ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୨୦୦ ପରିବାରର ୬ ସହରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି l ଗ୍ରାମରେ ପ୍ରାୟ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ ସେମାନେ ଚାଷ ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷନ୍ତି। ତେବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଲୋକଙ୍କ ପାଖରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ବସୁଧା ଯୋଜନାରେ ଏକ ଜଳ ପ୍ରକଳ୍ପ କରିଛନ୍ତି l ଏଠାରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ତଦାରଖର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁ ବର୍ତ୍ତମାନ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି l ତେଲରାଇ ଗ୍ରାମରେ ଏହି ସମସ୍ୟା ବର୍ଷ ଧରି ଲାଗି ରହିଥିବା ବେଳେ ଲୋକମାନେ ଅଭିଯୋଗକଲେ ମଧ୍ୟ ତା’ର ସମାଧାନ କରାଯାଇ ପାରୁନାହିଁ।
ସୂଚନା ଅନୁଯାୟୀ, ତେଲରାଇ ଗ୍ରାମରେ ଲୋକଙ୍କ ପାନୀୟ ଜଳ ସୁବିଧା ପାଇଁ ୭ ନଳକୂପ ରହିଛି l ସେଥିରୁ କେତୋଟି ଅଚଳ ଅବସ୍ଥାରେ ଥିବା ବେଳେ ବାକି ଯେଉଁ ନଳକୂପରୁ ପାଣି ବାହାରୁଛି ତାହା ପାନୀୟ ଜଳ ପାଇଁ ବ୍ୟବହାରଯୋଗ୍ୟ ହେଉନାହିଁ। ଏଥିସହ ବସୁଧା ଯୋଜନାରେ ଗ୍ରାମରେ ଏକ ଜଳ ପ୍ରକଳ୍ପ ରହିଛି। କିନ୍ତୁ ଉକ୍ତ ପ୍ରକଳ୍ପ ବୋରିଂ ବ୍ୟବସ୍ଥା ଠିକ୍‌ ନ ଥିବା ଏବଂ ବୋରିଂରୁ ଟାଙ୍କିକୁ ପାଣି ଠିକ୍‌ ଭାବେ ଉଠୁ ନ ଥିବାରୁ ସେଠାରେ ଥିବା ମୋଟର ବାରମ୍ବାର ଖରାପ ହେଉଛି। ଏହାଦ୍ୱାରା ପାଣି ଯୋଗାଣରେ ଅସୁବିଧା ହେଉଥିବା ଜଣାପଡ଼ିଛି। ଟାଙ୍କି ଥିଲେ ମଧ୍ୟ ତାହା ବର୍ଷ ବର୍ଷ ଧରି ସଫା ନ ହେବାରୁ ଭିତରେ ଶିଉଳି ଲାଗିବା ସହ ଅପରିଷ୍କାର ହୋଇ ପାଣିରୁ ଦୁର୍ଗନ୍ଧ ବାହାରୁଛି l
ଏପଟେ ପାଣି ନ ପାଇ ଗ୍ରାମର ମହିଳାମାନେ ରାତି ପାହିଲେ ହଣ୍ଡା, ଗରା, ବାଲ୍‌ଟି ଧରି ନାଳ କିମ୍ବା ଚୁଆରୁ ପାଣି ଆଣି ତାକୁ ନିତ୍ୟ ବ୍ୟବହାର୍ଯ୍ୟ ଓ ରୋଷେଇରେ ବ୍ୟହହାର କରୁଥିବା ଗ୍ରାମବାସୀ କହିିଛନ୍ତି। ଏ ନେଇ ତେଲରାଇ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଡିଓ ଏବଂ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଲୋକଙ୍କ ସମସ୍ୟା ଦୂର ହୋଇପାରି ନ ଥିବା ଗ୍ରାମର ୱାର୍ଡମେମ୍ବର ଲକ୍ଷ୍ମୀ ମାଡକାମି, ଦଶରଥ ମାଢ଼ି, ଭୀମା ପଡିଆମି, ଲାଛା ପଡିଆମି, ରାମା କବାସି, ଭୀମା କବାସି, ଈଶ୍ୱର ଚନ୍ଦ୍ର ମାଡକାମି, ଦେବା ମାଡକାମି, ଗଙ୍ଗାଧର ମାଢ଼ି ଓ ଦେବା ପଡିଆମି ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ତେଲରାଇ ସରପଞ୍ଚ ମୁତା ସୋଡ଼ିଙ୍କୁ ପଚାରିବାରୁ ଆମ ଗଁାରେ ପାଣି ସମସ୍ୟା ୭ ବର୍ଷ ଧରି ଲାଗି ରହିଛି। ଜଳ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ ହୋଇନାହିଁ। ପାଣି ପଞ୍ଚାୟତ କମିଟି ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ବିଦ୍ୟୁତ୍‌ ସଂଯୋଗ ଠିକ୍‌ ହୋଇ ନ ଥିବା ସେ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri