ସୁଯୋଗ ପର୍ଯ୍ୟାପ୍ତ, ଉତ୍ପାଦନ ଦୁର୍ବଳ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଦିନକୁ ଦିନ ଶକ୍ତି ଚାହିଦା ବଢ଼ିବାରେ ଲାଗିଛି। ତାପଜ ଓ ଜଳବିଦ୍ୟୁତ୍‌ ଭଳି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ ଚାପ ବୃଦ୍ଧି ହେବା ସହ ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଛି। ବିକଳ୍ପ ଭାବେ କ୍ଷୁଦ୍ର ଜଳବିଦ୍ୟୁତ୍‌ ଶକ୍ତି, ସୌର, ପବନ, ବାୟୋଗ୍ୟାସ ଭଳି ଅଣପାରମ୍ପରିକ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ ମଧ୍ୟ ଏଭଳି ଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେବେ ବିଭାଗୀୟ ଉଦାସୀନତା ଯୋଗୁ ଶକ୍ତି ଉତ୍ପାଦନ ବାଟବଣା ହୋଇଛି। ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡା) ଏବଂ ସବୁଜ ଶକ୍ତି ନିଗମ(ଜେଡ୍‌କଲ)ର ଉଦାସୀନତା ଯୋଗୁ ରାଜ୍ୟରେ ଅଣପାରମ୍ପରିକ ଶକ୍ତିର ବିକାଶ ଆଖିଦୃଶିଆ ହୋଇପାରୁ ନାହିଁ। କେବଳ ସେତିକି ନୁହେଁ, ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ଏବଂ ଜମି ଯୋଗାଡ଼ କରିବାରେ ଅକ୍ଷମତା ଯୋଗୁ କେନ୍ଦ୍ରୀୟ ସହାୟତା ମଧ୍ୟ ହରାଇବାକୁ ପଡ଼ିଛି। ଦୀର୍ଘ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁ ନାହିଁ।

ଓଡ଼ିଶାରେ ଅଣପାରମ୍ପରିକ ଶକ୍ତି ବିକାଶ ପାଇଁ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି-୨୦୧୬ କାର୍ଯ୍ୟକାରୀ କରିଥିଲେ। ରାଜ୍ୟରେ ୨୭,୭୨୭ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ସମ୍ଭାବନା ରହିଛି। ସେଥିରୁ ସୌରଶକ୍ତି ୨୫.୭୮୦, ପବନ ୧୩୮୪, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ(ଏସ୍‌ଏଚ୍‌ଇପି) ୨୯୫, ବାୟୋମାସ ୨୪୬ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି(ଡବ୍ଲ୍ୟୁଟିଇ) ୨୨ ମେଗାଓ୍ବାଟ ଉତ୍ପାଦନ ଆକଳନ କରାଯାଇଛି। ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୯ ସୁଦ୍ଧା ମାତ୍ର ୧୯୫ ମେଗାଓ୍ବାଟ ଉତ୍ପାଦନ ହୋଇଛି। ଅର୍ଥାତ୍‌ ଲକ୍ଷ୍ୟର ମାତ୍ର ୭.୦୯ ପ୍ରତିଶତ ଉତ୍ପାଦନ ହୋଇପାରିଛି। ଅନ୍ୟପକ୍ଷରେ ୨୦୧୪ରେ ଦେଶରେ ସୌରଶକ୍ତି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ସୋଲାର ପାର୍କ ଓ ଅଲଟ୍ରା ସୋଲାର ପାଓ୍ବାର ପ୍ରକଳ୍ପ ଆରମ୍ଭ କରିଥିଲେ। ରାଜ୍ୟରେ ଏହି ପ୍ରକଳ୍ପ ସ୍ଥାପନ କରି ରାଜ୍ୟ ସରକାର ଘରୋଇ ସଂସ୍ଥା ଜରିଆରେ ୫୦୦ ମେଗାଓ୍ବାଟ ସୌରଶକ୍ତି ଉତ୍ପାଦନ କରିଥାଆନ୍ତେ। କେନ୍ଦ୍ର ସରକାର ଏଥିପାଇଁ ପ୍ରତି ମେଗାଓ୍ବାଟକୁ ୨୦ଲକ୍ଷ ଅର୍ଥାତ୍‌ ପ୍ରକଳ୍ପ ପାଇଁ ୩୦ ପ୍ରତିଶତ ଟଙ୍କା ପ୍ରଦାନ କରିଥାଆନ୍ତେ। ଅନୁମୋଦନ ହେବାର ୧୮ ମାସ ମଧ୍ୟରେ ପ୍ରକଳ୍ପ ଆରମ୍ଭ କରିବା କଥା। କେନ୍ଦ୍ର ସରକାର ୨୦୧୫ରେ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ୨୦୧୮ରେ ଜେଡ୍‌କଲ ୨୭୫ ମେଗାଓ୍ବାଟ ସୌରଶକ୍ତି ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରିଥିଲେ। ୩୫ ମାସ ପରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ଜମି ଯୋଗାଡ଼ କରିପାରି ନ ଥିଲା। ଫଳରେ ରାଜ୍ୟରେ ଏହି ପ୍ରକଳ୍ପ ହୋଇପାରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

କେବଳ ସେତିକି ନୁହେଁ, ଗ୍ରୀଡ୍‌ ସଂଯୁକ୍ତ ଅକ୍ଷୟ ଶକ୍ତି ପ୍ରୋତ୍ସାହନ ପାଇଁ ୨୦୧୫ରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୩୮.୧୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ (ଓପିଟିସିଏଲ୍‌) ଏବଂ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ ଲିମିଟେଡ (ଓଏଚ୍‌ପିସି)ର ୭ଟି ଗ୍ରୀଡ୍‌ ସବ୍‌ଷ୍ଟେଶନ ଓ ଶକ୍ତି ଉତ୍ପାଦନ ସ୍ଥାନରେ ୧୬.୪ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ଜେଡ୍‌କଲ ଉପରେ ନ୍ୟସ୍ତ କରାଯାଇଥିଲା। ତେବେ ଜେଡ୍‌କଲ ସୌର ପ୍ରକଳ୍ପ ସ୍ଥାପନ ପାଇଁ କୌଣସି ପଦକ୍ଷେପ ନ ନେବାରୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ଗତ ୩ ବର୍ଷ ଧରି ଉକ୍ତ ଅର୍ଥ ବିନିଯୋଗ ନ ହୋଇ ପଡ଼ିରହିଛି। କେବଳ ସୌରଶକ୍ତି ନୁହେଁ, ପବନ, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ବାୟୋମାସ୍‌ ପ୍ରକଳ୍ପ ମଧ୍ୟ ଅନ୍ଧକାର ଭିତରକୁ ଚାଲିଯାଇଛି। ୨୦୨୨ ସୁଦ୍ଧା ରାଜ୍ୟରେ ପବନ ଶକ୍ତିରୁ ୨୦୦ ମେଗାଓ୍ବାଟ, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ୧୫୦ ଏବଂ ବାୟୋମାସ୍‌ରୁ ୧୬୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଓରେଡା ଏବଂ ଶକ୍ତି ବିଭାଗର ଉଦାସୀନତା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ରାଜ୍ୟ ସରକାର ଅକ୍ଷୟ ଶକ୍ତି ପ୍ରକଳ୍ପର ସମୀକ୍ଷା କରିବା ପାଇଁ ୨୦୧୭ ଜାନୁୟାରୀରେ ଅକ୍ଷୟ ଶକ୍ତି କ୍ଷମତାସମ୍ପନ୍ନ କମିଟି ଗଠନ କରିଥିଲେ। ସେହି କମିଟି ଗଠନ ହେବା ପରଠାରୁ ଥରୁଟିଏ ମଧ୍ୟ ବସି ନାହିଁ। ଜେଡ୍‌କଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ମନମୁଣ୍ଡାଠାରେ ୨୦ ମେଗାଓ୍ବାଟ ସୌର ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱର ଜିଲାର ବାହାନଗା ଏବଂ ଭୋଗରାଇଠାରେ ୧ ହଜାର ମେଗାଓ୍ବାଟ ସୌରଶକ୍ତି ପ୍ରକଳ୍ପ ପାଇଁ ୪ ହଜାର ଏକର ଜାଗା ଚିହ୍ନଟ ହୋଇଥିବାବେଳେ ରାଜ୍ୟର ଅନ୍ୟ ଜିଲାରେ ସୌର ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପ୍ରକି୍ରିୟା ଚାଲିଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ସହରାଞ୍ଚଳ ଛାତ ଉପରେ ୧୦ ମେଗାଓ୍ବାଟ ସୌରଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

ପେନ୍‌ସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ିବନି

ଭୁବନେଶ୍ୱର,୧।୧୨(ବନ୍ଦନା ସେଠୀ):ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଛି। ଏଣିକି ଅବସର ପରେ ପେନ୍‌ସନ୍‌ ପାଇବା ପାଇଁ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ...

ଆଇନ ଅମାନ୍ୟ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ୱର, ୧।୧୨ (ବନ୍ଦନା ସେଠୀ):ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଡମ୍ଫିଂୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ଭାଜପା ପକ୍ଷରୁ ଜାରି ରହିଥିବା ସତ୍ୟାଗ୍ରହ ଗୁରୁବାର ୩ୟ...

ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେଲେ ଆହ୍ୱାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଉରକେଲା,୩୦।୧୧: ଛାତ୍ରଛାତ୍ରୀମାନେ ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।...

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା।...

୪ ତାରିଖରେ ଉପକୂଳ ଛୁଇଁବ ସମ୍ଭାବ୍ୟ ବାତ୍ୟା! ଜାଣନ୍ତୁ ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର,୩୦।୧୧: ଆସୁଛି ବାତ୍ୟା ବଢୁଛି ଭୟ। ଆସନ୍ତା ସପ୍ତାହରେ ପୁଣି ଭାରତୀୟ ଉପକୂକଳ ଛୁଇଁବ ବାତ୍ୟା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri