ଲୋକସେବା ଭବନରେ ପଦୋନ୍ନତି ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୨୯ା୮(ସୁନିତ୍‌ ମିଶ୍ର)ଲୋକସେବା ଭବନରେ ପଦୋନ୍ନତିକୁ ନେଇ ବିବାଦ ଦେଖିବାକୁ ମିଳିଛି। ଏସ୍‌ସି, ଏସ୍‌ଟି (ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି) ଏବଂ ସାଧାରଣ ବର୍ଗର କର୍ମଚାରୀଙ୍କ ମଧ୍ୟରେ ମୁଖ୍ୟତଃ ପଦୋନ୍ନତିକୁ ନେଇ ଦ୍ୱନ୍ଦ୍ୱ ଲକ୍ଷ୍ୟ କରାଯାଇଛି। ସାଧାରଣ ବର୍ଗର ଅଧିକାରୀଙ୍କ ପଦୋନ୍ନତି ପାଇଁ ଯେଉଁ ପଦବୀ ରହିଛି ସେଥିରେ ଏସ୍‌ସି, ଏସ୍‌ଟି ବର୍ଗଙ୍କୁ ପଦୋନ୍ନତି ଦେବାକୁ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି। ନିକଟରେ ଶତାଧିକ ସାଧାରଣ ବର୍ଗର କର୍ମଚାରୀ ଏହାକୁ ବିରୋଧକରି ଆଇନ ବିଭାଗ ସଚିବଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ର ହୋଇ ଏନେଇ ଅଭିଯୋଗ କରିବାକୁ ଆସିଥିବାବେଳେ ଘଟଣା ସମ୍ପର୍କରେ ଜାଣିବାକୁ ମିଳିଥିଲା। ହେଲେ କେତେଜଣ ଅବସରପ୍ରାପ୍ତ ଅଧିକାରୀ ଏହି ଘଟଣା ଦୀର୍ଘଦିନ ହେଲା ଦ୍ୱନ୍ଦ୍ୱରେ ଚାଲିଥିବା ମତ ରଖିଛନ୍ତି। ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଏ ବିଷୟରେ ତର୍ଜମା କରିବେ ବୋଲି ମତ ରଖିଛନ୍ତି। ଅପରପକ୍ଷରେ କେତେଜଣ ଏସ୍‌ସି, ଏସ୍‌ଟି ବର୍ଗର କର୍ମଚାରୀ ପଲଟା ଅଭିଯୋଗ ଆଣୁଛନ୍ତି। ସୁପ୍ରିମକୋର୍ଟଙ୍କ ନିୟମାନୁଯାୟୀ ସେମାନଙ୍କୁ ସାଧାରଣ ବର୍ଗଙ୍କ ସ୍ଥାନରେ ପଦୋନ୍ନତି ମିଳିପାରିବ ବୋଲି ଦାବି କରୁଛନ୍ତି।
ଆଗକୁ ବହୁ ପଦପଦବୀରେ ପଦୋନ୍ନତି ହେବାକୁ ଥିବାରୁ ଏବେଠାରୁ ନିଜ ଭବିଷ୍ୟତକୁ ନେଇ ସାଧାରଣ ବର୍ଗର କର୍ମଚାରୀମାନେ ଚିନ୍ତା ପ୍ରକଟ କରି ଏହା ଉପରେ ଆଲୋଚନା କରାଯାଉ ବୋଲି ଦାବି ଜୋର୍‌ଦାର କରିଛନ୍ତି। ଅଭିଯୋଗ କରିବାକୁ ଆସିଥିବା କର୍ମଚାରୀମାନଙ୍କ କହିବା କଥା, ରାଜ୍ୟରେ ସରକାରୀ ନିୟମାନୁଯାୟୀ ମୋଟ ୩୮.୭୫ ପ୍ରତିଶତ ଏସ୍‌ସି, ଏସ୍‌ଟି ବର୍ଗର କର୍ମଚାରୀଙ୍କୁ ବିଭିନ୍ନ ସେବାରେ ନିଯୁକ୍ତି ମିଳିବା କଥା। ହେଲେ କେତେକ କ୍ୟାଡରରେ ଏହାଠାରୁ ଅଧିକ ଏସ୍‌ସି, ଏସ୍‌ଟି ବର୍ଗର କର୍ମଚାରୀ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ପଦୋନ୍ନତି ପ୍ରାପ୍ୟ ମୁତାବକ ହେଉଥିବାବେଳେ ଅଧିକ ସଂଖ୍ୟାରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ପଦୋନ୍ନତି ତୁଳାନତ୍ମକ ଭାବେ ବିଳମ୍ବିତ ହେଉଛି। ତେଣୁ ସରକାର ନିଜ ଦୁର୍ବଳତାକୁ ଲୁଚାଇବା ସକାଶେ ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ନିୟମର ଖୋଲା ଉଲ୍ଲଂଘନ କରୁଥିବା ସାଧାରଣ ବର୍ଗର କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଏସ୍‌ସି, ଏସ୍‌ଟି ବର୍ଗର କର୍ମଚାରୀଙ୍କୁ ମଧ୍ୟ ସାଧାରଣ ବର୍ଗର କର୍ମଚାରୀଙ୍କ ସ୍ଥାନରେ ପଦୋନ୍ନତି ଦିଆଯାଇପାରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ଏପ୍ରିଲ ୧୦ ତାରିଖରେ ନିର୍ଦ୍ଦେଶାବଳୀ ଜାରି କରିଛି। ସାଧାରଣ ପ୍ରଶାସନ ବିଭାଗର ଏପରି ଏକ ମାର୍ଗଦର୍ଶିକା ଜାରି ହେବା ଉପରେ ସାଧାରଣ ବର୍ଗର କର୍ମଚାରୀମାନେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ହେଲେ ଏହି ଆଇନ ସୁପ୍ରିମକୋର୍ଟ ରୁଲ୍‌କୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି।
ସାଧାରଣ ବର୍ଗ କର୍ମଚାରୀଙ୍କ ପଦବୀ ଉପରେ ଏସ୍‌ସି, ଏସ୍‌ଟି ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇପାରିବ ବୋଲି ନିକଟରେ ରାଜ୍ୟ ସରକାରଙ୍କ ଆଇନ ବିଭାଗର ମତାମତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜଳ ସମ୍ପଦ ବିଭାଗକୁ ଅବଗତ କରାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗର ଏହି ଚିଠିକୁ ନେଇ ମୁଖ୍ୟତଃ ସାଧାରଣ ବର୍ଗର କର୍ମଚାରୀମାନେ ପ୍ରତିବାଦ ଜଣାଇବା ସହ ଏହା ଆଇନ ବିରୋଧୀ ବୋଲି ଅଭିଯୋଗ କରିଥିଲେ। ଏନେଇ ସାଧାରଣ ବର୍ଗର କର୍ମଚାରୀମାନେ ଏପ୍ରିଲ ଶେଷ ସପ୍ତାହରେ ଉକ୍ତ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ମଧ୍ୟ ଅବଗତ କରାଇଥିଲେ। ମୁଖ୍ୟ ଶାସନ ସଚିବ ମେ ୨ରେ ଏହା ଉପରେ ଏକ ବୈଠକ କରି ଆଡଭୋକେଟ ଜେନେରାଲ (ଏଜି)ଙ୍କ ମତାମତ ଲୋଡ଼ିଥିଲେ। ଆଡ୍‌ଭୋକେଟ ଜେନେରାଲ ଏହି ଘଟଣାରେ ଆଇନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଭୁଲ୍‌ ବୋଲି ଦର୍ଶାଇବା ସହ ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ନିୟମାନୁସାରେ ଏହା ଠିକ୍‌ ନୁହେଁ ବୋଲି ମତ ରଖିଥିବା କେତେଜଣ କର୍ମଚାରୀ ସୂଚନା ଦେଇଛନ୍ତି। ହେଲେ ସାଧାରଣ ପ୍ରଶାସନ ବିଭାଗ ଆଡଭୋକେଟ ଜେନେରାଲଙ୍କ ମତକୁ ନେଇ ପୁଣି ଥରେ ଆଇନ ବିଭାଗଠାରୁ ଏହା ଉପରେ ଉତ୍ତର ଲୋଡିଛି, ଯାହାକୁ ନେଇ ସାଧାରଣ ବର୍ଗର କର୍ମଚାରୀମାନେ ପୁଣିଥରେ ବିରୋଧକରି ଅସନ୍ତୋଷ ପ୍ରକାଶ କରିବା ସହ ଆଇନ ସଚିବଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଆଇନ ସଚିବଙ୍କ ସହ ସେପରି କିଛି ସଫଳ ଆଲୋଚନା କରି ନ ପାରି ସେମାନେ ଫେରିଛନ୍ତି। ତେବେ ଆଗକୁ ସାଧାରଣ ବର୍ଗର କର୍ମଚାରୀମାନେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଇନ ସଚିବ, ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିବେ ଏବଂ ଯଦି ଏହା ପରେ କିଛି ସୁଫଳ ନ ମିଳେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି।
ସାଧାରଣ ବର୍ଗର କର୍ମଚାରୀମାନେ ଆହୁରି କହିଛନ୍ତି, ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ପରାମର୍ଶଦାତା। ତାଙ୍କ ମତ ଉପରେ ଆଇନ ବିଭାଗର ମତାମତ ପୁଣିଥରେ ମଗାଯିବା କେତେଦୂର ଯୁକ୍ତିଯୁକ୍ତ। ସୁପ୍ରିମକୋର୍ଟଙ୍କ ନିୟମାନୁଯାୟୀ ଜଣେ ଏସ୍‌ସି, ଏସ୍‌ଟି ବର୍ଗର କର୍ମଚାରୀ ମଧ୍ୟ ସାଧାରଣ ବର୍ଗର କର୍ମଚାରୀଙ୍କ ଲାଗି ରହିଥିବା ପଦୋନ୍ନତି ପଦବୀ ସ୍ଥାନରେ ଲାଭ ନେଇପାରିବେ। ତେବେ କେଉଁ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିବ ସେଥିନେଇ ନିୟମ ରହିଛି। ପରୀକ୍ଷା ଦେବା ସମୟରେ ସଂରକ୍ଷଣ ସୁବିଧା ନ ନେଇ ଯଦି ଜଣେ ଏସ୍‌ସି, ଏସ୍‌ଟି ପ୍ରାର୍ଥୀ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ସହିତ ପ୍ରତିଦ୍ୱନ୍ଦିତା କରି ସଫଳ ହୋଇଥିବେ ତେବେ ସେହି କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇପାରିବ। ହେଲେ ଏଥିରେ ବ୍ୟତିକ୍ରମ ହେଉଥିବା ଯୋଗୁ ସରକାର ସୁପ୍ରିମକୋର୍ଟଙ୍କ ନିୟମକୁ ଠିକ୍‌ ଭାବେ ନ ଜାଣି ପଦକ୍ଷେପ ନେଇଯାଉଛନ୍ତି। ଫଳରେ ଏଭଳି ସମସ୍ୟା ଉପୁଜୁଥିବା ସାଧାରଣ ବର୍ଗର କର୍ମଚାରୀମାନେ ଅଭିଯୋଗ ଆଣିଛନ୍ତି।
ଏନେଇ ଏଜି ଅଶୋକ ପରିଜାଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ ମତାମତ ଦିଅନ୍ତି ନାହିଁ ବୋଲି କହିଛନ୍ତି। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏନେଇ ଯାହା ନିୟମ ରହିଛି ତାକୁ ତର୍ଜମା କଲେ ଯାଇ ପ୍ରକୃତ କଥା ବାହାରିବ। କର୍ମଚାରୀମାନେ ବିଭିନ୍ନ ପ୍ରକାର କଥା କହିବେ। ହେଲେ ଆଇନ କ’ଣ ରହିଛି ତାକୁ ଦେଖିବାକୁ ପଡ଼ିବ। ଯଦି ସାଧାରଣ ବର୍ଗର କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଏନେଇ ଅବଗତ କରାଯାଏ ତେବେ ସେ ଏହି ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି।
ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ଏନେଇ ଦୀର୍ଘଦିନ ହେଲା ଦ୍ୱନ୍ଦ୍ୱ ଲାଗି ରହିଛି। ଯଦି ଜଣେ ଏସ୍‌ସି,ଏସ୍‌ଟି କର୍ମଚାରୀ ସଂରକ୍ଷଣ ଲାଭ ନ ନେଇ ମେରିଟ୍‌ ଲିଷ୍ଟରେ ଆସିଥିବେ ତେବେ ତାଙ୍କୁ ସାଧାରଣ ବର୍ଗଙ୍କ ଲାଗି ରହିଥିବା ପଦୋନ୍ନତି କ୍ଷେତ୍ରରେ ସୁବିଧା ଦିଆଯାଇପାରିବ। ଯଦି ଜଣେ ସଂରକ୍ଷଣ ନେଇ ନିଯୁକ୍ତି ପାଇଥିବେ ତେବେ ସାଧାରଣ ବର୍ଗଙ୍କ ପଦୋନ୍ନତି ଲାଗି ରହିଥିବା ଶୂନ୍ୟ ସ୍ଥାନରେ ତାଙ୍କୁ ପଦୋନ୍ନତି ଦିଆଯାଇପାରିବ ନାହିଁ। ହେଲେ ଏହି ପ୍ରସଙ୍ଗରେ ରହିଥିବା ଦ୍ୱନ୍ଦ୍ୱ ଏଯାଏ ଦୂର ହେଇପାରୁନାହିଁ। ସରକାର ଏ ବାବଦରେ ଆହୁରି ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?