Posted inଜାତୀୟ

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପିଡିପି, କଂଗ୍ରେସର ବିକ୍ଷୋଭ

ଶ୍ରୀନଗର/ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ଶୁକ୍ରବାର ୩ ବର୍ଷ ପୂରିଛି। ଏହି ଧାରାରେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା ସୁଯୋଗକୁ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ହଟାଇଦେଇଥିଲେ। ଶୁକ୍ରବାର ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ଏବଂ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇ ପୁଣି ଥରେ ଅନୁଚ୍ଛେଦ ୩୭୦ ଲାଗୁ କରିବା ପାଇଁ ଦାବି ହୋଇଛି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ ପକ୍ଷରୁ ଏହି ଅବସରରେ ଏକ ସଭା କରାଯାଇଥିଲା। ୩ ବର୍ଷ ପୂର୍ବେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତକୁ ସୁପ୍ରିମକୋର୍ଟ ବଦଳାଇଦେବେ ବୋଲି ଏହି ଦଳ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ବନ୍ଦ ଡାକରା ସତ୍ତ୍ୱେ ଶ୍ରୀନଗର ଜିଲାରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ଥିଲା। ଦୋକାନ ବଜାର, ସ୍କୁଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଖୋଲା ରହିଥିଲା। ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ଦଳୀୟ କର୍ମୀମାନେ ଶେର୍‌-ଇ-କଶ୍ମୀର ମ୍ୟୁନିସିପାଲ ପାର୍କଠାରେ ଏକାଠି ହୋଇ ଜମ୍ମୁ-କଶ୍ମୀର ବିଭାଜନ ଓ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରତିବାଦ କରିଥିଲେ। ସେମାନେ ଲାଲ୍‌ ଚୌକ ଅଭିମୁଖେ ଶୋଭାଯାତ୍ରାରେ ଯିବା ଲାଗି ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇଥିଲା। ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଆଣିବା ଲାଗି ପିଡିପି ଲଢ଼େଇ ଜାରି ରଖିବ ବୋଲି ମେହବୁବା କହିଛନ୍ତି।
ଅନ୍ୟପକ୍ଷରେ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଆଇନଶୃଙ୍ଖଳା ଏବଂ ସୁରକ୍ଷା ସ୍ଥିତିରେ ଉନ୍ନତି ଘଟିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପତ୍ୟକାର ବିଚ୍ଛିନ୍ନତାବାଦୀ ଓ ଧର୍ମୀୟ ମୌଳବାଦୀଙ୍କ ଉପରେ କ୍ରମାଗତ ଚାପ ଫଳରେ ବିଶୃଙ୍ଖଳା ଓ ଉତ୍ତେଜନା ୬୦୦ ପ୍ରତିଶତ ହ୍ରାସ ପାଇଛି। ଶୁକ୍ରବାର ପାକିସ୍ତାନରେ କଳାଦିବସ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ବନ୍ଦ ଡାକରା ସତ୍ତ୍ୱେ ଉପତ୍ୟକା ସ୍ଥିତି ସ୍ବାଭାବିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏସ୍‌ ଆତଙ୍କବାଦୀଙ୍କ ଘରେ ବାରୁଦ ଗଦା: ସ୍ତ୍ରୀ-ପିତା-ଭାଇ କହିଲେ ଏପରି…

ନୂଆଦିଲ୍ଲୀ, ୨୩।୮: ଦିଲ୍ଲୀର ଧୋଲା କୂଆଁ ଅଞ୍ଚଳରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଘରେ ଚଢ଼ାଉ ସମୟରେ ମୃତ୍ୟୁର ସରଞ୍ଜାମ ଜବତ ହୋଇଛି।...

ଗ୍ରାହକ ସାଲାଡକୁ ବାସି କହିବାରୁ ରେଷ୍ଟୁରାଣ୍ଟ ମାଲିକ କଲେ ଏମିତି

ଜୟପୁର,୨୩।୧: ରାଜସ୍ଥାନର ଯୋଧପୁରସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ସାଲାଡକୁ ବାସି କହିବାରୁ ତାଙ୍କୁ ଭାରି ପଡ଼ିଛି। ଗ୍ରାହକଙ୍କୁ ରେଷ୍ଟୁରାଣ୍ଟର ମାଲିକ ଏବଂ ତାଙ୍କ କର୍ମଚାରୀମାନେ...

ବେଙ୍ଗାଲୁରୁ ଗଲେ କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି, କଂଗ୍ରେସ ଅବା ଜେଡିଏସରେ ହୋଇପାରନ୍ତି ସାମିଲ

ବେଙ୍ଗାଲୁରୁ,୧୪।୪: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଂଗପ୍ପା ସାଭଦି କଂଗ୍ରେସରେ ସାମିଲ ହୋଇ ପାରନ୍ତି। ସେ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ଛାଡିଛନ୍ତି। ଶୁକ୍ରବାର ଲକ୍ଷ୍ମଣ ସଂଗପ୍ପା...

ଲଶ୍କରର ଟପ୍‌ କମାଣ୍ଡର ନିହତ…

ଶ୍ରୀନଗର,୨୯।୬: ଜମ୍ମୁ-କଶ୍ମୀର ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳତ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଟପ୍‌ କମାଣ୍ଡରଙ୍କ ସମେତ ୨...

ମଝି ରାସ୍ତାରେ ଟ୍ୟାଙ୍କରରେ ଲାଗିଲା ନିଆଁ

ମୁମ୍ବାଇ,୨୭।୫: ମହାରାଷ୍ଟ୍ର ଗୁୁରୁଗାଓଁରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସୋମବାର ନିଆଁଲାଗିଯାଇଛି। ସ୍ଥାନୀୟ ଏକ ବ୍ରିଜ୍‌ ଉପରେ ଯାଉଥିବାବେଳେ ମଝି ରାସ୍ତାରେ ହଠାତ୍‌ ଟ୍ୟାଙ୍କର ଜଳି...

ଅଚାନକ ଜିଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଯୋଗୀ

ଲକ୍ଷ୍ନୌ,୨୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଅଚାନକ ଭାବେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ରୋଗୀଙ୍କୁ ଭେଟିବା ସହ ହସ୍ପିଟାଲରେ...

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ଭାଗିର…

ମୁମ୍ବାଇ,୨୩।୧ : ଆଇଏନଏସ ଭାଗିରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ପ୍ରୋଜେକ୍ଟ ୭୫ ଅନ୍ତର୍ଗତ କଲଭାରି ଶ୍ରେଣୀର ଏହା ହେଉଛି ପଞ୍ଚମ ବୁଡ଼ାଜାହାଜ। ମୁମ୍ବାଇର ନାଭାଲ...

ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ପାଦରେ ଚାଲିବାକୁ ବାଧ୍ୟ କରିଥିଲେ ମୋଦି: ରାହୁଲ

ପାଟନା,୨୮ ।୧୦: ବିହାର ବିଧାନସଭା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଦ୍ୱିତୀୟ ତଥା ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟରଙ୍କୁ...

Advertisement
Archives

Model This Week