Posted inଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ଗ୍ବାଲିୟର,୨୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଆୟୋଜିତ ଜନାକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି। ସେଠାରେ ସେ ତାଙ୍କର ଭାଷଣ ସ୍ଥାନୀୟ ଭାଷାରେ ଆରମ୍ଭ କରିଥିଲେ। ସେ କହିଛନ୍ତି ଭାରତୀୟ ରାଜନୀତିର ଲଢେଇ ସତ୍ୟର ଲଢେଇ। ଏହି ସମୟରେ ସେ ମୁଦ୍ରାସ୍ଫୀତି, ବେରୋଜଗାରୀ, ଘୋଟାଲା ଆଦି ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ଯେ ଯେଉଁ ଶିଳ୍ପପତିଙ୍କୁ ପ୍ରଧାନମନ୍ତ୍ରୀ ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିଛନ୍ତି, ସେ ଦିନକୁ ୧୬୦୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ଅନ୍ୟପକ୍ଷରେ, ଆମର କୃଷକ ଗୋଟିଏ ଦିନରେ ୨୭ ଟଙ୍କା ରୋଜଗାର କରିବାରେ ସକ୍ଷମ ନୁହଁନ୍ତି।
ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଦିଲ୍ଲୀରେ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଦେଶର ବିରୋଧୀଦଳ ନେତା ତଥା ଦଳକୁ ଚୋର ବୋଲି କହିଛନ୍ତି। ସେ ଦେଶର ବରିଷ୍ଠ ନେତାମାନଙ୍କୁ ଅପମାନିତ କରିଛନ୍ତି। ମଣିପୁର ଗତ କିଛି ମାସ ଧରି ଏହା ଜଳୁଥିଲା ବେଳେ ପ୍ରଧାନମନ୍ତ୍ରୀ ଚୁପ ରହିଲେ। ସେ ୭୭ ଦିନ ଚୁପ ରହିଲେ ଏବଂ ଯେତେବେଳେ ସେ କଥା ହେଲେ ସେତେବେଳେ ସେ ମଧ୍ୟ ରାଜନୀତି କରିଥିଲେ।
ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମୋ ଭାଷଣରେ ୧୦ ମିନିଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିପାରିବି। ମୁଁ ଶିବରାଜ ଜୀଙ୍କୁ ୧୦ ମିନିଟ ପାଇଁ ସମାଲୋଚନା କରିପାରିବି। ମୁଁ ସିନ୍ଧିଆଙ୍କ ଉପରେ ୧୦ ମିନିଟ କହିପାରେ। କିନ୍ତୁ ମୁଁ ଆପଣଙ୍କର ସମସ୍ୟା ବିଷୟରେ କହିବାକୁ ଏଠାକୁ ଆସିଛ। ମୁଁ ମୁଦ୍ରାସ୍ଫୀତି ବିଷୟରେ କହିବାକୁ ଆସିଛ। ସେ କହିଛନ୍ତି ଯେ ଆଜି ମୁଦ୍ରାସ୍ଫୀତି ଜୀବନ ଉପରେ ଏକ ବୋଝ ହୋଇଛି। ମହିଳାମାନେ ମୁଦ୍ରାସ୍ଫୀତିର ଭାର ବହନ କରୁଛନ୍ତି। ଏପରି ସମୟରେ, ମୁଁ ଲୋକଙ୍କୁ ସମାଲୋଚନା କରିବା ଉଚିତ ମନେ କରେ ନାହିଁ। ନେତାମାନଙ୍କୁ ନିର୍ବାଚନରେ ଜନସାଧାରଣଙ୍କ ବିଷୟରେ ଆଲୋଚନା କରିବାକୁ ପଡ଼ିବ ବୋଲି ପ୍ରିୟଙ୍କା ତାଙ୍କର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri