ଗୁରୁ ଦିବସରେ କଳାବ୍ୟାଜ୍‌ ପିନ୍ଧିଲେ ଅଧ୍ୟାପକ

ବ୍ରହ୍ମପୁର,୫ା୯(ସୁବାସ ଚନ୍ଦ୍ର ପାଢ଼ୀ): ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘର ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ କାର୍ଯ୍ୟରତ ୨୭ଟି ଅନୁଦାନପ୍ରାପ୍ତ ବେସରକାରୀ କଲେଜର ୨୫୩ ଜଣ ଅଧ୍ୟାପିକା ଓ ଅଧ୍ୟାପକ ଗୁରୁ ଦିବସରେ କଳାବ୍ୟାଜ ପରିଧାନ କରିଛନ୍ତି। ରାଜ୍ୟ ସରକାର ୮ବର୍ଷ ହେଲା ସ୍ନାତକ ଶ୍ରେଣୀ ପାଇଁ ଅଧ୍ୟାପକ ଭାବେ ନିଯୁକ୍ତି ଦେଇଥିଲେ ମଧ୍ୟ ସେହି ଅନୁସାରେ ଦରମା ଦେଇନାହାନ୍ତି। ଗତ ସପ୍ତାହରେ ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘର ଏକ ପ୍ରତିନିଧି ଦଳ ସରକାରଙ୍କୁ ୪୭୦୦ ବେସିକ୍‌ ପେ’ରୁ ବୃଦ୍ଧି କରି ୫୪୦୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ। ସପ୍ତାହକ ମଧ୍ୟରେ ବିଚାର ନିମନ୍ତେ ପ୍ରତିଶ୍ରୁତି ମିଳିଥିଲା। ସରକାର ପ୍ରତିଶ୍ରୁତି ପାଳନ ନ କରିବାରୁ ମଙ୍ଗଳବାର ଅଧ୍ୟାପିକା, ଅଧ୍ୟାପକ କଳାବ୍ୟାଜ ପରିଧାନ କରିଛନ୍ତି। ଶୀଘ୍ର ଦାବି ଶୁଣା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ରାଜ୍ୟ ସଂଘ ସଭାପତି ସରୋଜକାନ୍ତ ନାୟକ କହିଛନ୍ତି। ବିଭିନ୍ନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଧ୍ୟାପିକା ଅଧ୍ୟାପକମାନେ କଳାବ୍ୟାଜ ପରିଧାନ କରି ପ୍ରତିବାଦ କରିଥିଲେ। ଅଧ୍ୟାପକ ଚିତ୍ରସେନ ବେହେରା, ଆଦିତ୍ୟ କୁମାର ମୁନି, ରାଜେନ୍ଦ୍ର ଗୌଡ଼, ପ୍ରିୟବ୍ରତ ପ୍ରଧାନ, ମିନତୀ ବେହେରା, ସସ୍ମିତା କୁମାରୀ ପାତ୍ର, ସାଇ ଶଙ୍କର ସ୍ବାଇଁ, ଲକ୍ଷ୍ମୀ କାନ୍ତ ଷଡ଼ଙ୍ଗୀ, ରଶ୍ମି ପ୍ରିୟା ବଳ, ନିରୋଜ ଖାରା ପ୍ରମୁଖ ଏଥିରେ ସାମିଲ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri