ଅନ୍‌ଲାଇନ୍‌ ଠକେଇରୁ ସୁରକ୍ଷା ଦେବ ‘ପ୍ରୋଜେକ୍ଟ ସୁରକ୍ଷିତ’

ଭୁବନେଶ୍ୱର, ୮।୨(ବ୍ୟୁରୋ): ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଭାବେ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ Google.org ସହାୟତାରେ ହେଲ୍ପ ଏଜ୍‌ ଇଣ୍ଡିଆ ଏହାର ଦେଶବ୍ୟାପୀ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ସୁରକ୍ଷିତ’ ଆରମ୍ଭ କରିଛି। ଏହା ଅନ୍ତର୍ଗତ ୫୦ହଜାର ବୟସ୍କଙ୍କୁ ତାଲିମ ପ୍ରଦାନ କରାଯିବ। ଏହାଦ୍ୱାରା ସେମାନେ ଅନଲାଇନ୍‌ ଠକେଇରୁ ନିଜକୁ ରକ୍ଷା କରିପାରିବେ। ମଙ୍ଗଳବାର ‘ସୁରକ୍ଷିତ ଇଣ୍ଟରନେଟ୍‌ ଦିବସ’ ପାଳନ କରି ହେଲ୍ପଏଜ୍‌ ଇଣ୍ଡିଆ ୧୬ଟି ରାଜ୍ୟରେ ଡିଜିଟାଲ ସୁରକ୍ଷା କର୍ମଶାଳା ଆରମ୍ଭ କରିଛି। ଏଥିରେ ଏକସଙ୍ଗରେ ୧୦ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି କ୍ରମରେ ନୟାପଲ୍ଲୀ ବ୍ରିଟ୍‌ କଲୋନୀରେ ଅନୁଷ୍ଠାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କଲୋନୀରେ ବାସ କରୁଥିବା ୩୦ରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇ ଡିଜିଟାଲ ନିରାପତ୍ତା ଉପରେ ତାଲିମ ନେଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଇଣ୍ଟରନେଟ୍‌ ବ୍ୟବହାର କରିବା ଏବଂ ଅନଲାଇନ୍‌ ଡିଜିଟାଲ ସୁବିଧାର ଲାଭ ପାଇବା ପାଇଁ ତାଲିମ ଦିଆଯାଇଥିଲା। କର୍ମଶାଳାରେ ୭ଟି ମଡ୍ୟୁଲକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅନ୍ତର୍ଗତ ବିଭିନ୍ନ ଅନ୍‌ଲାଇନ୍‌ ସୁରକ୍ଷା ବିଷୟ ଯଥା ଏକ ଦୃଢ଼ ପାସ୍‌ୱାର୍ଡ ସୃଷ୍ଟି କରିବା, ଅନଲାଇନ୍‌ ବ୍ୟାଙ୍କିଙ୍ଗ୍‌ ସମୟରେ ସୁରକ୍ଷିତ ରହିବା, ଅନଲାଇନରେ ସୁରକ୍ଷିତ ଭାବେ ୟୁଟିଲିଟି ବିଲ୍‌ ପୈଠ କରିବା, ଡିଭାଇସ୍‌କୁ ସୁରକ୍ଷିତ ରଖିବା, ଅନଲାଇନ୍‌ ସ୍କାମ୍‌ ଚିହ୍ନଟ କରିବା, ହ୍‌ାଟ୍ସଆପ୍‌ରେ ସୁରକ୍ଷିତ ରହିବା ଏବଂ ସୁରକ୍ଷିତ ଭାବେ ଏକ କ୍ୟାବ୍‌ ବୁକିଂ କରିବା ଆଦି ବିଷୟରେ ମାର୍ଗଦର୍ଶନ କରାଯାଇଛି। ଏନେଇ ଅନୁଷ୍ଠାନର ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ର କହିଛନ୍ତି, ‘ପ୍ରୋଜେକ୍ଟ ସୁରକ୍ଷିତ’ ଜରିଆରେ ହେଲ୍ପଏଜ୍‌ ଇଣ୍ଡିଆ ବୟସ୍କଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏଥିସହ ଡିଜିଟାଲ ବିଭାଜନକୁ ଦୂର କରିବାକୁ ଆଶା ରଖିଛି। ସେହିପରି Google.orgର ଆଡଭୋକେସି ଏବଂ ଏସିଆ ପ୍ୟାସିଫିକ ମୁଖ୍ୟ ଆନି ଲେୱିନ କହିଛନ୍ତି, ବରିଷ୍ଠ ନାଗରିକଙ୍କ ପାଇଁ ସାମାଜିକ ଅଂଶଗ୍ରହଣ ଏବଂ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି କରିବା, ଅନଲାଇନରେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଡିଜିଟାଲ ସୁରକ୍ଷା କର୍ମଶାଳା ଏହି ପ୍ରୋଜେକ୍ଟର ପ୍ରଥମ ପଦକ୍ଷେପ। କାର୍ଯ୍ୟକ୍ରମକୁ ହେଲ୍ପଏଜ ଇଣ୍ଡିଆର ଦେବଶ୍ରୀ ବ୍ରହ୍ମା ପରିଚାଳନା କରିଥିଲେ। ନୟାପଲ୍ଲୀ ବ୍ରିଟ କଲୋନୀର ସଭାପତି ଇଂ. ଅନାଦି ସାହୁ ଓ ସାଧାରଣ ସମ୍ପାଦକ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟି ହୋଇ ବାଇକ୍‌ ଚାଳକଙ୍କ ମୃତ୍ୟୁ: ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ, ରାସ୍ତାରୋକୋ

ନିମାପଡ଼ା,୧୮ା୭(ଡି.ଏନ୍‌.ଏ.): ଚଅଁରପଦା ପଞ୍ଚାୟତ ଅଫିସ ଛକ ନିକଟରେ ବୁଧବାର ଏକ ବାଇକ୍‌ ଗଛରେ ପିଟି ହେବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

‘ପ୍ରସ୍ତୁତ ହୋଇନି ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ’

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବାରମ୍ବାର...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ସ୍ଥଳଭାଗ ମୁହାଁ ‘ଅମ୍ଫନ୍‌’: ସାଗର-ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା; ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ଏବେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୦ ତାରିଖ...

ରାଜ୍ୟରୁ ପୁଣି ୧୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୧୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୫୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ବୁଧବାର ୪୫ ସ୍ଥାନରେ ସାନି ମତଦାନ

ଭୁବନେଶ୍ୱର,୨୨ା୨(ବ୍ୟୁରୋ)-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣରେ ବାଧା ସୃଷ୍ଟି ହୋଇଥିବା ୪୫ଟି ସ୍ଥାନରେ ବୁଧବାର ପୁନଃ ମତଦାନ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ: ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୬(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର...

୧୮ ସୁଦ୍ଧା ୧୯ ଖଣିର ନିଲାମ ଶେଷ ଲକ୍ଷ୍ୟ: ଆର୍ସେଲର ମିତ୍ତଲକୁ ଠାକୁରାଣୀ ଖଣି

ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦୁଝର ଜିଲାରେ ଥିବା ଠାକୁରାଣୀ ଲୁହାପଥର ଖଣିକୁ ହାତେଇବାରେ ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସଫଳ ହୋଇଛି। ଖଣିର ଲୁହାପଥର ବିକ୍ରି ମୂଲ୍ୟର...

Advertisement
Archives

Model This Week