ରେଳଲାଇନ୍‌ ନିର୍ମାଣକୁ ବିରୋଧ: ପୋଲିସ-ଜନତା ଖଣ୍ଡଯୁଦ୍ଧ

ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଡୁମେର୍ତ୍ତା ରେଳଷ୍ଟେଶନରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଯାଏ ହେଉଥିବା ରେଳ ଲାଇନ୍‌ କାମକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଶନିବାର ପୂର୍ବାହ୍ନ ୧୧ଟାରେ ଏହି କାମ ଆରମ୍ଭବେଳେ ପୋଲିସ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ବରକାନି ଗ୍ରାମର ଏତୋ ଏକ୍କା(୩୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବଂ ପୋଲିସ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଆନ୍ଦୋଳନକାରୀଙ୍କ ସହ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ପରେ ଉତ୍ତେଜନା ଥମିଛି। କିନ୍ତୁ ଜମିହରାଙ୍କୁ ରୋଜଗାର ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନକାରୀମାନେ ମୃତଦେହ ରଖି ଧାରଣା ଦେଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ (ସନ୍ଧ୍ୟା ୭ଟା) ଧାରଣା ଜାରି ରହିଥିଲା। ଅଧିକ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ବନ୍ଧମୁଣ୍ଡା/ ରାଉରକେଲା,୨୦ା୪ (ସୁବ୍ରତ ଡେ/ ସଙ୍ଗୀତା ଜେନା): ଡୁମେର୍ତ୍ତାରୁ ଆର୍‌ଏସ୍‌ପି ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ମାସ ହେଲା ରେଳଲାଇନ୍‌ ବିଛାକାର୍ଯ୍ୟ ଚାଲିଛି। ଏଥିପାଇଁ ୨୦୦୬ରୁ ଜମି ହରାଇଥିବା ସ୍ଥାନୀୟ ଅଞ୍ଚଳବାସୀ କ୍ଷତିପୂରଣ ଏବଂ ରୋଜଗାର ଦାବିରେ ରେଳଲାଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଆସୁଥିଲେ। ଶୁକ୍ରବାର ଜିଲା ପ୍ରଶାସନର ଉପସ୍ଥିତିରେ ବରକାନିରେ ଏକ ନୂତନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଖବର ପାଇ ଅଞ୍ଚଳବାସୀ ଘଟଣାସ୍ଥଳକୁ ଯାଇ କାମ ବନ୍ଦ କରାଇଥିଲେ। ଶନିବାର ପୂର୍ବାହ୍ନ ୧୧ଟାରେ ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାରୁ ଅଞ୍ଚଳବାସୀ ସେଠାରେ ପହଞ୍ଚତ୍ କାର୍ଯ୍ୟ ବନ୍ଦ ପାଇଁ ଦାବି କରିଥିଲେ। ଏହି ସମୟରେ ପୋଲିସ ଏବଂ ଜନତା ମୁହଁାମୁହିଁ ହୋଇଥିଲା। କିଛି ଲୋକ ଜେସିବି ସମ୍ମୁଖରେ ଶୋଇପଡ଼ିଥିଲେ। ଏହି ସମୟରେ ଜେସିବି ଧକ୍କା ଦେବାରୁ ଏତୋ ଏକ୍କାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପରେ ପଥର ମାଡ଼ କରିଥିଲେ। ସେମାନେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ପୋଲିସ ଗାଡିକୁ ଓଲଟାଇ ଦେଇଥିଲେ। ପଥର ମାଡ଼ରେ ବିଶ୍ରା ସହକାରୀ ତହସିଲଦାର ପୁରୁଷୋତ୍ତମ ନାୟକ, ପୋଲିସ କନ୍‌ଷ୍ଟେବଲ ମନୋରଞ୍ଜନ ଦାସ, ରାଜେଶ ମହାରଣା, ଜେସିବି ଚାଳକ ସାମୁଏଲ ମାସିଙ୍କ ସମେତ ପୋଲିସ କର୍ମୀମାନେ ଆହତ ହୋଇଥିଲେ। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଏସ୍‌ପି ନିତେଶ ୱାଧୱାନୀ, ଅତିରିକ୍ତ ଏସ୍‌ପି ରାଜକିଶୋର ମିଶ୍ର ଏବଂ ପାନପୋଷ ଉପଜିଲାପାଳ ବିଜୟ ନାୟକ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ଜେସିବି ଧକ୍କାରେ ଯୁବକଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ଅଧିକ ସଂଖ୍ୟାରେ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ସହ ଧାରଣା ଦେଇଛନ୍ତି। ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ମୃତଦେହ ଉଠିବ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି। ଅନ୍ୟପକ୍ଷରେ ଘଟଣାର ପ୍ରତିବାଦରେ ଅଞ୍ଚଳବାସୀ ରବିବାର ୧୨ ଘଣ୍ଟିଆ ବନ୍ଧମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri