କଳାପଥର ଉତ୍ତୋଳନକାରୀଙ୍କୁ ସୁରକ୍ଷା: ସାଟେଲାଇଟ୍‌ ମାପଚୁପରୁ ବାଦ୍‌ ପଡ଼ିଛି ରାହାଡ଼ପୁର, ବରଡ଼ା, ଲୁଣିବର

ଯାଜପୁର ଅଫିସ,୧୮ା୮: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଅନୁମତି ପରିମାଣଠାରୁ ଅଧିକ ଉତ୍ତୋଳନରେ ସମ୍ପୃକ୍ତ କଳାପଥର ଖାଦାନ ପଟ୍ଟାଦାରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ୨୦୧୫-୧୬ରୁ ଗତ ମାର୍ଚ୍ଚ ସୁଦ୍ଧା ଜରିମାନା ଆଦାୟ, ଗାଡ଼ି ଜବତ ଆଦି କାର୍ଯ୍ୟାନୁଷ୍ଠାନ ଶୂନ ରହିଥିଲା। ୨୯ା୩ା୨୦୨୨ରେ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ ହୋଇଥିଲା। ତେବେ ଶୁକ୍ରବାର ୪ ଜଣ କଳାପଥର ଖାଦାନ ପଟ୍ଟାଦାରଙ୍କୁ ୧୦୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହେବା ପରେ ଏଭଳି କାରବାରରେ ସମ୍ପୃକ୍ତ ଅନ୍ୟ ପଟ୍ଟାଦାରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସାଟେଲାଇଟ୍‌ ମାଧ୍ୟମରେ ମାପଚୁପ କରାଯାଇ ଅନୁମତିଠାରୁ ଅଧିକ ଉତ୍ତୋଳନ କରିଥିବା ପଟ୍ଟାଦାରଙ୍କଠାରୁ ଜରିମାନା ଆଦାୟ କରାଗଲେ ରାଜ୍ୟ ସରକାର ବିପୁଳ ପରିମାଣରେ ରାଜସ୍ବ ପାଇପାରିବେ ବୋଲି ମତପ୍ରକାଶ ପାଇଛି।

ଧର୍ମଶାଳା ତହସିଲ ଅଞ୍ଚଳର ସମସ୍ତ ଲିଜ୍‌ପ୍ରାପ୍ତ ଓ ବେଆଇନ କଳାପଥର ଖାଦାନଗୁଡିକରେ ନିୟମିତ ଭାବେ ଆପତ୍ତିଜନକ କାର୍ଯ୍ୟକଳାପ ଚାଲି ଆସୁଛି। ଏହା ପୋଲିସ ଓ ପ୍ରଶାସନ ଅଧିକାରୀମାନଙ୍କ ଜ୍ଞାତସାରରେ ଥାଇ ବି ସେମାନେ ଚାପ ଓ ଲୋଭରେ ପଡ଼ି ତାହାକୁ ଅଣଦେଖା କରି ଆସିଛନ୍ତି। ଏନେଇ କେବେ ବି ତର୍ଜମା ହେଉ ନାହିଁ। ବେଆଇନ ଖାଦାନ ତ ଦୂରର କଥା ଲିଜ୍‌ପ୍ରାପ୍ତ ଖାଦାନରେ ମଞ୍ଜୁରଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଛି। ଏନେଇ ହାଇକୋର୍ଟ, ସୁପ୍ରିମକୋର୍ଟ, ଲୋକାୟୁକ୍ତ ଓ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ଏକାଧିକ ମାମଲା ବିଚାରାଧୀନ ରହିଛି। ବିଛାଖଣ୍ଡି, ଡଙ୍କାରୀ ଓ ଆରୁହା ପାହାଡ଼ ଉପରେ କେବଳ ଏହି ମାମଲାଗୁଡିକ ସୀମିତ ରହିଛି। ଏହାବାଦ୍‌ କୋର୍ଟରେ ପ୍ରଶାସନିକସ୍ତରରେ ଦୃଢ଼ ଜବାବ ରଖିବାରେ ଅବହେଳା ଯୋଗୁ ଜରିମାନା ଆଦାୟ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ରାହାଡ଼ପୁର, ବରଡ଼ା ଓ ଲୁଣିବର ପାହାଡ଼ରେ ଥିବା ଖାଦାନଗୁଡିକରୁ ବେଆଇନ ଏବଂ ମଞ୍ଜୁରଠାରୁ ଢେର ଗୁଣ ଅଧିକ ଉତ୍ତୋଳନ ଅଭିଯୋଗକୁ ପ୍ରଶାସନିକସ୍ତରରେ ଅଣଦେଖା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ ରାହାଡ଼ପୁର ପାହାଡ଼ର ୨୦ ଏକର ବିଶିଷ୍ଟ ଖାଦାନରୁ ଉତ୍ତୋଳନ ପାଇଁ ୨୦୧୭-୧୮ରୁ ୫ ବର୍ଷିିଆ ଲିଜ୍‌ ଦିଆଯାଇଛି। ଏହି ସମୟରେ ୨,୫୦,୦୦୦ ଘନମିଟର କଳାପଥର ଉତ୍ତୋଳନ ପାଇଁ ଅନୁମତି ମିଳିଛି। ଅର୍ଥାତ ବର୍ଷକୁ ୫୦,୦୦୦ ଘନମିଟର। କିନ୍ତୁ ଏଠାରେ ମାସକୁ ପ୍ରାୟ ୨ ଲକ୍ଷ ଘନମିଟର କଳାପଥର ଉତ୍ତୋଳନ ହେଉଥିବା ଅଭିଯୋଗ ଉଠିଛି। ଏହି ଖାଦାନରୁ ଉତ୍ତୋଳିତ କଳାପଥର ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିନିଯୋଗ ହେଉଛି। ୭୦ କି.ମି. ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ କେତେ ପରିମାଣ କଳାପଥର ବିନିଯୋଗ ହୋଇଥିଲା ତାହା ସ୍ପଷ୍ଟ ଅନୁମେୟ। ସେହିପରି ବରଡା କଳାପଥର ଖାଦାନରୁ ବାର୍ଷିକ ୩୦ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ଚୁକ୍ତି ହୋଇଥିବାବେଳେ ମାସକୁ ପ୍ରାୟ ୧ ଲକ୍ଷ ଘନମିଟର ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି। ଏଥିରେ ଡଙ୍କାରୀ ପାଦଦେଶରେ ଥିବା ପ୍ରାୟ ୩୦ଟି ମେଗା ଓ ଛୋଟବଡ କ୍ରଶରଗୁଡିକୁ ପଥର ଯୋଗାଣ ହେଉଛି। ଲୁଣିବର କଳାପଥର ଖାଦାନରୁ ବାର୍ଷିକ ୫୦ ହଜାର ଘନମିଟର ଅନୁମତି ଥିବାବେଳେ ଏଠାରୁ ମାସକୁ ୫୦ ହଜାର ଘନମିଟର ଉତ୍ତୋଳନ ହୋଇଥିବା କୁହାଯାଉଛି। ଲୁଣିବର ପାହାଡର ଅନ୍ୟ ଏକ ଖାଦାନରୁ ବାର୍ଷିକ ୫୦ ହଜାର ଅନୁମତି ଥିବାବେଳେ ମାସକୁ ପ୍ରାୟ ୩୦ ହଜାର ଘନମିଟର କଳାପଥର ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି। ଏଭଳି ଅନେକ ଲିଜପ୍ରାପ୍ତ ଖାଦାନଗୁଡିକରୁ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଥିଲେ ମଧ୍ୟ ସେଗୁଡିକ ପ୍ରତି ପ୍ରଶାସନର ଅଯାଚିତ ଅନୁକମ୍ପା ରହିଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri