ଭାରତରେ ସି-୨୯୫ ବିମାନ ଉତ୍ପାଦନ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେବ…

ମାଦ୍ରିଦ,୧୮।୯ : ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ କହିଛନ୍ତି ଦେଶରେ ୪୦ଟି ସି-୨୯୫ ବିମାନ ଉତ୍ପାଦନ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏହା ଭାରତରେ ଏକ ବିଶ୍ୱ ସ୍ତରୀୟ ଏରୋସ୍ପେସ ଇକୋସିଷ୍ଟମ ସୃଷ୍ଟି କରିବ, ଯାହା ଭବିଷ୍ୟତରେ ଦେଶର ଅନ୍ୟ ବିମାନ ଉତ୍ପାଦନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଭାରତୀୟ ବାୟୁସେନା ବୁଧବାର ପ୍ରଥମ ସି-୨୯୫ ଏୟାରବସ ବିମାନ ଗ୍ରହଣ କରିଛି।

ନ୍ୟୁଜ ଏଜେନ୍ସି ଖବର ଅନୁଯାୟୀ ଦୀନେଶ ପଟ୍ଟନାୟକ ଏହି ପ୍ରକଳ୍ପର ଗୁରୁତ୍ୱ ବର୍ଣ୍ଣନା କରିବାବେଳେ କହିଛନ୍ତି ଭାରତରେ କୌଣସି ଘରୋଇ ଏରୋସ୍ପେସ ଇକୋସିଷ୍ଟମ ନାହିଁ, ଯେତେବେଳେ କି ଅନେକ ବଡ ଦେଶରେ ଏରୋସ୍ପେସ ଇକୋସିଷ୍ଟମ ଅଛି। ଏହି ଚୁକ୍ତି ଭାରତରେ ଏହି ଇକୋସିଷ୍ଟମ ସୃଷ୍ଟି କରିବ ଏବଂ ଏହା ଏକ ନୂତନ ବ୍ୟବସ୍ଥାର ଆରମ୍ଭ ହୋଇପାରେ ।

ସୂଚନାଯୋଗ୍ୟ ବୁଧବାର ଦିନ ଭାରତୀୟ ବାୟୁସେନା ପ୍ରଥମ ସି-୨୯୫ଏୟାରବସ ବିମାନ ଗ୍ରହଣ କରିଛି। ଏୟାରବସ ଡିଫେନ୍ସ ଏବଂ ସ୍ପେସ କମ୍ପାନୀ ସହିତ ଭାରତ ୨୧,୯୩୫ କୋଟି ଟଙ୍କାର ଚୁକ୍ତି କରିଥିଲା। ଏହି ଚୁକ୍ତି ଅନୁଯାୟୀ କମ୍ପାନୀ ୧୬ ଟି ବିମାନ ଉତ୍ପାଦନ କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିବ। ଏହି ୧୬ ଟି ବିମାନ ସ୍ପେନର ସେଭିଲରେ ଅବସ୍ଥିତ କମ୍ପାନୀର ଅନ୍ତିମ ଆସେମ୍ବଲି ଲାଇନରେ ନିର୍ମିତ ହେବ ଏବଂ ୨୦୨୫ ସୁଦ୍ଧା ହସ୍ତାନ୍ତର କରାଯିବ ।

ଏହି ଚୁକ୍ତି ଅନୁଯାୟୀ ଟାଟା ଆଡଭାନ୍ସଡ ସିଷ୍ଟମ ଦ୍ୱାରା ଭାରତରେ ଅନ୍ୟ ୪୦ ବିମାନ ଉତ୍ପାଦନ ହେବ। ମେକ ଇନ ଇଣ୍ଡିଆ ଯୋଜନା ଅନୁଯାୟୀ, ସି-୨୯୫ ବିମାନ ଭଡୋଦରାରେ ଉତ୍ପାଦିତ ହେବ ଏବଂ ସେପ୍ଟେମ୍ବର ୨୦୨୬ ରେ ପ୍ରଥମ ବିମାନ ବିତରଣ କରାଯିବ। ଶେଷ ବିମାନ ଅଗଷ୍ଟ ୨୦୩୧ ସୁଦ୍ଧା ଭାରତୀୟ ବାୟୁସେନାକୁ ପ୍ରଦାନ କରାଯିବ।

ଏହା ହେଉଛି ପ୍ରଥମ ସାମରିକ ବିମାନ ଯାହା ଭାରତର ଏକ ଘରୋଇ କମ୍ପାନୀ ଦ୍ୱାରା ଉତ୍ପାଦିତ ହେବ । ଭାରତୀୟ ବାୟୁସେନା ସି-୨୯୫ ବିମାନ କିଣୁଛି ଯାହାକି ଛଅ ଦଶନ୍ଧି ପୂର୍ବରୁ ସେବାରେ ପ୍ରବେଶ କରିଥିବା ପୁରୁଣା ଏଭ୍ରୋ-୭୪୮ ବିମାନର ସ୍ଥାନ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ବଡ଼ ଦୁର୍ଘଟଣାରୁ….

କୋଲକାତା,୧୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ପୂର୍ବ ମେଦିନୀପୁରର କୋଲାଘାଟରେ ଜରୁରୀ ଅବତରଣ କରୁଛି । ସେ ଖୁଦିରାମ ବୋଷଙ୍କ ଶ୍ରାଦ୍ଧ…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri