ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ ମୃତଦେହ ମିଳିଥିବା ବେଳେ ସେମାନଙ୍କ ପରିଚୟ ଓ ପରିବାର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ଗଣ୍ଡକ ନଦୀ ନେପାଳରୁ ଉତ୍ପତ୍ତି ହୋଇ ଭାରତ ଦେଇ ପ୍ରବାହିତ ହେଉଛି। ମୃତକମାନେ ନେପାଳର ଓ ସମସ୍ତେ ସାବାଳକ। ମୃତଦେହଗୁଡ଼ିକ ଫୁଲିଯିବା ସହ ଶଢ଼ିବା ଅବସ୍ଥାକୁ ଆସିଯାଇଥିବା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି। ମୃତଦେହଗୁଡ଼ିକ ମହାରାଜଗଞ୍ଜ ଏବଂ କୁଶିନଗର ଶବାଗାରରେ ରଖାଯାଇଥିବା ବେଳେ ପରିଚୟ ଜାଣିବା ନେଇ ପୋଲିସର ଉଦ୍ୟମ ଜାରି ରହିଛି।

