ଗାଡ଼ିରୁ ତେଲ ସରିଯିବାରୁ ସାଙ୍ଗଙ୍କୁ ମାରିଦେଲେ

ଭୁବନେଶ୍ୱର,୧୬।୬(ସୂର୍ଯ୍ୟକାନ୍ତ ବେହେରା)ଚନ୍ଦକା ଥାନା ଅନ୍ତର୍ଗତ ପାଞ୍ଚମାଣିଆ ଜଙ୍ଗଲରେ ଡିପ୍ଲୋମା ଛାତ୍ର ସୁଶାନ୍ତ କୁମାର ଟୁଡୁଙ୍କୁ ହତ୍ୟା କରି ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଗାଡିରୁ ତେଲ ସରିଯିବା ଓ ଏଥିପାଇଁ ଟଙ୍କା ମାଗିବାରୁ ପ୍ରଥମେ ବଚସା ପରେ ଉତ୍‌କ୍ଷିପ୍ତ ହୋଇ ସୁଶାନ୍ତଙ୍କୁ ଗାମୁଛାରେ ହତ୍ୟା କରିଥିଲେ ତାଙ୍କର ଦୁଇ ଗାଁ ସାଙ୍ଗ। ଏ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି, ସୁଶାନ୍ତଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ୨ ସାଙ୍ଗଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ବାରଙ୍ଗ ଦାଢାପାଟଣା ଗାଁର ରାଜେନ୍ଦ୍ର ହାଁସଦା ଓରଫ ପୁଟୁ ଏବଂ ମୋହନ ମାରାଣ୍ଡି ଓରଫ ଚାମୁଣ୍ଡା। ଅଭିଯୁକ୍ତଦ୍ୱୟଙ୍କଠାରୁ ଏକ ସ୍କୁଟି, ପକେଟ ଚିରା ହୋଇଥିବା ଶାର୍ଟ ଓ ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଥିବାବେଳେ ଆଉ ଜଣେ ଗାଁରେ ରହି ଛୋଟ ମୋଟ କାମ କରୁଥିବା ଅତିରିକ୍ତ ଡିସିପି ପାତ୍ର ସୂଚନା ଦେଇଛନ୍ତି।
ସୁଶାନ୍ତ ହେଉଛନ୍ତି ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଡିପ୍ଲୋମା ଛାତ୍ର। ଗତ ୧୧ ତାରିଖ ଦିନ ସୁଶାନ୍ତ ନିଜ ସ୍କୁଟିରେ ତାଙ୍କର ଦୁଇ ଗାଁ ସାଙ୍ଗ ରାଜେନ୍ଦ୍ର ଓ ମୋହନଙ୍କ ସହ ଚୁଡ଼ଙ୍ଗଗଡକୁ ମଦ ପିଇବାକୁ ଯାଇଥିଲେ। ମଦ ପିଇ ଫେରୁଥିବାବେଳେ ପାଞ୍ଚମାଣିଆ ଜଙ୍ଗଲ ପାଖରେ ଗାଡିରୁ ତେଲ ସରିଯାଇଥିଲା। ଏହାପରେ ସୁଶାନ୍ତ ତେଲ ବାବଦକୁ ୫୦ ଟଙ୍କା ମାଗିଥିଲେ। ହେଲେ ଅଭିଯୁକ୍ତଦ୍ୱୟ ମଦ ପିଇବାକୁ ଟଙ୍କା ଦେଇଛୁ, ଆଉ ଦେବୁନୁ ବୋଲି କହିଥିଲେ। ଗାଡିରେ କାହିଁକି ତେଲ ରଖିନାହୁଁ ବୋଲି ସୁଶାନ୍ତଙ୍କୁ ପଚାରିଥିଲେ ଅଭିଯୁକ୍ତଦ୍ୱୟ। ଏହାକୁ ନେଇ ରାସ୍ତାରେ ପାଟିତୁଣ୍ଡ ହେବାରୁ ଅଭିଯୁକ୍ତଦ୍ୱୟ ଉତ୍ତ୍ୟକ୍ତ ହୋଇ ସୁଶାନ୍ତଙ୍କ ବେକକୁ ଏକ ଗାମୁଛାରେ ଚିପି ଦେଇଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତ ଅଚେତ ହୋଇପଡିଥିଲେ। ଏହାପରେ ସୁଶାନ୍ତ ମରିଯାଇଥିବା ଜାଣି ଭୟରେ ତାଙ୍କ ମୃତଦେହକୁ ପାଞ୍ଚମାଣିଆ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲେ। ଅଭିଯୁକ୍ତମାନେ ସୁଶାନ୍ତଙ୍କ ବେକକୁ ଚିପି ଧରିଥିବାବେଳେ ସେ ଛଟପଟ ହୋଇ ଅଭିଯୁକ୍ତ ରାଜେନ୍ଦ୍ରଙ୍କ ଶାର୍ଟ ପକେଟକୁ ଚିରି ଦେଇଥିଲେ। ଉକ୍ତ ଚିରା ପକେଟ ହିଁ ଘଟଣାସ୍ଥଳରେ ପଡିଥିଲା। ଘଟଣା ପରେ ଉଭୟ ଅଭିଯୁକ୍ତ ସ୍କୁଟିକୁ ଗଡ଼ାଇ ଆଣି ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ରଖି ଗାଁକୁ ପଳାଇଥିଲେ। ଏପଟେ ସୁଶାନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ୧୨ ତାରିଖରେ ଅଭିଯୁକ୍ତଦ୍ୱୟଙ୍କୁ ପଚାରିବାରୁ ସେମାନେ କିଛି ଜାଣି ନ ଥିବା କହିଥିଲେ। ମୃତଦେହରୁ ଦୁର୍ଗନ୍ଧ ହେବାରୁ ଆଖପାଖର ଲୋକେ ସେଠାରେ ପହଞ୍ଚତ୍ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ଏନେଇ ମୃତ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ହତ୍ୟା ମାମଲା (ନଂ.୨୨୧/୨୦୨୪) ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତବେଳେ ସୁଶାନ୍ତଙ୍କ ସହ ଯାଇଥିବା ଦୁଇ ଅଭିଯୁକ୍ତ ରାଜେନ୍ଦ୍ର ଓ ମୋହନଙ୍କୁ ପଚାରଉଚରାବେଳେ ଉଭୟ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?