ସାଧାରଣଙ୍କୁ ବାରଣ, ମଦ୍ୟପଙ୍କୁ ଶରଣ

ଅନୁଗୋଳ ଅଫିସ, ୯।୧୧- କରୋନା ପାଇଁ କଟକଣା ମଧ୍ୟରେ ରହିଛି ଅନୁଗୋଳ ସହର। କେବଳ ହାଟ, ବଜାରକୁ ଛାଡ଼ିଦେଲେ ମନ୍ଦିର, ମଞ୍ଚ, ସିନେମାହଲ୍‌ ଆଦିକୁ ଏବେ ବି ବନ୍ଦ ରଖାଯାଇଛି। ଏପରି କି ଆମୋଦପ୍ରମୋଦ ପାଇଁ ଥିବା ପାର୍କଗୁଡ଼ିକରେ ମଧ୍ୟ ତାଲା ପକାଇ ଦିଆଯାଇଛି। କିନ୍ତୁ ଇକୋ ପାର୍କରେ ଅସାମାଜିକ, ମଦ୍ୟପମାନେ ନିୟମିତ ଭୋଜିଭାତ କରିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପାର୍କ ଯିବାକୁ ସହରବାସୀଙ୍କୁ ବାରଣ କରାଯାଇଥିବା ବେଳେ ନିଶାଡ଼ିମାନଙ୍କୁ କିପରି ସେଠାରେ ଶରଣ ଦିଆଯାଉଛି, ତାହା ବରିଷ୍ଠ ନାଗରିକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରଶାସନର ଡ୍ରିମ୍‌ ପ୍ରୋଜେକ୍ଟ ହେଉଛି ଇକୋ ପାର୍କ। ଏହା ମଧ୍ୟରେ ବାୟାମ, ବୋଟିଂଠାରୁ ଆରମ୍ଭ କରି ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ରହିଛି। ଜିଲା ବାହାର ଲୋକଙ୍କୁ ଆକର୍ଷିତ କରିବା ଭଳି ଏହାର ନିର୍ମାଣ କରାଯାଇଛି। କିନ୍ତୁ କରୋନା ସଂକ୍ରମଣ ପରଠାରୁ ପାର୍କକୁ ବନ୍ଦ ରଖାଯାଇଛି। ପ୍ରାତଃ ଭ୍ରମଣ ପାଇଁ ଏହାକୁ କିଛି ସମୟ ଖୋଲିବାକୁ ସହରବାସୀଙ୍କ ଅନୁରୋଧକୁ ମଧ୍ୟ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଆସିଛି। ପରିସ୍ଥିତି ସୁଧୁରିବା ପରେ ଏହା ଖୋଲାଯିବ ବୋଲି କୁହାଯାଇଛି। ହେଲେ ଇକୋ ପାର୍କ ମଧ୍ୟରେ ଅସାମାଜିକଙ୍କ ନିୟମିତ ଆସର ଜମୁଥିବା ଏବେ ଅନେକେଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ଦୈନିକ ସଞ୍ଜ ନଇଁଲେ କେତେଜଣ ଲୋକ ହାତରେ ମଦ ବୋତଲ ଓ କଳା ପଲିଥିନରେ ଥିବା ମାଛ, ମାଂସ ଧରି ଭିତରକୁ ଯାଉଛନ୍ତି। ସେଠାରେ ରୋଷେଇ କରି ଖାଇପିଇ ବିଳମ୍ବିତ ରାତିରେ ଫେରୁଛନ୍ତି। ପାର୍କ ଭିତରେ ମଧ୍ୟ ଏହାର ପ୍ରମାଣ ଦେଖିବାକୁ ମିଳୁଛି। କ୍ୟାଣ୍ଟିନ୍‌ରେ ବଡ଼ ବଡ଼ ହଣ୍ଡା ସହିତ ତେଲ, ଲୁଣ, ଚାଉଳ, ମସଲା ଆଦି ରଖାଯାଇଛି। ଭଳିକି ଭଳି ମଦ ବୋତଲ, ଖଲି ଆଦି ପାର୍କ ପିଣ୍ଡିପାର୍ଶ୍ୱରେ ଗଡ଼ୁଛି। କିନ୍ତୁ ସବୁ ଜାଣିଶୁଣି ମଧ୍ୟ ପୌର ପ୍ରଶାସନ ନୀରବ ରହିଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ପାର୍କ ପରିଚାଳନାର ଠିକା ନେଇଥିବା ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି, ସଫେଇ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନରେ ରୋଷେଇ ହେଉଛି। ତେଣୁ ସେଠାରେ ତେଲ ଓ ଲୁଣ ଆଦି ରଖାଯାଇଛି। ହେଲେ ଗଦା ହୋଇଥିବା ମଦ ବୋତଲ ନେଇ ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷ କିଛି କହିନାହାନ୍ତି।

ନିଶା ଆସର ନିନ୍ଦନୀୟ
ବନ୍ଦ ହେବା ପରଠାରୁ ଇକୋ ପାର୍କର ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉନାହିଁ। ପାର୍କ ଖୋଲିବାକୁ ବରିଷ୍ଠ ନାଗରିକଙ୍କ ଗୁହାରିକୁ ଏଡ଼ାଇ ଦିଆଯାଇଥିବା ବେଳେ ସେଠାରେ ମଦ, ମାଂସର ଆସର ଜମିଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ ତାହେଲେ ଏହା ନିନ୍ଦନୀୟ।
-ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ

କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ
ଜନସାଧାରଣଙ୍କ ପାଇଁ ପାର୍କ ଖୋଲାଯାଉନାହିଁ। ଏପରି କି ଯେଉଁମାନେ ବର୍ଷକ ପାଇଁ ସଦସ୍ୟ ହୋଇଛନ୍ତି ସେମାନଙ୍କୁ ମଧ୍ୟ ବାରଣ କରାଯାଇଛି। କିନ୍ତୁ ପାର୍କ ଭିତରେ ମଦ୍ୟପାନ ଚାଲିଥିବାରୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଦାୟୀ। ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
-ରାଧାକାନ୍ତ ମହାନ୍ତି, ବରିଷ୍ଠ ନାଗରିକ, ଅନୁଗୋଳ

ଶ୍ରମିକମାନେ ଏପରି କରିଥିବେ
ପାର୍କରେ ଶ୍ରମିକମାନେ କାମ କରୁଛନ୍ତି। ସେଠାରେ ରୋଷେଇ କରି ଖାଉଛନ୍ତି। ଶୁକ୍ରବାର ମଧ୍ୟ ମୋ ସହ ୫ ଜଣଙ୍କ ପାଇଁ ରୋଷେଇ ହୋଇଥିଲା। ସେ ଦିନ କେହି ମଦ୍ୟପାନ କରିନାହାନ୍ତି। ଯଦି କୌଣସି ଶ୍ରମିକ ଏପରି କାର୍ଯ୍ୟ କରିଥାନ୍ତି ତାଙ୍କୁ ତାଗିଦ୍‌ କରାଯିବ।
-ରଣଜିତ କୁମାର ଜେନା, ଠିକାଦାର

ଖରାପ ବାତାବରଣ ସୃଷ୍ଟି କରୁଛି
ଗେଟ୍‌ରେ ତାଲା ପଡ଼ୁଥିବାବେଳେ ପାର୍କ ଭିତରେ କିଭଳି ମଦ ମାଂସର ଆସର ଜମୁଛି ତାହାର ତଦନ୍ତ ତୁରନ୍ତ କର୍ତ୍ତୃପକ୍ଷ କରିବା ଦରକାର। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ଥାନରେ ଏପରି ଖରାପ ବାତାବରଣ ସୃଷ୍ଟି କରାଯିବା ଆଦୌ ଉଚିତ ନୁହେଁ। ଏହାକୁ ଯଥାଶୀଘ୍ର ରୋକାଯିବା ଦରକାର।
-ସମୀର ପରିଡ଼ା, ଅନୁଗୋଳବାସୀ

ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ
ଏଭଳି ଘଟଣା ନଜରକୁ ଆସିନାହିଁ। ତଥାପି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବି। ଯଦି ସେପରି କିଛି ହେଉଥିବାର ପ୍ରମାଣ ମିଳେ ତାହେଲେ ତୁରନ୍ତ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଲାଇସେନ୍ସ ବାତିଲ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri