Posted inଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ସ୍ବାମୀ

ନୂଆଦିଲ୍ଲୀ,୧୨ା୧: ଆଜି ହେଉଛି କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନ। ପ୍ରିୟଙ୍କା ୧୨ ଜାନୁୟାରୀ ୧୯୭୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରା ଭାବପ୍ରବଣ ହୋଇଛନ୍ତି। ପ୍ରିୟଙ୍କାଙ୍କୁ ଜନ୍ମଦିନର ସବୁଠୁ ସୁନ୍ଦର ଶୁଭେଚ୍ଛା ଜଣାଇଛନ୍ତି ରବର୍ଟ। ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଫଟୋ ଶେୟାର କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି।

ଏଥିରେ ସେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ପ୍ରିୟଙ୍କା, ଆଜି ତୁମ ପାଇଁ ଏକ ବଡ଼ ଦିନ, ଆଜି ତୁମେ ପୂର୍ବ ଅପେକ୍ଷା ଅଧିକ ଅଭିଜ୍ଞ। ଆଗାମୀ ବର୍ଷ ପାଇଁ ଶୁଭେଚ୍ଛା। ଏହା ସହିତ ସେ ହାର୍ଟ ଏବଂ ଲାଫିଙ୍ଗ୍‌ ଇମୋଜି ଦେଇଛନ୍ତି।

ଆହୁରି ମଧ୍ୟ ଲେଖିଛନ୍ତି, ‘ତୁମେ ମୋର ହସ, ଉତ୍ସାହ, ଦୟା ଏବଂ ଶକ୍ତି, ମୋର ପିଲାମାନେ ଏବଂ ତୁମେ ମୋ’ ପାଖରେ ଥିଲେ ମୋତେ ପ୍ରତିଦିନ ବଞ୍ଚିବାର ଏକ ନୂତନ ବାଟ ଦେଖାଏ। ମୁଁ ତୁମର ଜୀବନର ଏକ ଅଂଶ ହୋଇଥିବାରୁ ଗର୍ବିତ, ତୁମର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି। ତୁମର ଅନେକ ପ୍ରେମ, ସୁଖ ଏବଂ ଶକ୍ତି କାମନା କରୁଛି। ତୁମେ ସବୁବେଳେ ଏହିପରି ହସିବା ଏବଂ ଚମକିବା ଜାରି ରଖ। ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।

ପ୍ରିୟଙ୍କା ୧୩ ବର୍ଷ ବୟସରେ ରବର୍ଟଙ୍କୁ ଭେଟିଥିଲେ। ପ୍ରଥମେ ବନ୍ଧୁତା ପରେ ପ୍ରେମ। କିନ୍ତୁ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ଶେଷରେ ଗାନ୍ଧୀ ପରିବାର ପୁଣି ଥରେ ପ୍ରିୟଙ୍କାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଥିଲେ। ୧୯୯୭ ମସିହାରେ ପ୍ରିୟଙ୍କା ଏବଂ ରୋବର୍ଟ ବିବାହ କରିଥିଲେ। ଏହି ବିବାହରେ କେବଳ ୧୫୦ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଯେଉଁଥିରେ ବଚ୍ଚନ ପରିବାର ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରିୟଙ୍କା ଏବଂ ରୋବର୍ଟଙ୍କର ଦୁଇ ପୁଅ ଅଛନ୍ତି, ରେହାନ ଏବଂ ମିରାୟା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବରି; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଜେପି ନଡ୍ଡାଙ୍କର ହେଲା ଆଞ୍ଜିୟପ୍ଲାଷ୍ଟି; ଜାଣନ୍ତୁ ଏବେ କେମିତି ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅଗଷ୍ଟ ୧୭ ରେ ଆଞ୍ଜିଆପ୍ଲାଷ୍ଟି ହୋଇଥିଲା। ଏମ୍ସ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ ପ୍ରଦାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

ଚମ୍ପତ ରାୟଙ୍କୁ କ୍ଲିନ୍‌ଚିଟ୍‌: ପ୍ରସାଦ ଚୋରି ଘଟଣାରେ ଆସିଲା SIT ରିପୋର୍ଟ

ନୂଆଦିଲ୍ଲୀ,୧୮।୮: ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତ ଦଳ (SIT)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବତନ ମହାସଚିବ ଚମ୍ପତ…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

ଭିକ୍ଷା ମାଗି ପାରିବେନି ପାକିସ୍ତାନୀ, ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ପାକିସ୍ତାନ ହଜ ଏବଂ ଉମରା ପାଇଁ ସାଉଦି ଆରବକୁ ଯାଉଥିବା ଏହାର ନାଗରିକମାନଙ୍କୁ ଏକ କଠୋର ଚେତାବନୀ ଜାରି କରିଛି। ପାକିସ୍ତାନୀ ଦୂତାବାସ ଭିକ୍ଷା ମାଗିବା,…

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri