ଆର୍‌ଡି ରାସ୍ତାରେ ଟୋଲ୍‌ପ୍ଲାଜା ନିର୍ମାଣକୁ ବିରୋଧ: ଆନ୍ଦୋଳନ ପାଇଁ ସଂଗଠିତ ଅଞ୍ଚଳବାସୀ

ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜା ନିକଟରେ ରହିଥିବା ବାଇପାସ୍‌ ଆର୍‌ଡି ରାସ୍ତାରେ ପୁଣି ଏକ ଟୋଲପ୍ଲାଜା ନିର୍ମାଣ ଯୋଜନା ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ପୂର୍ବାହ୍ନ ୧୧ଟାରେ ଅଞ୍ଚଳର ଲୋକେ ଟୋଲପ୍ଲାଜା ନିର୍ମାଣସ୍ଥଳୀକୁ ପହଞ୍ଚି ବିରୋଧ କରିଥିଲେ। ଏହାପରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା। ଟୋଲପ୍ଲାଜା କର୍ତ୍ତୃପକ୍ଷ ଏବଂ ଅଞ୍ଚଳବାସୀ ସ୍ଥାନୀୟ ଗ୍ରାମାଞ୍ଚଳ ଥାନାକୁ ପହଞ୍ଚିଥିଲେ। ସେଠାରେ ଆଲୋଚନା ବିଫଳ ହୋଇଥିଲା। ଅନ୍ୟପଟେ ସେହି ରାସ୍ତାରେ ଟୋଲପ୍ଲାଜା ନିର୍ମାଣ ଅଧାରୁ ଅଟକି ରହିଥିବାବେଳେ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ଏଭଳି ନିର୍ମାଣ କାର୍ଯ୍ୟକୁ ଦୃଢ଼ ବିରୋଧ କରିବା ପାଇଁ ସ୍ଥାନୀୟ ବିଭିନ୍ନ ସଙ୍ଗଠନ ସମେତ ଅଞ୍ଚଳବାସୀ ସଙ୍ଗଠିତ ହେଉଥିବା ସୂଚନା ମିଳିଛି।
ପ୍ରକାଶ ଯେ, ୬ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ୮୮ କି.ମି ଦୀର୍ଘ ରାସ୍ତା ଫୋରଲେନ୍‌ ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା(ଏନ୍‌ଏଚ୍‌ଏଆଇ) ଅଧିନରେ ରାସ୍ତା ନିର୍ମାଣକାରୀ କମ୍ପାନୀ ଅଶୋକା ବିଲ୍ଡକନ୍‌ ଏହି ରାସ୍ତା ନିର୍ମାଣ କରିଛି। ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ଜାତୀୟ ରାଜପଥ ଉପରେ ଟୋଲପ୍ଲାଜା ସ୍ଥାପନ କରି ଉକ୍ତ ସଂସ୍ଥା ଯାନବାହନ ଗୁଡ଼ିକରୁ ଟୋଲଟ୍ୟାକ୍ସ ଆଦାୟ କରୁଛି। ଉକ୍ତ ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା, ଆମ୍ବସଢ଼ା, ତୋରା ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡ଼ି)ର ଏକ ବାଇପାସ୍‌ ରାସ୍ତା ଯାଇଛି। ଉକ୍ତ ବାଇପାସ୍‌ ରାସ୍ତାରେ ଯାତାୟାତ ଯାନବାହନ ଗୁଡ଼ିକରୁ ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କ ଟୋଲଟ୍ୟାକ୍ସ ଅସୁଲିକୁ ବିଗତ ଦିନରେ ବିରୋଧ କରାଯାଇଥିଲା। ଏପରିକି ଏନ୍‌ଏଚ୍‌ଏଆଇ, ଅଞ୍ଚଳବାସୀ ଏବଂ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ପରେ ଗତବର୍ଷ ଏହି ରାସ୍ତାରେ ନିର୍ମିତ ଅନ୍ୟଏକ ଟୋଲପ୍ଲାଜାକୁ ଭାଙ୍ଗି ଦିଆଯାଇଥିଲା।
ତେବେ ସେହି ଘଟଣାକୁ ବର୍ଷେ ନ ପୂରୁଣୁ ପୁଣି ସେଠାରେ ଆଉଏକ ଟୋଲପ୍ଲାଜା ନିର୍ମାଣକୁ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳୁଛି। ଏଥିରେ ପ୍ରଶାସନ ହସ୍ତକ୍ଷେପ ନ କଲେ ଏହାକୁ କେନ୍ଦ୍ର କରି ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସହିତ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି। ତୋରା ଗ୍ରାମର ଅନନ୍ତ ତାଣ୍ଡି କହିଛନ୍ତି, ଆର.ଡ଼ି ରାସ୍ତା ଉପରେ ଟୋଲପ୍ଲାଜା ବସାଇବା ନେଇ ଅଶୋକା ବିଲ୍ଡକନ୍‌ର କୌଣସି ଅଧିକାର ନାହିଁ। ଯଦି ସେଠାରେ ଟୋଲପ୍ଲାଜା ନିର୍ମାଣ କରାଯାଏ, ତାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ସମସ୍ତ ଆଖପାଖ ଅଞ୍ଚଳବାସୀ ଏକତ୍ରିତ ହୋଇ ତୀବ୍ର ବିରୋଧ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି। ପ୍ରକାଶଥାଉକି, ଏହି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୂର୍ବରୁ କିଛି ଲୋକ ଖାଉଟୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତାର ବିଚାର କରି ଖାଉଟୀ ଅଦାଲତ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?