Posted inଜାତୀୟ

ରୋଷେଇ ଗ୍ୟାସ ଦର ବୃଦ୍ଧି: ମାଟି ଚୁଲି ନେଇ ବିଧାନସଭାରେ ପହଞ୍ଚିଲେ କଂଗ୍ରେସ ବିଧାୟକ

ପାଟନା,୧୯ ।୨: ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ୧୧ ଦିନ ମଧ୍ୟରେ ଦୁଇଥର ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ବିହାରରେ ଏହି ଦର ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ତୈଳଦର ଓ ଗ୍ୟାସଦର ବୃଦ୍ଧି ପ୍ରତିବାଦରେ ଶୁକ୍ରବାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାଁ, ମାଟି ଚୁଲି ଓ ଜାଳେଣି କାଠନେଇ ବିଧାନସଭା ପହଞ୍ଚିଛନ୍ତି । ସକିଲ କହିଛନ୍ତି ସେ ଏହାକୁ ସରକାରଙ୍କୁ ଉପହାର ଦେବେ । ସକିଲଙ୍କ ସହ ବିଧାୟିକା ପ୍ରତିମା କୁମାର ଓ ଅଜିତ ଶର୍ମା ବି ବିରୋଧ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ବିଧାୟକ ଅଖତରୁଲ ଇସଲାମ ସାହିନ ବି ବିରୋଧ କରିଛନ୍ତି । ସେ ସାଇକେଲ ଚଲାଇ ବିଧାନସଭାରେ ପହଞ୍ଚିଛନ୍ତି । ତଙ୍କର ଦାବି କେନ୍ଦ୍ର ସରକାର ତୈଳ ଦର କମ୍ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର; ମହାରାଷ୍ଟ୍ରରେ ହେବନି ଲାଗୁ ଏନ୍‌ଆର୍‌ସି: ଉଦ୍ଧବ

ମୁମ୍ବାଇ,୨।୨: ନାଗରିକତ୍ୱ ପ୍ରମାଣ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେବ। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ମୁଖ୍ୟନ୍ତ୍ରୀ...

୮୨ କୋଟି ଲୋକ ଭୋକିଲା

ଜାତିସଂଘ,୧୬ା୭(ପି.ଟି.): ବିଶ୍ୱରେ ୮୨କୋଟିରୁ ଊର୍ଦ୍ଧ୍ୱ ଲୋକ କ୍ଷୁଧା, ଖାଦ୍ୟାଭାବ ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ଖାଦ୍ୟ ଅଭାବ ବୃଦ୍ଧି...

ହଠାତ୍‌ ରକ୍ତ ପରି ଲାଲ୍‌ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା

ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍‌ ଲାଲ୍‌ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା।...

ଉଦ୍‌ଘାଟନର ୩ ଦିନ ପରେ ଧୋଇଗଲା ଫ୍ଲୋଟିଂ ବ୍ରିଜ୍‌

ଉଡୁପି,୧୦ ।୫: କର୍ନାଟକର ଉଡୁପିରେ ମାଲପେ ବିଚରେ ହୋଇଥିବା ରାଜ୍ୟର ପ୍ରଥମ ଭାସମାନ ପୋଲ ସମୁଦ୍ରରେ ଧୋଇ ଯାଇଛି । ୩ ଦିନ ପୂର୍ବରୁ ଅର୍ଥାତ୍...

ଏପ୍ରିଲରେ ରାହୁଲଙ୍କ ଦ୍ୱିତୀୟ ଇନିଂସ: ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୧।୨(ଆଇଏଏନ୍‌ଏସ୍‌):କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଦଳର ମଙ୍ଗ ଧରିବେ। ଆସନ୍ତା ଏପ୍ରିଲରେ ସେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ବଜେଟ...

ମୋଦିଙ୍କ ୨୦ ବର୍ଷର କ୍ଷମତା: କେବେ ମନୋଗ୍ରାମ ଶୁଟ୍ ପିନ୍ଧି ତ ପୁଣିକେବେ ନିର୍ବାଚନ ଚିହ୍ନରେ ସେଲ୍ଫି ନେଇ ଆସିଛନ୍ତି ଚର୍ଚ୍ଚାକୁ

ନୂଆଦିଲ୍ଲୀ, ୭ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରେ ରହିବା ୨୦ ବର୍ଷ ପୂରଣ ହୋଇଛି । ପ୍ରଥମେ ସେ ୭ ଅକ୍ଟୋବର ୨୦୦୧ରେ ଗୁଜରାଟର...

ଗଣଭୋଟ ପାଇଁ ମମତାଙ୍କ ଆହ୍ବାନ

କୋଲକାତା, ୨୦।୧୨:ନୂଆ ନାଗରିକତ୍ୱ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଜାତିସଂଘ ତତ୍ତ୍ୱାବଧାନରେ ଏହା ଉପରେ ଗଣଭୋଟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାସକ...

ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ: ବଢିବ ଟିଭି, ମୋବାଇଲ ସିଗ୍‌ନାଲ

ହାଇଦ୍ରାବାଦ,୧୭ ।୧୨: ଇସ୍ରୋ ପକ୍ଷରୁ ମୋବାଇଲ ଫୋନ ଓ ଟେଲିଭିଜନର ସିଗନାଲ ବୃଦ୍ଧି କରିବାକୁ କମ୍ୟୁନିକେଶନ ସାଟେଲାଇଟ ସିଏମ୍‌ଏସ୍‌-୦୧କୁ ପିଏସ୍‌ଏଲ୍‌ଭି ସି୫୦ ରକେଟରୁ ଲଞ୍ଚ କରାଯାଇଛି...

Advertisement
Archives

Model This Week