ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରସାର: ୨୦୦ କୋଟିର କର୍ପସ୍‌ ପାଣ୍ଠି

ଭୁବନେଶ୍ୱର, ୨୫।୭(ସୁନିତ୍‌ ମିଶ୍ର)ଓଡ଼ିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ସ୍ବାଗତ କରୁଛି। ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ବପ୍ନକୁ ସାକାର କରିବା ପାଇଁ ଆମର ନୂଆ ସରକାର ଗଠିତ ହୋଇଛି। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁନ୍ଦର ପ୍ରତିଫଳନ ହେଉଛି ଆମ ସରକାର। ଓଡ଼ିଆ ଅସ୍ମିତା, ବିକାଶ ଓ ସୁଶାସନର ପ୍ରତିଷ୍ଠା ଦିଗରେ ଆମର ନୂଆ ସରକାର ପ୍ରତିବଦ୍ଧତାର ସହ ଉଦ୍ୟମ ଆରମ୍ଭ କରିଛି। ଓଡ଼ିଆ ଅସ୍ମିତା ହେଉଛି ଆମର ଆତ୍ମା। ଆମର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ କରିବାର ଲକ୍ଷ୍ୟ ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ଆମ ସରକାର ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ସହ ଓଡ଼ିଆ ଅସ୍ମିତା ଭବନ ମଧ୍ୟ ପ୍ରତିଷ୍ଠା କରିବ। ୨୦୩୬ ମସିହାରେ ଆମ ରାଜ୍ୟରେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ଆଉ ମାତ୍ର ୧୨ ବର୍ଷ ସମୟ ରହିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ରାଜ୍ୟପାଳ ରଖିଥିବା ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୨୪ ବର୍ଷ ଥିଲା ଏକ ବିରାଟ କାଳଖଣ୍ଡ। ଓଡ଼ିଶାର ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ଯଦି ପୂର୍ବ ସରକାର ଗୁରୁତ୍ୱ ଦେଇଥାନ୍ତେ, ତେବେ ବର୍ତ୍ତମାନ ଆମ ପାଖରେ ଅନେକ ଅସମାହିତ ପ୍ରଶ୍ନ ନ ଥାନ୍ତା। ସେତେବେଳେ ଆମେ ବିରୋଧୀ ଦଳରେ ଥିଲୁ, ଆମେ ପ୍ରଶ୍ନ କରୁଥିଲୁ। ଆଉ ସରକାରୀ ଦଳର ସଦସ୍ୟମାନେ ଅହଂକାର ଦେଖାଉଥିଲେ। ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି। ଭଗବାନ ସବୁ ସହନ୍ତି, କିନ୍ତୁ ଗର୍ବ ଓ ଅହଂକାର ସହନ୍ତି ନାହିଁ। ଆସନ୍ତା ୫ ବର୍ଷ ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ୫ ବର୍ଷରେ ହିଁ ୨୦୩୬ ପାଇଁ ଆମର ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣର ମୂଳଦୁଆ ପ୍ରତିଷ୍ଠା ହେବ। ୨୦୪୭ର ବିକଶିତ ଭାରତର ପରିପ୍ରେକ୍ଷୀରେ ଆମେ ଓଡ଼ିଶାକୁ ୧ ନମ୍ବର କରିବାର ଲକ୍ଷ୍ୟ ନେଇ ଦୃଢ଼ତାର ସହ ଉଦ୍ୟମ କରିବୁ। ଏଥିପାଇଁ ଏହି ୫ ବର୍ଷ ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ଆମେ ଓଡ଼ିଶାର ବିକାଶ ଓ ଅସ୍ମିତାର ପ୍ରତିଷ୍ଠା ଦିଗରେ ବିନିଯୋଗ କରିବୁ। ସରକାର ଗଠନର ପ୍ରଥମ ଦିନରେ ହିଁ ଆମେ ଓଡ଼ିଶାର ଜନସାଧାରଣଙ୍କୁ ଦେଇଥିବା ୪ଟି ମୁଖ୍ୟ ପ୍ରତିଶ୍ରୁତି ପାଳନ କରିଛୁ। ଶପଥ ଗ୍ରହଣର ସାରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆମେ ଏହି ପ୍ରତିଶ୍ରୁତିଗୁଡ଼ିକୁ ଗ୍ରହଣକରି ପଦକ୍ଷେପନେବା ଆରମ୍ଭ କରିଛୁ। ସେଗୁଡ଼ିକ ହେଲା- ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପ୍ରଥମ ପରିଚୟ। ମହାପ୍ରଭୁଙ୍କୁ ନେଇ ଓଡ଼ିଶାର ଜନସାଧାରଣଙ୍କ ଭାବାବେଗ ସର୍ବଜନବିଦିତ। ସେ ଭାବାବେଗରେ ଲାଗିଥିବା ଆଘାତକୁ ଦୂର କରିବା ପାଇଁ ଆମ ସରକାର ଶପଥ ଗ୍ରହଣ ଦିନର ସାରେ କ୍ୟାବିନେଟ ନିଷ୍ପତ୍ତି ନେଇ ପରଦିନ ମଙ୍ଗଳ ଆଳତି ସମୟରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିଥିଲେ। ଲୋକଙ୍କ ଭାବାବେଗକୁ ସମ୍ମାନ ଦେବାରେ ଆମ ସରକାରର ପଦକ୍ଷେପ ଅଦ୍ୱିତୀୟ। ଆମର ବଜେଟ ପ୍ରକ୍ରିୟା ପାଇଁ ମଧ୍ୟ ହଜାର ହଜାର ଲୋକ, ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ଗ୍ରହଣ କରାଯାଇଛି। ଅନ୍‌ଲାଇନ ଜରିଆରେ ୧୨ ହଜାରରୁ ଅଧିକ ଲୋକ ବଜେଟ ଉପରେ ତାଙ୍କର ମତାମତ ଦେଇଥିଲେ, ଯାହାକି ପୂର୍ବ ବର୍ଷର ମତାମତ ତୁଳନାରେ ୬ ଗୁଣ ହେବ। ଏହାକୁ ଲୋକଙ୍କ ବଜେଟ କରିବା ପାଇଁ ଆମର ପ୍ରୟାସ ସଫଳ ହେଉଛି। ପୂର୍ବ ସରକାର ମହିଳାମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅନେକ କଥା କହୁଥିଲେ, କିନ୍ତୁ ବାସ୍ତବରେ ତାହା ପାଣିର ଗାର ଥିଲା। ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ଯୋଜନାଗୁଡ଼ିକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ କୁଣ୍ଠାବୋଧ କରୁଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ସମର୍ଥନ ଦେଇ ଓଡ଼ିଶାର ଲୋକ ଡବଲ ଇଞ୍ଜିନ ସରକାର ଗଠନ କରିଛନ୍ତି। ଏବେ ଓଡ଼ିଶାର ଡବଲ ଇଞ୍ଜିନ ସରକାର ଓଡ଼ିଶାର ଆର୍ଥିକ ପ୍ରଗତିକୁ ଦ୍ରୁତ ଗତିରେ ତ୍ୱରାନ୍ବିତ କରିବେ। ସେହିପରି ରେଳ ବଜେଟରେ ମଧ୍ୟ ୨୦୧୪ ମସିହା ପୂର୍ବରୁ ଓଡ଼ିଶାକୁ ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଆମକୁ ୧୦,୫୨୬ କୋଟି ଟଙ୍କା ମିଳିଛି। ଏହା ପୂର୍ବ ଅପେକ୍ଷା ୧୨.୫ ଗୁଣ ଅଧିକ। ଓଡ଼ିଶାରେ ରେଳ କ୍ଷେତ୍ରରେ ଶତ ପ୍ରତିଶତ ବିଦ୍ୟୁତୀକରଣ କରାଯାଇଛି। ଏ ବର୍ଷ ମଧ୍ୟ ୫୯ଟି ଷ୍ଟେଶନକୁ ଅମୃତ ଷ୍ଟେଶନ ଭାବେ ବିକଶିତ କରାଯିବାର ନିଷ୍ପତ୍ତି ନିଆଯାଇଛି। ରାଜ୍ୟପାଳ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ପାଇଁ ଆମକୁ ଆହ୍ବାନ ଦେଇଛନ୍ତି। ଆମେ ସେହି ଆହ୍ବାନକୁ ଗ୍ରହଣକରି କଠିନ ପରିଶ୍ରମ କରି ଆମର ପୂର୍ବ ଗୌରବକୁ ଫେରାଇ ଆଣିବୁ ଏବଂ ୨୦୩୬ ରେ ଏକ ବିକଶିତ ଓଡ଼ିଶା ଗଠନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri