ରାଜଧାନୀରେ ଧାନ ଢାଳି ପ୍ରତିବାଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଓ କଟ୍‌ନି ଛଟ୍‌ନିକୁ ନେଇ ଚାଷୀ କ୍ଷୁବ୍ଧ। ଏ ନେଇ ଦୀର୍ଘଦିନ ହେବ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାର ଚାଷୀଙ୍କ କଥା ଶୁଣୁନାହାନ୍ତି। ମିଲର, ସମବାୟ ସମିତି, ସରକାରୀ କର୍ମଚାରୀ ଚାଷୀଙ୍କୁ ଶୋଷଣ କରି ଚାଲିଛନ୍ତି। ନିଜର ହକ୍‌ ପାଇଁ ପ୍ରତିବାଦ କରିବାକୁ ଚାଷୀଙ୍କୁ ଭୁବନେଶ୍ୱର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଏଭଳି ଅଭିଯୋଗ ସମ୍ପର୍କରେ କୌଣସି ପ୍ରାକ୍‌ ସୂଚନା ନ ଦେଇ ସୋମବାର ସକାଳୁ ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଅତର୍କିତ ଭାବେ ଶତାଧିକ ଚାଷୀ ନବୀନ ନିବାସ ଆଡ଼କୁ ମାଡ଼ିଆସିଲେ। ପୋଲିସ କିଛି ବୁଝିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କୁଇଣ୍ଟାଇ କୁଇଣ୍ଟାଲ ଧାନ ଢାଳିବା ସହ ରାଜରାସ୍ତାରେ ଗଡ଼ି ଦାବି ପୂରଣ ଲାଗି ଅଡ଼ିବସିଲେ। ଚାଷୀଙ୍କ ଏପରି ଅତର୍କିତ ବିକ୍ଷୋଭ ଯୋଗୁ ସକାଳୁ ସକାଳୁ ରାଜଧାନୀ ରାଜରାସ୍ତା କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା।
ନବନିର୍ମାଣ କୃଷକ ସଙ୍ଗଠନର ଶତାଧିକ ଚାଷୀ, କର୍ମୀ, ମହିଳା ହାତରେ ପ୍ଲା କାର୍ଡ ଧରି ସକାଳ ୮ଟାରେ ହଠାତ୍‌ ନବୀନ ନିବାସ ଆଡ଼କୁ ମାଡ଼ି ଚାଲିଥିଲେ। ସାଙ୍ଗରେ ଧାନବସ୍ତା ଲୋଡ୍‌ ହୋଇଥିବା ଟ୍ରାକ୍ଟର ମଧ୍ୟ ଆଣିଥିଲେ। ଚାଷୀ ଆନ୍ଦୋଳନ ସମ୍ପର୍କରେ ଗୋଇନ୍ଦା କି ନବୀନ ନିବାସ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ମଧ୍ୟ ସୁରାକ୍‌ ପାଇ ନ ଥିଲା।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ବିକ୍ଷୋଭକାରୀମାନେ ଆସୁଥିବା ଦେଖି ସୁରକ୍ଷା କର୍ମୀ ଆବାକ୍‌ ହୋଇଯାଇଥିଲେ। ସେଠାରେ ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ବିକ୍ଷୋଭକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ କାବୁ କରିବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। କିଛି ସମୟ ପାଇଁ ନବୀନ ନିବାସ ସମ୍ମୁଖ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଆନ୍ଦୋଳନକାରୀଙ୍କୁ କାବୁ କରିବା ଲାଗି ପୋଲିସକୁ ବେଶ୍‌ କସରତ କରିବାକୁ ପଡ଼ିଥିଲା।

ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କଠାରୁ ପୋଲିସ୍‌ ସଂଖ୍ୟା କମ୍‌ ଥିବାରୁ ଅଧିକ ପୋଲିସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ଇତିମଧ୍ୟରେ ଟ୍ରାକ୍ଟରରେ ଆଣିଥିବା ଧାନକୁ ଚାଷୀମାନେ ନବୀନ ନିବାସ ଆଗରେ ଢାଳି ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପାଇଁ ରାଜରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ବହୁସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ପରେ ଅଧିକ ସଂଖ୍ୟକ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲେ। ଏହାପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ନବନିର୍ମାଣ ସଂଗଠନର ସଦସ୍ୟମାନେ ଭୁବନେଶ୍ୱର ସହିତ ବାଲେଶ୍ୱର, ନୟାଗଡ଼ ଜିଲା ଆଦି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରତିବାଦ କରିଛନ୍ତି।
ନବନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି, ଚାଷୀଙ୍କ ଧାନ ବିକ୍ରି ହେଉନି। ୮ରୁ ୧୦ କେଜି କାଟ ହେଉଛି, ମଣ୍ଡିରେ ଅବ୍ୟବସ୍ଥା। ମିଲର, ସୋସାଇଟି ଓ ବେପାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁ ଚାଷୀ ପେଷି ହୋଇଯାଉଛି। ଚାଷୀଙ୍କ ଅସୁବିଧା କଥା ଯଦି ସରକାର ଚିନ୍ତା ନ କରିବେ ତେବେ ଅସନ୍ତୋଷ ବ୍ୟାପିବା ସ୍ବାଭାବିକ। ସରକାରଙ୍କୁ ଚେତାଇ ଦେବାକୁ ନବନିର୍ମାଣ କୃଷକ ସଂଗଠନ ଏହି ପଦକ୍ଷେପ ନେଇଛି। ଯଦି ସରକାର ଚାଷୀ ସମସ୍ୟା ସମାଧାନ ନ କରନ୍ତି ତେବେ ଅସନ୍ତୋଷ ଆହୁରି ବ୍ୟାପିବ। ପ୍ରତି ଜିଲାରେ ଆନ୍ଦୋଳନ ହେବ। ଚାଷୀଙ୍କୁ ଭୁବନେଶ୍ୱର ଆସିବାକୁ ଦିଆଯାଉନାହିଁ। ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ବି ସରକାର ହନନ କରୁଛନ୍ତି ବୋଲି ସେ କହିଛନ୍ତି।
ନବୀନ ନିବାସ ସମ୍ମୁଖରେ ସବୁ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହୁଥିବା ବେଳେ ପୋଲିସ ୨୪ ଘଣ୍ଟା ପଇଁତରା ମାରିଥାନ୍ତି। ସେଠାରେ ସବୁବେଳେ ୧୪୪ ଧାରା ଜାରି ହୋଇଥାଏ। ହେଲେ ଚାଷୀ କିପରି କଡ଼ା ସୁରକ୍ଷା ବଳୟ ଭେଦକରି ନବୀନ ନିବାସ ନିକଟରେ ପହଞ୍ଚିବାକୁ ସକ୍ଷମ ହେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri