ପ୍ରଡକ୍ଟରେ ଭିନ୍ନତା ଦେଇଛି ନୂଆ ପରିଚୟ

ବ୍ୟଞ୍ଜନ ପ୍ରସ୍ତୁତି ବେଳେ ମସଲାକୁ ଗୁରୁତ୍ୱ ଦିଆଯାଇଥାଏ। ମସଲା ଯୋଗାଣ କ୍ଷେତ୍ରକୁ ନୂଆ ନୂଆ କମ୍ପାନୀ ଏବେ ପ୍ରବେଶ କରୁଛନ୍ତି। ପିୟୋର ସ୍ପାଇସ ମସଲା ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ‘ହୋମ୍‌ଫିଲ୍‌ସ’ ବର୍ତ୍ତମାନ ଏକ ଲୋକପ୍ରିୟ ବ୍ରାଣ୍ଡ୍‌ ହୋଇପାରିଛି। ଦିବ୍ୟ ମଲ୍ଟିଗ୍ରେନ୍ସ ପ୍ରାଇଭେଟ ଲିମିଟେଡ ଅଧୀନରେ ଏହା ପରିଚାଳିତ। ମସଲା ଶିଳ୍ପରେ ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବିଚିତ୍ରାନନ୍ଦ ସେନାପତି କୁହନ୍ତି, ମସଲା କ୍ଷେତ୍ରରେ ମୁଖ୍ୟତଃ ସ୍ବାଦିଷ୍ଟ ଓ ଗୁଣାତ୍ମକମାନ ବଜାୟ ରଖିବା ଜରୁରୀ। ପ୍ରଡକ୍ଟର ଗୁଣବତ୍ତା ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦେଉଥିବାରୁ ଖୁବ୍‌ କମ୍‌ ଦିନରେ ଗ୍ରାହକଙ୍କ ଭଲ ପାଇବା ସାଉଣ୍ଟିବା ସହ ନୂଆ ପରିଚୟ ପାଇପାରିଛୁ। କମ୍ପାନୀର କାର୍ଯ୍ୟଶୈଳୀ ଏବଂ ବିଭିନ୍ନ ଯୋଜନାକୁ ନେଇ ସେନାପତିଙ୍କ ସହ ‘ଧରିତ୍ରୀ’ର ଆଳାପ।

୧-ଓଡ଼ିଶା ମସଲା ଶିଳ୍ପକୁ କିପରି ଦେଖୁଛନ୍ତି। ଆପଣଙ୍କ ପ୍ରଡକ୍ଟର ଚାହିଦା କିଭଳି ରହିଛି?
ଉତ୍ତର- ଓଡ଼ିଶା ଏକ ସଂସ୍କୃତି ସମ୍ପନ୍ନ ରାଜ୍ୟ। ଏଠାରେ ମସଲାର ଚାହିଦା ବେଶ୍‌ ଭଲ ରହିଛି। ସବୁ ସମୟରେ ଗୃହିଣୀମାନେ ମସଲାକୁ ଗୁରୁତ୍ୱ ଦେଇଥାନ୍ତି। ମସଲାରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଗୁଣବତ୍ତାଯୁକ୍ତ ମସଲାକୁ ଲୋକମାନେ ପସନ୍ଦ କରିଛନ୍ତି। ରାଜ୍ୟରେ ଆମ ‘ହୋମଫିଲସ’ ବ୍ରାଣ୍ଡ୍‌ ଆଶାତୀତ ରେସପନ୍ସ ପାଇଛି। ସ୍ବାଦିଷ୍ଟ ଓ ଗୁଣବତ୍ତା ଦୃଷ୍ଟିରୁ ଅନ୍ୟ ମସଲା ବ୍ରାଣ୍ଡ୍‌ ତୁଳନାରେ ଏହା ଭିନ୍ନତା ବଜାୟ ରଖିଛି। ଗ୍ରାହକ ଆମ ବ୍ରାଣ୍ଡକୁ ଭଲ ପାଇବା ଦେଇଛନ୍ତି। ଗୁଣବତ୍ତାକୁ ଗ୍ରାହକଙ୍କ ସ୍ବୀକୃତି ମିଳିଛି।
୨-ଆପଣଙ୍କ କେଉଁ ସାମଗ୍ରୀର ଚାହିଦା ସର୍ବାଧିକ?
ଉତ୍ତର- ହୋମ୍‌ଫିଲ୍‌ସର ସମସ୍ତ ପ୍ରଡକ୍ଟର ଚାହିଦା ଭଲ ରହିଛି। ପ୍ରିମିୟମ ବର୍ଗରେ ଆମ ପ୍ରଡକ୍ଟ ଉପଲବ୍ଧ। ଆମର ସବୁ ମସଲା ମୁଖ୍ୟତଃ ଗୃହିଣୀମାନଙ୍କର ପସନ୍ଦର ମସଲା ପାଲଟିଛି। ସୁପରଫୁଡସ ଓ ବ୍ଲଣ୍ଡେଡ ସ୍ପାଇସେସ୍‌ଗୁଡିକର ବଜାର ଚାହିଦା ସର୍ବାଧିକ।
୩-ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ କିପରି ଦେଖୁଛନ୍ତି। ଆପଣଙ୍କର ବଜାର ନୀତି କ’ଣ ରହିଛି?
ଉତ୍ତର- ବ୍ୟବସାୟ ପାଇଁ ବଜାର ସମସ୍ତଙ୍କର ବୋଲି ଆମେ ଭାବିଥାଉ। ମସଲାର ଗୁଣବତ୍ତା ସହ ସ୍ବଚ୍ଛତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଅନ୍ୟଠାରୁ ଭଲ କରିବା ପାଇଁ କୌଣସି ମନ୍ଦ ଚିନ୍ତାଧାରା ନ ରଖିବା ଆବଶ୍ୟକ। ଗ୍ରାହକଙ୍କ ନିକଟତର ହେବା ପାଇଁ ବିଭିନ୍ନ ଯୋଜନା ଆପଣାଉଛୁ। ଆମର ପ୍ରଡକ୍ଟ ଅନ୍ତର୍ଜାତୀୟ ବଜାରରେ କିପରି ଅଧିକ ମାତ୍ରାରେ ପହଞ୍ଚତ୍ବ ସେ ଦିଗରେ ଅଗ୍ରସର ହେଉଛୁ।
୪-କାରବାର ବୃଦ୍ଧି ପାଇଁ ଯୋଜନା କ’ଣ ?
ଉତ୍ତର- ମହାମାରୀ ସ୍ଥିତି ସ୍ବାଭାବିକ ହେଲେ ଆଉ ଏକ ୟୁନିଟ୍‌ କଟକର ରାମଦାସପୁରଠାରେ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। ପଶ୍ଚିମବଙ୍ଗ ଓ କର୍ନାଟକର ପ୍ରମୁଖ ସହରରେ ନୂତନ ବ୍ୟବସାୟର ଶୁଭାରମ୍ଭ କରିବାକୁ ଯାଉଛୁ। ଓଡ଼ିଶାର ୩୦ ଜିଲା ସମେତ ବିହାର, ଝାଡ଼ଖଣ୍ଡ ଏବଂ ନେପାଳରେ ଆମ ପ୍ରଡକ୍ଟ ପହଞ୍ଚି ପାରିଛି।
୫-ମସଲା ଶିଳ୍ପ ପାଇଁ ସରକାର କିଭଳି ସହାୟତା ପ୍ରଦାନ କରୁଛନ୍ତି?
ଉତ୍ତର- ମସଲା ଶିଳ୍ପ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ମସଲା ଶିଳ୍ପକୁ ସରକାର ସହାୟତା ଦେଉଛନ୍ତି। ଏମ୍‌ଏସ୍‌ଏମ୍‌ଇ ଅଧୀନରେ ବିଭିନ୍ନ ସହଯୋଗ ମିଳୁଛି। ସୁଲଭ ମୂଲ୍ୟରେ ଶିଳ୍ପର ବିକାଶ ପାଇଁ ସମସ୍ତ ସହାୟତା ସରକାର ଦେଉଛନ୍ତି। ବର୍ତ୍ତମାନ ସମୟରେ ନେଇ ଆଣି ଥୋଇପାରିଲେ ଭଲ। ନ ହେଲେ ନିଜ ଉଦ୍ୟମରେ ଯାହା କରିହେବ।
୬- କିପରି ଗ୍ରାହକଙ୍କ ନିକଟତର ହେଲେ?
ଉତ୍ତର- ଆମର ବଜାର ଅଂଶ ୫%ରୁ ଅଧିକ ହେବ। ଦେଶର ବିଭିନ୍ନ ପ୍ରାନ୍ତକୁ ହିସାବକୁ ନେଲେ ବଜାର ଅଂଶ ଅଧିକ ରହିବ। ଅନ୍ୟ ମସଲା ବ୍ରାଣ୍ଡ ସବୁ ଅନେକ ବର୍ଷ ଧରି କାରବାର କରୁଛନ୍ତି। ଆମକୁ ବଜାରରେ ଅଧିକ ଅଂଶ ହାସଲ ପାଇଁ କିଛି ସମୟ ଲାଗିବ। ହୋମ୍‌ଫିଲ୍‌ସର ଚାହିଦା ପ୍ରତି ବର୍ଷ ବୃଦ୍ଧି ପାଉଛି। ଫଳରେ ବଜାର କାରବାର ୩୦ରୁ ୩୫% ରହୁଛି। ଆମେ ଗୁଣବତ୍ତା ଓ ପରିମାଣରେ କୌଣସି ସାଲିସ କରି ନ ଥାଉ। ଉନ୍ନତମାନର ମସଲା ସାଙ୍ଗକୁ ସ୍ବାସ୍ଥ୍ୟଭିତ୍ତିକ ପ୍ୟାକେଜିଂ ଆପଣାଇଛୁ।
୭-ହୋମ୍‌ଫିଲ୍ସ ଲୋକପ୍ରିୟତାର ଶ୍ରେୟ କାହାକୁ ଦେବେ?
ଉତ୍ତର- ବ୍ରାଣ୍ଡ୍‌ ପ୍ରତି ଭଲ ପାଇବା ଯୋଗୁ ଆମେ ଗ୍ରାହକଙ୍କ ନିକଟତର ହୋଇପାରିଛୁ। ଫଳରେ ବହୁ କମ୍‌ ଦିନ ମଧ୍ୟରେ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ନୂଆ ପରିଚୟ ପାଇପାରିଛୁ। କମ୍ପାନୀର ନିର୍ଦ୍ଦେଶକ ବାଣୀକଣ୍ଠ ଦଳାଇଙ୍କ ସମେତ ଓ ହୋମ୍‌ଫିଲ୍‌ସର ପରିବାର ସହ ଜଡ଼ିତ ବ୍ୟବସାୟୀ ଓ ଗ୍ରାହକଙ୍କ ଯୋଗୁ ଏସବୁ ସମ୍ଭବ ହୋଇଛି। ଏହି ସଫଳତାର ଶ୍ରେୟ ଭଗବାନ, ଆମର କଠିନ ପରିଶ୍ରମ ଓ ନିଷ୍ଠାପରତାକୁ ଦେବୁ।
୮-ପାର୍ବଣରେ କ’ଣ ସବୁ ଅଫର ଦେବେ?
ଉତ୍ତର- ଓଡ଼ିଶାରେ ପାର୍ବଣ ପାଇଁ କମ୍ପାନୀ ବିଭିନ୍ନ ଯୋଜନା ଓ ଅଫର ପ୍ରସ୍ତୁତ କରିଛି। କୋଭିଡ୍‌ ସ୍ଥିତିକୁ ଲକ୍ଷ୍ୟ ରଖି ଆଗାମୀ ଯୋଜନା ଘୋଷଣା କରାଯିବ।
୯-କରୋନା ସ୍ଥିତିରେ କାରବାର କିଭଳି ରହିଛି?
ଉତ୍ତର- ଗତ ୧୫ ମାସ ହେବ କୋଭିଡ୍‌-୧୯ କାରବାରକୁ ମାନ୍ଦା କରିଦେଇଛି। କଟକଣା ଯୋଗୁ ଉଭୟ ଉତ୍ପାଦନ ଏବଂ କାରବାର ପ୍ରଭାବିତ ରହିଛି। କାରବାର ଏକ ଘଡିସନ୍ଧି ସମୟ ଦେଇ ଗତି କରୁଛି। ଭଲ ସମୟକୁ ଅପେକ୍ଷା ରହିଛି। ସ୍ଥିତି ସ୍ବାଭାବିକ ହେଲେ କାରବାର ବଢ଼ିବ ବୋଲି ଆଶାବାଦୀ ଅଛୁ।
୧୦-ଆଗକୁ କିପରି ପ୍ରସ୍ତୁତ ହେଉଛନ୍ତି?
ଉତ୍ତର- କୋଭିଡ୍‌ର ପ୍ରଥମ ଲହରରେ ସମସ୍ୟା ରହିଥିଲା। ୨ୟ ଲହର ବେଳେ ମସଲା ଶିଳ୍ପ ଖୋଲା ଥିଲେ ମଧ୍ୟ ଅନ୍ୟ ସମସ୍ତ ସୁବିଧା ବନ୍ଦ ରହିଥିଲା। ନିୟମ ଅନୁସାରେ ୩୦% କର୍ମଚାରୀଙ୍କୁ ନେଇ କାମ କରିବା କଷ୍ଟକର ଥିଲା। ଯାତ୍ରୀ ପରିବହନ ସେବା ବନ୍ଦ ଯୋଗୁ ଶ୍ରମିକ ଓ କର୍ମଚାରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମନରେ ମହାମାରୀ ଭୟ ଥିଲେ ମଧ୍ୟ କଟକଣା ମଧ୍ୟରେ କାମ କରିବା ସହ ଚାହିଦା ପୂରଣ ପାଇଁ ଶତ ଚେଷ୍ଟା ଜାରି ରଖିଛୁ। ଗ୍ରାହକ, କର୍ମଚାରୀ, ଅଂଶୀଦାର, ଶ୍ରମିକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଛୁ।
ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri