Posted inରାଜ୍ୟ

ସମ୍ବଲପୁରରେ ରାମ୍‌ ଫିଲ୍ମକୁ ବିରୋଧ ପ୍ରସଙ୍ଗ: ରାଜନୈତିକ ମନ୍ତବ୍ୟକୁ ବିରୋଧ

ଭୁବନେଶ୍ୱର,୨୯ା୧୦(ଶର୍ମିଷ୍ଠା ପାଣିଗ୍ରାହୀ)କିଛି ଦିନଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପ୍ରଯୋଜକ-ପ୍ରଯୋଜକ ମଧ୍ୟରେ କଳି ପରେ ଏବେ ଅଭିନେତା ଏବଂ ଅଭିନେତା କଳି ଚର୍ଚ୍ଚାର ବିଷୟ ପାଲଟିଛି। ବିବାଦ ଏତେ ବଢିଛି ଯେ, ଏହା ଏବେ ରାଜନୀତିର ରୂପ ନେଲାଣି। ଏପରି କି ଓଡ଼ିଶାକୁ ୨ଭାଗ କରିବାର କଥା ମଧ୍ୟ ଉଠିଲାଣି। କରୋନା ପୂର୍ବରୁ ଓଡିଆ ଚଳଚ୍ଚିତ୍ରର ସ୍ଥିତି ଯାହା ଥିଲା ସମସ୍ତେ ଜାଣିଛନ୍ତି। କୋଭିଡ୍‌ ପରେ ଚଳଚ୍ଚିତ୍ର ଶିଳ୍ପ ଧୀରେଧୀରେ ଅଣ୍ଟା ସଳଖି ଉଠୁଥିବାବେଳେ ଏବେ ବିବାଦ ସୃଷ୍ଟି ହେବା ଚଳଚ୍ଚିତ୍ରକୁ ଏକ ଭିନ୍ନ ମୋଡ଼ରେ ଆଣିଦେଇଛି। ତେବେ ସମ୍ବଲପୁରରେ ରାମ୍‌ ଚଳଚ୍ଚିତ୍ର ଚଲାଇ ନ ଦେବାକୁ ନେଇ ଯେଉଁ ବିବାଦ ଉପୁଜିଛି, ସେଥିରେ ରାଜନୈତିକ ମତବାଦ ପ୍ରବେଶ ନ କରୁ ବୋଲି ସିନେପ୍ରେମୀ ମତ ଦେଇଛନ୍ତି।
ଗତ ୨୪ତାରିଖରେ ସ୍ଥାନୀୟ ପ୍ରେସକ୍ଲବଠାରେ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସି) ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଅଭିନେତା ଅରିନ୍ଦମ ରାୟଙ୍କ ଅଭିନୀତ ରାମ୍‌ ସିନେମାକୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ବିରୋଧ କରିଥିବା ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ କ୍ରମେ ସମ୍ମିଳନୀରେ ଉପସ୍ଥିତ ଥିବା ପ୍ରଯୋଜକ ଓ ୟୁସିସିସି କର୍ମକର୍ତ୍ତା ମନୋଜ ମିଶ୍ରଙ୍କୁ ୨ବର୍ଷ ପାଇଁ ବାସନ୍ଦ ନିଷ୍ପତ୍ତି ଶୁଣାଇଥିଲେ। ଏପରି କି ୟୁସିସିସିର ନୂତନ ସଭାପତି ସଞ୍ଜୟ ନାୟକ ମଧ୍ୟ ମନୋଜଙ୍କୁ ୨ ବର୍ଷ ପାଇଁ କୌଣସି ପ୍ରଯୋଜକ ସିନେମାରେ ନେବେ ନାହିଁ। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରି କୌଣସି ବ୍ୟକ୍ତି ଫିଲ୍ମ ନିର୍ମାଣ କରନ୍ତି, ତାହାହେଲେ ସେହି ଫିଲ୍ମକୁ ଓ କୌଣସି ଫିଲ୍ମ ହଲ୍‌ରେ ରିଲିଜ କରାଇ ଦିଆଯିବ ନାହିଁ ବୋଲି କହିଥିଲେ। ଉକ୍ତ ନିଷ୍ପତ୍ତି ପରେ ଅଭିନେତାମାନେ ସୋସିଆଲ ମିଡିଆରେ ପରସ୍ପର ଭିଡିଓ ଜାରି କରି ବିବାଦକୁ ବଢ଼ାଇଥିଲେ। ତେବେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ବିବାଦ ଅଧିକ ବଢ଼ିବାରେ ଲାଗିଛି। ସେ କହିଛନ୍ତି, ମନୋଜ ମିଶ୍ରଙ୍କ ବାସନ୍ଦକୁ ପ୍ରତ୍ୟାହାର ନ କଲେ ଓଡ଼ିଶା ଦୁଇ ଭାଗ ହୋଇଯିବ। ତାଙ୍କୁ ବାସନ୍ଦ କରିବାର ଅର୍ଥ ପଶ୍ଚିମ ଓଡ଼ିଶା ପ୍ରତି ଏକ ବୈମାତୃକ ମନୋଭାବ ଦର୍ଶାଉଛି। ସେ ଶନିବାର ମଧ୍ୟ ତାଙ୍କ ବୟାନକୁ ଦୋହରାଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଭାଗ ହେଲେ ସରକାର ଦାୟୀ ରହିବେ। ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ବୋଲି ସରକାର ଚାହୁଁଛନ୍ତି। ସ୍ବତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି। ସ୍ବତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନ ଥିଲି, କି ଆଜି ବି ନାହିଁ। ସରକାରଙ୍କ ମନୋବୃତ୍ତି କିନ୍ତୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି ବୋଲି ମିଶ୍ର କହିଛନ୍ତି। ମିଶ୍ରଙ୍କ ଏଭଳି ମନ୍ତବ୍ୟ ପରେ ଏବେ ବିବାଦ ତେଜିବାରେ ଲାଗିଛି।
ଅଭିନେତା ମନୋଜ ମିଶ୍ର କହିଛନ୍ତି, ମୁଁ ଜାଣିନି ମୋତେ କ’ଣ ପାଇଁ ବ୍ୟାନ୍‌ କରାଯାଇଛି। ମୁଁ କେବେ କୌଣସି ସିନେମାର ବିରୋଧରେ ନୁହେଁ। ସବୁବେଳେ ଓଡ଼ିଆ ସିନେମାର ସପକ୍ଷରେ କହି ଆସିଛି। ରାମ୍‌ ସିନେମା ଦେଖ ନାହିଁ ବୋଲି ମୁଁ ମଧ୍ୟ କାହାକୁ କହିନାହିଁ। ମୋ ନଁା ନେଇ କିଏ ବି କିଛି କହିଥାଇପାରେ, ମାତ୍ର ମୁଁ କାହାକୁ କିଛି କହିନାହିଁ। କେହି ସିନେମାର ବିରୋଧ କରୁ ମୁଁ ଏହା ସପକ୍ଷରେ ନୁହେଁ। ମୁଁ କହିଦେବି ଆଉ ଯଦି ସିନେମା ବନ୍ଦ ହୋଇଯିବ ତାହାହେଲେ ଏହାଠୁ ବଡ଼ ଦୁଃଖଦ କଥା କିଛିନାହିଁ। ଫିଲ୍ମ ଭଲ ଥିଲେ ଯେତେ ଅସୁବିଧା ଆସିଲେ ବି ତାହା ହଲ୍‌ରେ ଚାଲିବ। ଏଥିସହ ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସଞ୍ଜୟ(ଟୁଟୁ) ନାୟକ କ’ଣ ମୋତେ ବ୍ୟାନ୍‌ କରିବେ ମୁଁ ତାଙ୍କୁ ବ୍ୟାନ୍‌ କରୁଛି। ତାଙ୍କ ସହ କୌଣସି ଫିଲ୍ମ କରିବି ନାହିଁ।
ଏହି ପ୍ରସଙ୍ଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ କହିଛନ୍ତି, ଏହି ବିବାଦରେ ରାଜନୀତି ହେବା କଥା ନୁହେଁ। ପରିବାର କଥା ବାହାରକୁ ଯିବା ଆବଶ୍ୟକ ନାହିଁ। ୨ରୁ ୩ଦିନ ମଧ୍ୟରେ ଉଭୟଙ୍କୁ ଡାକି ଆଲୋଚନା ମାଧ୍ୟମରେ ସମାଧାନ କରିବି। ବ୍ୟାନ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ସେ କହିଛନ୍ତି। ଏହାର ପ୍ରତ୍ୟୁତ୍ତରରେ ମନୋଜ କହିଛନ୍ତି, ମୋତେ ବାସନ୍ଦ କଥା ଶୁଣିବା ପରେ କୁନା ତ୍ରିପାଠୀ କେଉଁଠି ଥିଲେ। ସେତେବେଳେ ସେ କାହିଁ କିଛି ମୁହଁ ଖୋଲିଲେନି। ସେପଟେ ଅଭିନେତା ଶ୍ରୀତମ ଦାସ ବି କହିଛନ୍ତି ପଶ୍ଚିମ ଓଡିଶାରୁ ଆସି ମନୋଜ ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି। ସେମାନେ ସମସ୍ତେ ଓଡିଶାର ସୁପୁତ୍ର। ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି। ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୂରାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?