Posted inଜାତୀୟ

ଗୁଜରାଟରେ ବିକ୍ଷୋଭ ଅପରାଧ

ନୂଆଦିଲ୍ଲୀ,୫ା୧: ଫୌଜଦାରି ଦଣ୍ଡ ସଂହିତା (ସିଆର୍‌ପିସି)ର ଧାରା ୧୪୪ ଜାରି ହୋଇଥିବା ସ୍ଥାନରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଭାଜପା ଶାସିତ ଗୁଜରାଟ ବିଧାନସଭାରେ ୨୦୨୨ ମାର୍ଚ୍ଚରେ ଗୃହୀତ ଏ ସମ୍ପର୍କିତ ବିଲ୍‌କୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଯୋଗୁ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ବିରୋଧୀ ଓ ବିକ୍ଷୋଭକାରୀଙ୍କ ମୁହଁ ବନ୍ଦ ପାଇଁ ଅନୁରୂପ ବିଧେୟକ ପାରିତ କରି ଆଇନ ପ୍ରଣୟନ କରିବା ଆଶଙ୍କା ଉପୁଜିଛି। ଏପରି ହେଲେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ), (ବି) ଏବଂ (ସି) ଅନୁସାରେ ନିଜ ହକ୍‌ ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀମାନଙ୍କୁ ପୋଲିସ ଗିରଫ କରି ଆଇନର କାଠଗଡ଼ାରେ ଛିଡ଼ା କରାଇବା ବାଟ ଫିଟିବ।

ଭାରତୀୟ ସମ୍ବିଧାନ ଦେଶର ସମସ୍ତ ନାଗରିକଙ୍କୁ ବିକ୍ଷୋଭ ପ୍ରଦର୍ଶନ ଓ ସ୍ବର ଉତ୍ତୋଳନ କରିବାର ଅଧିକାର ଦେଇଛି। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ବିକ୍ଷୋଭ କରିବା ମଧ୍ୟ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର। କୌଣସି ସ୍ଥାନରେ ବେଆଇନ ସମ୍ମିଳନୀ ହେତୁ ସାଧାରଣରେ ଶାନ୍ତିଭଙ୍ଗ ହେବା କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟିହେଲେ ଜିଲା/ସବ୍‌ଡିଭିଜନାଲ/ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସିଆର୍‌ପିସିର ୧୪୪ ଧାରା ଜାରି କରିଥାଆନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ କେହି ବିକ୍ଷୋଭ କଲେ ଉଲ୍ଲଂଘନକାରୀ ଭାବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ବିକ୍ଷୋଭକାରୀଙ୍କୁ ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ଏବଂ/କିମ୍ବା ୧,୨୦୦ରୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦେଶ ଦିଆଯିବା ବ୍ୟବସ୍ଥା ସିଆର୍‌ପିସିରେ ରହିଛି। ଅନେକ ସମୟରେ ଏହି ଆଇନର ଦୁରୁପଯୋଗ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଏଭଳି ଆଇନ ଥିବା ସତ୍ତ୍ୱେ ଗୁଜରାଟ ସରକାର କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜ୍ୟୁର୍‌ (ଗୁଜରାଟ ଆମେଣ୍ଡମେଣ୍ଟ) ବିଲ୍‌, ୨୦୨୧କୁ ଗତବର୍ଷ ମାର୍ଚ୍ଚରେ ରାଜ୍ୟ ବିଧାନସଭାରେ ସଂଶୋଧନ ପାଇଁ ଆଗତ କରି ଗୃହୀତ କରାଇଥିଲେ। ସିଆର୍‌ପିସି ଧାରା ୧୯୫ରେ ଅଣାଯାଇଥବା ସଂଶୋଧନ ଅନୁଯାୟୀ ଗୁଜରାଟ ସରକାର, ପୋଲିସ କମିଶନର ଓ ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ୧୪୪ ଧାରା ଅନୁସାରେ ନିଷେଧାମତ୍କ ଆଦେଶ ଜାରି କରିବା ଅଧିକାର ଦିଆଯାଇଛି। ଅର୍ଥାତ୍‌ ଶାନ୍ତିଭଙ୍ଗ କିମ୍ବା ଦଙ୍ଗା ଭଳି ସ୍ଥିତି ସୃଷ୍ଟିହେଲେ ପୋଲିସ ପ୍ରଶାସନ କୌଣସି ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରୁ କ୍ଷାନ୍ତ ରଖିବା କିମ୍ବା ସାଧାରଣରେ ଶାନ୍ତିଭଙ୍ଗ ହେବାରୁ ରୋକିବା ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ।

ସଂଶୋଧିତ ବିଧେୟକ ଅନୁସାରେ ୧୪୪ ଧାରା ଅଧୀନ ନିଷେଧାମତ୍କ ନିର୍ଦ୍ଦେଶନାମା ଜାରି ଅଞ୍ଚଳରେ ବିକ୍ଷୋଭ କଲେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୧୮୮ ବଳରେ ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ନିର୍ଦ୍ଦେଶନାମାର ଅବଜ୍ଞାକୁ ଧର୍ତ୍ତବ୍ୟ ଅପରାଧ ବିବେଚନା କରି ଉଲ୍ଲଂଘନକାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରିବ। ଏଭଳି କର୍ତ୍ତବ୍ୟରେ ନିୟୋଜିତ ପୋଲିସ ଅଧିକାରୀ ଦଫା ୧୮୮ ଅନୁସାରେ ଉଲ୍ଲଂଘନକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ତେବେ ସିଆର୍‌ପିସି, ୧୯୭୩ର ଧାରା ୧୯୫ ଅନୁସାରେ ଏପରି ନିର୍ଦ୍ଦେଶନାମା ଜାରି କରୁଥିବା ସରକାରୀ ଅଧିକାରୀ ଉଲ୍ଲଂଘନକାରୀଙ୍କ ବିରୋଧରେ ଅଦାଲତରେ ଲିଖିତ ଭାବେ ଅଭିଯୋଗ କରିବା ବାଧ୍ୟତାମୂଳକ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର

ଲକ୍ଷ୍ନୌ,୨୭ ।୮: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ହଜରତଗଞ୍ଜ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ଶୁକ୍ରବାର ଏକ ମାମଲା ରୁଜୁ...

ମୋ ଜୀବନ ପ୍ରତି ବିପଦ ଅଛି: ଅର୍ଣ୍ଣବ ଗୋସ୍ୱାମୀ!

ମୁମ୍ବାଇ,୮ ।୧୧: ରିପବ୍ଲିକ ଟେଲିଭିଜନ ନେଟୱର୍କର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ପୋଲିସ...

୨୬ ଆବାସିକ କୋଠା-୪ କମର୍ସିଆଲ ବିଲ୍ଡିଂ ଥିବା ଏମସିଡିର ସବୁଠାରୁ ଧନୀ ପ୍ରାର୍ଥୀଙ୍କର ନାହିଁ କାର : ସତ୍ୟପାଠ ରିପୋର୍ଟ…

ନୂଆଦିଲ୍ଲୀ,୪।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି)ର ସମସ୍ତ ୨୫୦ ଟି ଆସନରେ ଭୋଟ ଗ୍ରହଣ ରବିବାର ଆରମ୍ଭ ହୋଇଛି। ଭୋଟର ମୋଟ ୧,୩୪୯ ଜଣ...

କର୍ତ୍ତବ୍ୟ ହିଁ ଦେଶକୁ ଆଗେଇ ନେବ: ମୋଦି

ନୂଆଦିଲ୍ଲୀ,୨୬।୧୧: ଆଜି ହେଉଛି ସମ୍ବିଧାନ ଦିବସ। ୧୯୪୯ରେ ଦେଶର ସମ୍ବିଧାନ ପ୍ରସ୍ତୁତି କରାଯାଇଥିଲା। ଏବେ ଏହାକୁ ୭୪ ବର୍ଷ ହୋଇସାରିଛି। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ...

ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉପଲବ୍ଧ ରହିଛି:ପାଶ୍ୱାନ

ନୂଆଦିଲ୍ଲୀ,୧୩।୪: ସାଧାରଣ ବଣ୍ଟନ ବ୍ୟବସ୍ଥା ଦ୍ୱାରା ସରକାର ୮୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରଦାନ କରୁଥିବା ଖାଦ୍ୟଶସ୍ୟର ଅଭାବ ଏବେ ନାହିଁ। ପିଡିଏସ୍‌ରେ ପ୍ରଦାନ କରାଯାଉଥିବା...

ମୋକାମରୁ ଆରଜେଡ଼ି ବିଜୟୀ…

ପାଟନା,୬।୧୧ : ୨୦୨୨ ଉପ-ନିର୍ବାଚନରେ ବାହୁବଳୀ ନେତା ଅନନ୍ତ ସିଂଙ୍କ ସ୍ତ୍ରୀ ନୀଲମ ଦେବୀ ଆରଜେଡି ଟିକେଟରେ ମୋକାମା ଆସନରୁ ଜିତିଛନ୍ତି। ସେ ଭାରତୀୟ ଜନତା...

ଅନ୍‌ଲାଇନ୍‌ ପାଠପଢ଼ା: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଡାଟା କାର୍ଡ

ଚେନ୍ନାଇ,୧୦।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ...

ଭାରତ ଆସିବା ପୂର୍ବରୁ ହିନ୍ଦୀରେ ଟୁଇଟ କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହା ପ୍ରଥମ ଗସ୍ତ। ତାଙ୍କ...

Advertisement
Archives

Model This Week