ପରିବେଶ ସୁରକ୍ଷାରେ ଗ୍ରହର ସୁରକ୍ଷା

ଇଂ. ପ୍ରକାଶ କୁମାର ମହାନ୍ତି

 

ପଞ୍ଚ ମହାଭୂତ- ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶକୁ ନେଇ ସମଗ୍ର ପ୍ରକୃତିର ସୃଷ୍ଟି। ଆଜି ପ୍ରକୃତିର ସମସ୍ତ ଉପାଦାନ ପ୍ରଦୂଷିତ। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ, ପରିବେଶ ପ୍ରଦୂଷଣ ପାଇଁ ଏହି ପୃଥିବୀରୁ ଦିନେ ସମସ୍ତ ପ୍ରାଣୀ ନିଶ୍ଚିହ୍ନ ହୋଇଯିବେ। ଅସଂଖ୍ୟ କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବା ବେଳେ ସେଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଜଳାଧାରରେ ପ୍ରବେଶ କରି ଜଳକୁ ପ୍ରଦୂଷିତ କରୁଛି। ରାସାୟନିକ ସାରର ବହୁଳ ପ୍ରୟୋଗ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ମାଟିକୁ ପ୍ରଦୂଷିତ କରୁଛି ଓ କୃତ୍ରିମ ଉଚ୍ଚ ଶବ୍ଦ ସୃଷ୍ଟି ଆକାଶକୁ ପ୍ରଭାବିତ କରୁଛି। ଏହସହ ସମ୍ପ୍ରତି ପୃଥିବୀର ତାପମାତ୍ରା ବଢ଼ିଚାଲିଛି। ମେରୁ ଅଞ୍ଚଳରେ ଗ୍ଲାସିୟର ତରଳିବା ଆରମ୍ଭ ହୋଇଛି ଓ ଏହାଦ୍ୱାରା ସମୁଦ୍ରର ଜଳପତ୍ତନ ବଢ଼ି ପ୍ରଳୟ ସୃଷ୍ଟି ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଲେଣି। ସମୁଦ୍ର ଉପକୂଳବର୍ତ୍ତୀ ସହରଗୁଡ଼ିକ ଜଳପ୍ଳାବିତ ହେବ ଓ ପୃଥିବୀ ଧ୍ୱଂସାଭିମୁଖୀ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏହି ତାପମାତ୍ରା ବୃଦ୍ଧିର ଏକମାତ୍ର କାରଣ ହେଉଛି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି। ବିକାଶ ନାମରେ ଶିଳ୍ପାୟନ ଓ କଳକାରଖାନାର ସଂଖ୍ୟା ବୃଦ୍ଧି ଏହାର ମୁଖ୍ୟ କାରଣ। ଗଛ ଅଙ୍ଗାରକାମ୍ଳ ଶୋଷିନିଏ ଏବଂ ପ୍ରତିଦାନରେ ଅମ୍ଳଜାନ ପ୍ରଦାନ କରେ। ମାତ୍ର ମଣିଷ ଶିଳ୍ପାୟନ ପାଇଁ ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ଲକ୍ଷ ଲକ୍ଷ ଗଛ କଟିବାରେ ଲାଗିଛି। ପ୍ରଚୁର ଗଛଥିଲେ ସେଗୁଡିକ ଅଙ୍ଗାରକାମ୍ଳକୁ ଶୋଷିନିଅନ୍ତି। ମାତ୍ର ଜଙ୍ଗଲ କମିବା ଦ୍ୱାରା ତାହା ସମ୍ଭବ ହେଉ ନାହିଁ। ଫଳରେ ପୃଥିବୀର ତାପମାତ୍ରା ବଢ଼ୁଛି। ନୂତନ ବନୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର ସେହି ଅନୁପାତରେ ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ। ଗ୍ଲୋବାଲ ୱର୍ମିଂ (ବିଶ୍ୱତାପନ) କାରଣରୁ ଜଳବାୟୁ ପରିବର୍ତ୍ତନ, ଭୂତଳଜଳ ହ୍ରାସ, ମୃତ୍ତିକାକ୍ଷୟ ଆଦି ବିପର୍ଯ୍ୟୟ ସୃଷ୍ଟି ହେଉଛି। ଏହା ଦ୍ୱାରା କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ, ଜଳଚର ଜୀବ ଓ ଉଦ୍ଭିଦଜଗତ ମଧ୍ୟ ପ୍ରଭାବିତ ହେଉଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ବ୍ୟାପକ ବୃକ୍ଷଛେଦନ ଫଳରେ ଅମ୍ଳଜାନର ଅଭାବ ଅନୁଭୂତ ହେଲାଣି। ଫଳରେ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅମ୍ଳଜାନ ପାର୍ଲର ଖୋଲିଲାଣି। ଚାଇନାର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଳଜାନ ବିକ୍ରି ହେଉଛି। ଏଣୁ ଆଗାମୀ ଦିନରେ ବାହାରକୁ ଗଲେ ପାଣି ବୋତଲ ସହ ଅମ୍ଳଜାନ ଥଳି ଧରି ଯିବାକୁ ପଡ଼ିପାରେ। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏକ ସଫଳ ବନୀକରଣ ଯୋଜନାର ଆବଶ୍ୟକତା ଅଛି। ଏଥିପାଇଁ ଗଛକୁ ଭଲ ପାଇବାକୁ ହେବ। ନିଜର ସନ୍ତାନସନ୍ତତି ଭଳି ଗଛଗୁଡ଼ିକୁ ଯତ୍ନ ନେବାକୁ ପଡ଼ିବ। ଶୀତତାପ ନିୟନ୍ତ୍ରିତ କୋଠରି ମଧ୍ୟରେ ବସି ଜଙ୍ଗଲ କ୍ଷୟ ରୋକିବା ପାଇଁ ନୀତି ନିର୍ଦ୍ଧାରଣ କଲେ ଜଙ୍ଗଲ କ୍ଷୟ ବନ୍ଦ ହୁଏ ନାହିଁ। ଏଥିପାଇଁ ଆବଶ୍ୟକ ଆନ୍ତରିକ ଉଦ୍ୟମ। ୧୭୩୦ ମସିହା କଥା। ଯୋଧପୁର ମହାରାଜ ଗୋଟିଏ ନୂତନ ମହଲ ନିର୍ମାଣ କରିବ ପାଇଁ ଯୋଜନା କଲେ। ଆବଶ୍ୟକ ହେଲା ଶକ୍ତକାଠ। କିନ୍ତୁ ସେତେବେଳେ ଯୋଧପୁର ସହରରେ ଗଛର ଅଭାବ ଥାଏ। ରାଜାଙ୍କ ଆଦେଶରେ ରାଜ କର୍ମଚାରୀମାନେ ପ୍ରଚୁର ବଡ଼ ଗଛ ଥିବା ଏକ ଗାଁରେ ପହଞ୍ଚତ୍ଲେ। ଯେତେବେଳେ ଜଣେ ରାଜକର୍ମଚାରୀ ଗୋଟିଏ ଗଛ ଉପରେ କୁରାଢ଼ି ଚୋଟ ପକାଇଲେ, ଛମକି ପଡ଼ିଲେ ନିକଟସ୍ଥ ଗୃହର ବାସିନ୍ଦା ଅମୃତା ଦେବୀ। ଘର ଭିତରେ ସେ ରାନ୍ଧୁଥିଲେ। ରାନ୍ଧିବା ଛାଡ଼ି ସେ ଦୌଡ଼ିଗଲେ ରାଜକର୍ମଚାରୀଙ୍କ ନିକଟକୁ ଓ କହିଲେ, ତୁମେ ଇଏ କ’ଣ କରୁଛ? ଆମ ଗାଁରେ ଗଛ କାଟିବା ଅଧର୍ମ। ଆମେ କେବେ ଗଛ କାଟୁନା କିମ୍ବା କାହାକୁ କାଟିବାକୁ ଦେଉନା। ମାତ୍ର ରାଜାଙ୍କ ଆଦେଶରେ ଏହି ଗଛକଟା ହେଉଛି କହି ରାଜକର୍ମଚାରୀ ପୁଣି କୁରାଢ଼ି ଉଠାଇଲେ। ଅମୃତା ଦେବୀ ଗଛଟିକୁ କୁଣ୍ଢାଇ ପକେଇଲେ। ତାଙ୍କ ବେକରେ କୁରାଢ଼ି ଚୋଟ ବସିଲା । ତାଙ୍କ ମୁଣ୍ଡ ତଳେ ଲୋଟିଲା। ଅମୃତାଦେବୀଙ୍କର ଥିଲେ ତିନି ଝିଅ। ଜଣକ ପରେ ଜଣେ ଆସି ଗଛକୁ କୁଣ୍ଢାଇ ଧରିଲେ ଓ ସମସ୍ତଙ୍କ ମୁଣ୍ଡ କାଟ ହେଲା। ଏ ଖବର ଚାରିଆଡ଼େ ବ୍ୟାପିଗଲା। ସମସ୍ତ ଗ୍ରାମବାସୀ ପହଞ୍ଚତ୍ଲେ ଓ ଗଛକୁ ଜାବୁଡ଼ି ଧରିଲେ। ତିନିଶହ ତେଷଠି ମୁଣ୍ଡ କଟିଲା। ଖବର ପହଞ୍ଚତ୍ଲା ରାଜାଙ୍କ ପାଖରେ। ରାଜା ଆସିଲେ ଓ ଲୋକଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ପରିବେଶ ସୁରକ୍ଷା ପାଇଁ ଅମୃତା ଦେବୀଙ୍କ ବଳିଦାନ ଇତିହାସରେ ଲିପିବଦ୍ଧ ହୋଇ ରହିଛି।
ସଂପ୍ରତି ଉଚ୍ଚପଦ ଓ ସୁଖ ସମ୍ଭୋଗର ଜୀବନକୁ ତୁଚ୍ଛ କରି ଗୋଟିଏ ଆଦିବାସୀ ଅଧ୍ୟୁଷିତ ଗାଁରେ ରହିଛନ୍ତି ଓ ପରିବେଶର ସୁରକ୍ଷା ପାଇଁ ବନୀକରଣ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଛନ୍ତି ଦିଲ୍ଲୀ ଆଇଆଇଟିର ପ୍ରାକ୍ତନ ପ୍ରଫେସର (ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗ) ଡ.ଆଲୋକ ସାଗର। ୧୯୮୨ ମସିହାରୁ ପ୍ରଫେସର ପଦ ତ୍ୟାଗ କରି ସେ ରହୁଛନ୍ତି ମଧ୍ୟପ୍ରଦେଶର ଏକ ଆଦିବାସୀ ଅଧ୍ୟୁଷିତ ଗାଁ କୋଚୁମାରେ। ସେଠି ଭଲ ରାସ୍ତା ନାହିଁ କି ବିଜୁଳି ଆଲୁଅର ସୁବିଧା ନାହିଁ। ସେଠି ସେ ବିତାଉଛନ୍ତି ଏକ ସରଳ ଜୀବନ। ଆଦିବାସୀ ଭାଇଭଉଣୀଙ୍କ ସହ ମିଶି ଆଜି ପର୍ଯ୍ୟନ୍ତ ସେ ୫୦ ହଜାରରୁ ଅଧିକ ଗଛ ଲଗାଇଲେଣି। ସେ ପିନ୍ଧନ୍ତି ଏକ କୁର୍ତ୍ତା, ଚଢ଼ିନ୍ତି ସାଇକେଲ। ଦିନସାରା ସାଇକେଲରେ ବୁଲି ଆଦିବାସୀମାନଙ୍କ ଘରେ ପହଞ୍ଚନ୍ତି ଓ ଚାରା ବାଣ୍ଟନ୍ତି। ଆଲୋକ ସାଗରଙ୍କ ଭଳି ସମସ୍ତେ ବନୀକରଣ ପାଇଁ ଉତ୍ସର୍ଗୀକୃତ ହେଲେ ପରିବେଶ ପ୍ରଦୂଷଣ କମିବ ଓ ଜୀବଜଗତ ଅକାଳ ଧ୍ୱଂସରୁ ରଖାପାଇବ। ଆଜିର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ପ୍ରକୃତିକୁ ଶୋଷଣ କରୁଥିବାରୁ ପ୍ରକୃତି ଆମ ଉପରେ ପ୍ରତିହିଂସା ପରାୟଣ ହେଉଛି। ମହାତ୍ମା ଗାନ୍ଧୀ କହୁଥିଲେ:- the earth provides enough to satisfy man’s need, but not every man’s greed. ଏହି ବାଣୀକୁ ମନେରଖିଲେ ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରହିବ। ଗାନ୍ଧିଜୀଙ୍କ ଏହି ବାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ। ପ୍ରାଚୀନ କାଳରେ ଲୋକେ ସ୍ବତଃପ୍ରବୃତ୍ତ ଭାବରେ ବୃକ୍ଷରୋପଣ କରୁଥିଲେ।
ବୃକ୍ଷଲତାଗୁଡ଼ିକୁ ଧର୍ମ ସହ ସଂଯୁକ୍ତ କରାଯାଉଥିଲା। ଭଗବଦ୍‌ଗୀତାରେ ଭଗବାନ୍‌ କହିଛନ୍ତି: ବୃକ୍ଷମାନଙ୍କ ମଧ୍ୟରେ ଅଶ୍ୱତ୍‌ଥ, ତୁଳସୀ, ବିଲ୍ବ, କଦମ୍ବ, ରୁଦ୍ରାକ୍ଷ, ଚମ୍ପା, ବକୁଳ ଆଦି ଗଛ ଓ ସେଗୁଡିକ୍‌ର ପତ୍ର ଏବଂ ଫୁଲ ସହ ଧାର୍ମିକ ଭାବନା ଜଡିତଥିବାରୁ ଜନସାଧାରଣ ସ୍ବତଃପ୍ରବୃତ୍ତ ଭାବରେ ଗଛ ଲଗାଉଥିଲେ। ତଦ୍ଦ୍ବାରା ପରିବେଶ ସୁରକ୍ଷା ରହୁଥିଲା। ଆଧୁନିକ ମଣିଷ ଏହି ଧର୍ମ ଭାବନାରୁ ମଧ୍ୟ ଦୂରେଇ ଗଲାଣି। ବସ୍ତୁବାଦୀ ଓ ଭୋଗବାଦୀ ହୋଇ ସେ ପ୍ରକୃତିକୁ ଲୁଣ୍ଠନ କରୁଛି ଓ ପରିଣତି ସ୍ବରୂପ ଜଳବାୟୁ ପରିବର୍ତ୍ତନ ଦ୍ୱାରା ନିଜର ବିନାଶକୁ ଆମନ୍ତ୍ରଣ କରୁଛି। ଆସନ୍ତୁ, ସମସ୍ତେ ଏକ ସଂକଳ୍ପ ନେବା ଅଧିକରୁ ଅଧିକ ବୃକ୍ଷରୋପଣ କରି ପୃଥିବୀ ମାତା’ର ଉଷ୍ମତାକୁ ପ୍ରଶମିତ କରିବା ଏବଂ ପରିବେଶକୁ ସୁସ୍ଥ, ସୁନ୍ଦର ଓ ସବୁଜିମା କରିବା। ତତ୍‌ସହିତ ଏହି ବାସୋପଯୋଗୀ ଗ୍ରହର ସୁରକ୍ଷା ଦିଗରେ ଅଧିକ ଯତ୍ନଶୀଳ ହେବା ।
– ରେଳଡବା କାରଖାନା, ମଞ୍ଚେଶ୍ୱର
ମୋ: ୮୪୫୫୮୮୮୪୬୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?