କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ।
OPSC ର ସୂଚନା ଅନୁସାରେ, ସମସ୍ତ ପରୀକ୍ଷା ଦୈନିକ ଦୁଇଟି ସିଟିଂରେ ପରିଚାଳିତ ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯:୦୦ ରୁ ଅପରାହ୍ନ ୧୨:୦୦ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨:୦୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଚାଲିବ। ଏଥିସହିତ ଭିନ୍ନକ୍ଷମ (PWD) ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ପ୍ରତି ସିଟିଂରେ PWD ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧ ଘଣ୍ଟା ସମୟ ପ୍ରଦାନ କରାଯିବ। ପରୀକ୍ଷାର୍ଥୀମାନେ ଅଧିକ ସୂଚନା ଏବଂ ଆଡମିଟ୍ କାର୍ଡ ପାଇଁ ଆୟୋଗର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।

