ଭାରତରେ ସି-୨୯୫ ବିମାନ ଉତ୍ପାଦନ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେବ…

ମାଦ୍ରିଦ,୧୮।୯ : ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ କହିଛନ୍ତି ଦେଶରେ ୪୦ଟି ସି-୨୯୫ ବିମାନ ଉତ୍ପାଦନ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏହା ଭାରତରେ ଏକ ବିଶ୍ୱ ସ୍ତରୀୟ ଏରୋସ୍ପେସ ଇକୋସିଷ୍ଟମ ସୃଷ୍ଟି କରିବ, ଯାହା ଭବିଷ୍ୟତରେ ଦେଶର ଅନ୍ୟ ବିମାନ ଉତ୍ପାଦନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଭାରତୀୟ ବାୟୁସେନା ବୁଧବାର ପ୍ରଥମ ସି-୨୯୫ ଏୟାରବସ ବିମାନ ଗ୍ରହଣ କରିଛି।

ନ୍ୟୁଜ ଏଜେନ୍ସି ଖବର ଅନୁଯାୟୀ ଦୀନେଶ ପଟ୍ଟନାୟକ ଏହି ପ୍ରକଳ୍ପର ଗୁରୁତ୍ୱ ବର୍ଣ୍ଣନା କରିବାବେଳେ କହିଛନ୍ତି ଭାରତରେ କୌଣସି ଘରୋଇ ଏରୋସ୍ପେସ ଇକୋସିଷ୍ଟମ ନାହିଁ, ଯେତେବେଳେ କି ଅନେକ ବଡ ଦେଶରେ ଏରୋସ୍ପେସ ଇକୋସିଷ୍ଟମ ଅଛି। ଏହି ଚୁକ୍ତି ଭାରତରେ ଏହି ଇକୋସିଷ୍ଟମ ସୃଷ୍ଟି କରିବ ଏବଂ ଏହା ଏକ ନୂତନ ବ୍ୟବସ୍ଥାର ଆରମ୍ଭ ହୋଇପାରେ ।

ସୂଚନାଯୋଗ୍ୟ ବୁଧବାର ଦିନ ଭାରତୀୟ ବାୟୁସେନା ପ୍ରଥମ ସି-୨୯୫ଏୟାରବସ ବିମାନ ଗ୍ରହଣ କରିଛି। ଏୟାରବସ ଡିଫେନ୍ସ ଏବଂ ସ୍ପେସ କମ୍ପାନୀ ସହିତ ଭାରତ ୨୧,୯୩୫ କୋଟି ଟଙ୍କାର ଚୁକ୍ତି କରିଥିଲା। ଏହି ଚୁକ୍ତି ଅନୁଯାୟୀ କମ୍ପାନୀ ୧୬ ଟି ବିମାନ ଉତ୍ପାଦନ କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିବ। ଏହି ୧୬ ଟି ବିମାନ ସ୍ପେନର ସେଭିଲରେ ଅବସ୍ଥିତ କମ୍ପାନୀର ଅନ୍ତିମ ଆସେମ୍ବଲି ଲାଇନରେ ନିର୍ମିତ ହେବ ଏବଂ ୨୦୨୫ ସୁଦ୍ଧା ହସ୍ତାନ୍ତର କରାଯିବ ।

ଏହି ଚୁକ୍ତି ଅନୁଯାୟୀ ଟାଟା ଆଡଭାନ୍ସଡ ସିଷ୍ଟମ ଦ୍ୱାରା ଭାରତରେ ଅନ୍ୟ ୪୦ ବିମାନ ଉତ୍ପାଦନ ହେବ। ମେକ ଇନ ଇଣ୍ଡିଆ ଯୋଜନା ଅନୁଯାୟୀ, ସି-୨୯୫ ବିମାନ ଭଡୋଦରାରେ ଉତ୍ପାଦିତ ହେବ ଏବଂ ସେପ୍ଟେମ୍ବର ୨୦୨୬ ରେ ପ୍ରଥମ ବିମାନ ବିତରଣ କରାଯିବ। ଶେଷ ବିମାନ ଅଗଷ୍ଟ ୨୦୩୧ ସୁଦ୍ଧା ଭାରତୀୟ ବାୟୁସେନାକୁ ପ୍ରଦାନ କରାଯିବ।

ଏହା ହେଉଛି ପ୍ରଥମ ସାମରିକ ବିମାନ ଯାହା ଭାରତର ଏକ ଘରୋଇ କମ୍ପାନୀ ଦ୍ୱାରା ଉତ୍ପାଦିତ ହେବ । ଭାରତୀୟ ବାୟୁସେନା ସି-୨୯୫ ବିମାନ କିଣୁଛି ଯାହାକି ଛଅ ଦଶନ୍ଧି ପୂର୍ବରୁ ସେବାରେ ପ୍ରବେଶ କରିଥିବା ପୁରୁଣା ଏଭ୍ରୋ-୭୪୮ ବିମାନର ସ୍ଥାନ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?