ମାସ୍କର ଠିକ୍‌ ବ୍ୟବହାର ବିଶଲ୍ୟକରଣୀ ଭଳି କାମ କରିବ

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଭୂତାଣୁ ବାୟୁ ମାଧ୍ୟମରେ ବ୍ୟାପୁଛି। ତେଣୁ ଠିକ୍‌ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଶୁକ୍ରବାର କଟକ ଏସ୍‌ସିବି ମେଡିକାଲର ପ୍ରଫେସର ଡା. ନିବେଦିତା ପାଣି ଯୋଗଦେଇ ମାସ୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଲେ, ମାସ୍କକୁ ଠିକ୍‌ ଭାବେ ବ୍ୟବହାର କଲେ ତାହା ବିଶଲ୍ୟକରଣୀ ଭଳି କାମ କରିବ। ବଜାରରେ ମିଳୁଥିବା ମୁଖ୍ୟତଃ ୩ ପ୍ରକାରର ମାସ୍କ ଯେପରି କି କଟନ, ସର୍ଜିକାଲ ଓ ଏନ୍‌-୯୫ ପିନ୍ଧିବା ପୂର୍ବରୁ ସତର୍କ ରହିବା ଜରୁରୀ। କଟନ ବା କପଡ଼ା ମାସ୍କକୁ ସାବୁନରେ ସଫା କରି ପୁଣି ବ୍ୟବହାର କରିପାରିବେ। କିନ୍ତୁ ସର୍ଜିକାଲ ମାସ୍କକୁ ଧୋଇକି ପୁଣି ଥରେ ବ୍ୟବହାର କରାଯାଇପାରିବ ନାହିଁ। ମାସ୍କ ପିନ୍ଧିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଜରୁରୀ। ମାସ୍କର ସମ୍ମୁଖ ଭାଗକୁ ଧରି କାଢ଼ନ୍ତୁ ନାହିଁ। ମାସ୍କ ପିନ୍ଧିବା ପୂର୍ବରୁ ଓ ଓହ୍ଲାଇଲାବେଳେ ହାତ ସାନିଟାଇଜ୍‌ କରିବା ଉଚିତ। ଏଥିସହ ମାସ୍କ ଯେପରି ମୁହଁ, ପାଟି, ନାକ ଘୋଡ଼ାଇ ରଖୁଥିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏନ୍‌-୯୫ ମାସ୍କ ୯୫% ପ୍ରତିଶତ ସଂକ୍ରମଣକୁ ରୋକିପାରେ। ହୋମ୍‌ ଆଇସୋଲେଶନରେ ଥିବା ରୋଗୀ ମଧ୍ୟ ଡବଲ ଲେୟାର ଥିବା ମାସ୍କ ପିନ୍ଧିବା ଜରୁରୀ। ରୋଗୀଙ୍କ ସେବା କରୁଥିବା ବ୍ୟକ୍ତି ମଧ୍ୟ ଡବଲ ଲେୟାର ମାସ୍କ ପିନ୍ଧିବା ଦରକାର। କରୋନା ସମୟରେ କୌଣସି ବଡ଼ କାମ ନ ଥିଲେ ବାହାରକୁ ନ ଯାଆନ୍ତୁ ବୋଲି ଡା. ପାଣି ପରାମର୍ଶ ଦେଇଛନ୍ତି। କରୋନାରୁ ରକ୍ଷା ପାଇବାକୁ ହେଲେ ଆମ ସମସ୍ତଙ୍କୁ ସଜାଗ ଓ ସଚେତନ ହେବା ସହ ମାସ୍କକୁ ଭଲ ଭାବେ ପିନ୍ଧିବାର ଆବଶ୍ୟକତା ରହିଛି। ସେହିଭଳି ଘର ଭିତରୁ ବାହାରକୁ ନ ଯାଇ ମଧ୍ୟ ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମଣ ହେଉଛନ୍ତି। ଘରର ଅନ୍ୟ ଯୁବପିଢ଼ି କରୋନା ନିୟମକୁ ପାଳନ କରୁ ନ ଥିବାରୁ ଏଭଳି ହେଉଛି। ତେଣୁ ସଂକ୍ରମଣକୁ ଏଡ଼ାଇବାକୁ ହେଲେ ମାସ୍କ ପିନ୍ଧିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ବୋଲି ଡା. ପାଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri