ପ୍ରକ୍ରିୟା ଶେଷ ହେଉ ନ ଥିବାରୁ ପ୍ରତିବାଦ

ତାଳଚେର,୪ା୭(ନି.ପ୍ର.): ତାଳଚେର ମେଡିକାଲ କଲେଜ ବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର)କୁ ରାଜ୍ୟ ସରକାର ପରିଚାଳନା କରିବେ। ମେ ୧୨ ତାରିଖରେ ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଇତିମଧ୍ୟରେ ଦେଢ଼ମାସ ପୂରିଗଲାଣି। ଏମ୍‌ସିଏଲ୍‌ ମଧ୍ୟ ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ଏପ୍ରିଲ ୨୧ରୁ ସ୍ପଷ୍ଟ କରି ସାରିଲାଣି। ହେଲେ ସରକାର ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ କରୁ ନାହାନ୍ତି କି ୫ ବର୍ଷ ତଳୁ ନିର୍ମାଣ ଶେଷ ହୋଇଥିବା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏ ନେଇ ଆନ୍ଦୋଳନ ଚେତାବନୀ ଦେଲେ ପ୍ରଶାସନ ପରିଚାଳନାଗତ ପ୍ରକ୍ରିୟା ଚାଲିଥିବା ବାରମ୍ବାର କହୁଛି। ହେଲେ ଉକ୍ତ ପ୍ରକ୍ରିୟା ଶେଷ ହେଉ ନ ଥିବାରୁ ସୋମବାର ଏହାର ଜୋରଦାର ପ୍ରତିବାଦ କରିବାକୁ ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଘୋଷଣା କରିଛି। ଏଥିସହ ଆଗାମୀ ଦିନରେ ଜେଲ୍‌ ଭରୋ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛି।
୧ ଶହ ଏମ୍‌ବିବିଏସ୍‌ ସିଟ୍‌ ଓ ୫ଶହ ଶଯ୍ୟା ବିଶିଷ୍ଟ ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ହାତକୁ ନିଅନ୍ତୁ ବୋଲି ପୂର୍ବରୁ ତାଳଚେରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଉଥିଲା। ଏପରି କି ଏହି ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେ ୧୩ରେ ତାଳଚେର ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ହେଲେ ମେ ୧୦ ତାରିଖରେ ତାଳଚେର ସୁରକ୍ଷା ମଞ୍ଚ ହଠାତ୍‌ ୧୨ ଘଣ୍ଟିଆ ବନ୍ଦ ପାଳନ କରିବାରୁ ଅନୁଗୋଳ ଜିଲା ପ୍ରଶାସନ ବୈଠକ ଡାକି ମିମ୍‌ସାର ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ସୂଚନା ଦେଇଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ମେ ୧୨ ତାରିଖରେ ରାଜ୍ୟ ସରକାର ମିମ୍‌ସାର ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା କରିଥିଲେ। ଏହାକୁ ତାଳଚେରରେ ବିପୁଳ ସ୍ବାଗତ କରାଯାଇଥିଲା। କିନ୍ତୁ ଏ ନେଇ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇ ନ ଥିବାରୁ ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଶ୍ନ ଉଠାଯିବା ସହ ତୁରନ୍ତ ଏ ନେଇ ପଦକ୍ଷେପ ନ ନେଲେ ଜୁନ ୧ରେ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଆନ୍ଦୋଳନ କରାଯିବ ବୋଲି ମେ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ତେବେ ସେହି ମାସ ୨୯ ତାରିଖରେ ଏମ୍‌ସିଏଲ୍‌ର ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ କ୍ରିୟାନୁଷ୍ଠାନ କମିଟିକୁ ଡାକି ବୈଠକ କରିଥିଲେ। ମେଡିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାର ମାଗିଥିବା ଆବଶ୍ୟକ ଅର୍ଥ ଓ ଅନ୍ୟାନ୍ୟ ସୁବିଧା କୋଇଲା ଖଣି କର୍ତ୍ତୃପକ୍ଷ ଯୋଗାଇ ଦେବା ପାଇଁ ସମ୍ମତି ପ୍ରକାଶ କରିଥିବାରୁ ଆନ୍ଦୋଳନ ନ କରିବା ପାଇଁ ଖଣି କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ। ସରକାର କାହିଁକି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି ବୋଲି କମିଟି ପକ୍ଷରୁ ପ୍ରଶ୍ନ କରାଯିବାରୁ ବୈଠକ ବିଫଳ ହୋଇଥିଲା। ଏହାର ଦୁଇଦିନ ପରେ ମେ ୩୧ରେ ତାଳଚେର ଉପଜିଲାପାଳ ବୈଠକ ଡକାଇ କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଥିଲେ। ଏପରି କି ଏମ୍‌ସିଏଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ନକଲ ଦେଖାଇଥିଲେ। ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ କିଛି ମାସ ଆବଶ୍ୟକ ବୋଲି ଉପଜିଲାପାଳ କମିଟିକୁ ବୁଝାଇବା ସହିତ ଅର୍ଥନୈତିକ ଅବରୋଧ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ। ତଦନୁଯାୟୀ କମିଟି ପକ୍ଷରୁ ଏକ ମାସ ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସରକାରୀ ବିଜ୍ଞପ୍ତି ପ୍ରକାଶ ନ ହେଲେ ଜୁଲାଇ ୪ରୁ ଅର୍ଥନୈତିକ ଅବରୋଧ କରାଯିବ ବୋଲି କମିଟି ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା। ତଥାପି ସରକାର ବିଜ୍ଞପ୍ତି ପ୍ରକାଶ କରି ନ ଥିବାରୁ ତାଳଚେର ବନ୍ଦ ସହ ଅର୍ଥନୈତିକ ଅବରୋଧ କରିବାକୁ କମିଟି କର୍ମକର୍ତ୍ତାମାନେ ପ୍ରସ୍ତୁତି ଶେଷ କରିଥିବା ଜଣାପଡ଼ିଛି।

କାର୍ଯ୍ୟକ୍ଷମ ନେଇ ଥଳକୂଳ ମିଳୁନି
ତାଳଚେର ମେଡିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ଥଳକୂଳ ମିଳୁନାହିଁ। ସରକାର କେବଳ ଘୋଷଣାରେ ଅଟକି ଯାଇଛନ୍ତି। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଉ ନ ଥିବାରୁ ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ।
-ପଦ୍ମଚରଣ ସାମଲ, ଆବାହକ, କ୍ରିୟାନୁଷ୍ଠାନ କମିଟି

ପଦକ୍ଷେପ ନିଆ ନ ଗଲେ ୭ ଦିନିଆ ଆନ୍ଦୋଳନ
ଅର୍ଥ ଦେବାକୁ ଏମ୍‌ସିଏଲ୍‌ ଲିଖିତ ଭାବେ ଜଣାଇ ସାରିଥିବାରୁ ଆଉ ଅସୁବିଧା କେଉଁଠି ରହିଲା। ବିଜ୍ଞପ୍ତି ପ୍ରକାଶ ନ କରି କାହିଁକି ସରକାର ସମୟ ଗଡ଼ାଇ ଚାଲିଛନ୍ତି ତାହା ବୁଝାପଡ଼ୁ ନାହିଁ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ୭ ଦିନିଆ ବନ୍ଦ ପାଳନ କରାଯିବ।
-ଦିଗାମ୍ବର ଗଡନାୟକ

ଜିଲାବାସୀଙ୍କୁ ଉପେକ୍ଷା କରାଯାଉଛି
ଗେଜେଟ ନୋଟିଫିକେଶନ ନ କରି ରାଜ୍ୟ ସରକାର ଅନୁଗୋଳ ଜିଲାବାସୀଙ୍କୁ ଉପେକ୍ଷା କରି ଚାଲିଛନ୍ତି। ଏହାକୁ ନେଇ ରାଜନେତାମାନେ ମଧ୍ୟ ମୁହଁ ଖୋଲୁନାହାନ୍ତି। ଯଦି ଅଧିକ ବିଳମ୍ବ କରାଯାଏ ତା’ହେଲେ ସରକାରୀ ବିରୋଧୀ ଆନ୍ଦୋଳନ ଜିଲାରେ ତୀବ୍ରତର ହେବ।
-ଭୂପେନ ଥମ୍ବ, ସଭାପତି, ତାଳଚେର ଜନବିକାଶ କଲ୍ୟାଣ ସଂଘ

ସରକାରଙ୍କ ଉଦାସୀନ ମନୋଭାବ
ମେଡିକାଲ କଲେଜ ନିର୍ମାଣ ହେବାର ୫ବର୍ଷ ବିତିଗଲାଣି। ତଥାପି ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାରଙ୍କ ନିଦ ଭାଙ୍ଗୁନାହିଁ। ଏଠାରେ ରୋଗୀଙ୍କୁ ସେବା କେବେ ମିଳିବ ତାହା ନିର୍ଦ୍ଦିଷ୍ଟ ଭାବେ ଘୋଷଣା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
-କେଶବ ଭୂତିଆ, ପୂର୍ବତନ ନଗରପାଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri