ ଏକ ଛୋଟ ଟ୍ରକ୍ଟର ନିର୍ମାଣ କରିଛନ୍ତି । ଏହାର ଦାମ୍ ୪୦ ହଜାର ଟଙ୍କା, ଯାହାକୁ କ୍ଷୁଦ୍ର ଚାଷୀମାନେ କିଣିପାରିବେ। ପାଠ ଛାଡ଼ି କନକ ପ୍ରଥମେ ଏକ ମେକାନିକାଲ ଓ୍ବାର୍କଶପରେ କାମ କଲେ ଓ ପରେ ୧୯୯୭ରେ ଗୁଆହାଟୀରେ ନିଜର ଏକ ଛୋଟ ଓ୍ବର୍କଶପ ଖୋଲି କାମ କରିବା ଆରମ୍ଭ କରିଥିଲେ। ସେବେଠାରୁ ଦୁଇ ଦଶନ୍ଧି ମଧ୍ୟରେ ଉକ୍ତ ମିନି ଟ୍ରାକ୍ଟରକୁ ମିଶାଇ କନକ ୧୦ରୁ ଅଧିକ ଆବିଷ୍କାର କରିସାରିଲେଣି। ଅନ୍ୟ ଆବିଷ୍କାରଗୁଡ଼ିକ ହେଲା ଗ୍ରାଭିଟି ଚାଳିତ ସାଇକେଲ, ସୌରଚାଳିତ ବୋଟ୍, କମ୍ପ୍ରେସ୍ଡ ଏୟାର ଟେକ୍ନୋଲୋଜି କାର୍, ଗ୍ରୀନ୍ ଟେକ୍ନୋଲୋଜି କାର୍ ଆଦି ଅନ୍ୟତମ। କରୋନା ମାହାମାରୀ ସମୟରେ ଉକ୍ତ ନୂଆ ଟ୍ରାକ୍ଟର ନିର୍ମାଣ କରିବା ଯୋଜନା କରି ଲକ୍ଡାଉନ ପରେ ଶେଷ କରିଛନ୍ତି। ଏହା ପଛରେ ମଧ୍ୟ ଏକ ଛୋଟ ଟ୍ରଲି ଲଗାଇ କ୍ଷେତରୁ ଶସ୍ୟ ଆଣିବାର ସୁବିଧା କରାଯାଇଛି। ଆବିଷ୍କାର ପାଇଁ କନକ ଅନେକ ସଂସ୍ଥା ତରଫରୁ ପୁରସ୍କୃତ ହୋଇଛନ୍ତି।
ଏଇ ଭାରତରେ
ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…
ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ
ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…
ଶିକ୍ଷାରେ କୋହଳ ନୀତି
ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…
ନାଟୋର ପ୍ରତିରୋଧ କ୍ଷମତା ଅଭାବ
ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…
ଏଇ ଭାରତରେ
ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…
ଅଶୀ ଦଶକର ସ୍ମୃତି
ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…
ଦୂର ଅତୀତର ଗାଁ ହାଟ
ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…
ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ
ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

