Posted inଜାତୀୟ

ଗର୍ଜିଲେ ପ୍ରିୟଙ୍କା

ମୁଜାଫରନଗର,୨୦ ।୨: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କ୍‌ା ଗାନ୍ଧୀ ଭଦ୍ରା ଶନିବାର ମୁଜାଫରନଗର ପହଞ୍ଚିଛନ୍ତି । ସେଠାରେ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିବା ସମୟରେ ମୋଦି ସରକାରଙ୍କ ଉପରେ ସେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କର ମୋଦି ଅପମାନ କରୁଛନ୍ତି । ଯେଉଁ କୃଷକ ନିଜ ପୁଅକୁ ଦେଶର ସୁରକ୍ଷା ପାଇଁ ସୀମାକୁ ପଠାଉଛନ୍ତି ମୋଦି ସରକାର ସେମାନଙ୍କର ଅପମାନ କରୁଛନ୍ତି । ସେମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି, ସେମାନଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି । ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ମୋଦି ଯେପରି ନିଜର ୨-୩ ଜଣ ବନ୍ଧୁଙ୍କୁ ଦେଶକୁ ବିକ୍ରି କରି ସାରିଲେଣି ଠିକ୍ ସେମିତି କୃଷକଙ୍କ କ୍ଷେତକୁ ବି ବିକ୍ରି କରିବାକୁ ଚାହୁଁଛନ୍ତି । ପୂର୍ବରୁ ଯେପରି ରାଜା-ମହାରାଜାମାନେ ଶାସନ କରୁଥିଲେ ଏବେ ମୋଦି ସେମିତି ହୋଇଗଲେଣି । ୨ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଅହଂକାର ହେଲାଣି । ତେଣୁ ସରକାର କୃଷକଙ୍କ ସମ୍ମାନ କରିବା ଜରୁରୀ । କୃଷି ଆଇନକୁ ନେଇ ସରକାର କୃଷକଙ୍କ ସହ କାହିଁକି କଥା ହେଉ ନାହାଁନ୍ତି ବୋଲି ମଧ୍ୟ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି । ତୁରନ୍ତ ସରକାର ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ

ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇଛି।...

ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ

କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର...

ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋକ ହୋଇଛି। ଏମ୍ସର ଆଇସିୟୁରେ...

ପ୍ରଧାନମନ୍ତ୍ରୀ ମୋଦି ଫୋନ କରିବା ମାତ୍ରେ କାନ୍ଦିଲେ ମହିଳା ହକି ଖେଳାଳି

ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି...

କଂଗ୍ରେସକୁ ଟକ୍କର ଦେବାକୁ ସଜ ହେଉଛନ୍ତି ଅମରିନ୍ଦର, ଉଦଘାଟନ କଲେ କାର୍ଯ୍ୟାଳୟ

ଚଣ୍ଡିଗଡ଼,୭।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବସ୍ତୁତ ହେଉଛନ୍ତି। ୨୦୨୨ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ପଞ୍ଜାବ ଲୋକ...

ଶାହିନ୍‌ ବାଗ୍‌ ପ୍ରଦର୍ଶନ ପଛରେ ୨ ଯାଆଁଳା ଭାଇ କେଜ୍‌ରିଓ୍ବାଲ-ରାହୁଲ: ଭାଜପା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଦୀର୍ଘ ଦିନ ହେଲା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏନେଇ ଭାଜପା ପକ୍ଷରୁ ଆମ୍‌ ଆଦ୍‌ମୀ...

ଦି କ୍ଲେକ୍ସନ୍‌ରେ ଚାଇନା ସୈନ୍ୟ-ଭାରତୀୟ ଯବାନଙ୍କ ମୁହାଁମୁହିଁ ରିପୋର୍ଟ…

ଲଦାଖ, ୩।୨ : ଅଷ୍ଟ୍ରେଲିଆ ଖବରକାଗଜ ଦି କ୍ଲେକ୍ସନ୍‌ରେ ଜୁନ ୨୦୨୦ରେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ...

ସିଏଏ-ଏନ୍‌ଆର୍‌ସି ଭୟ: କେଉଁଠି ଧୂଆଁ, କେଉଁଠି ନିଆଁ; ଆକ୍ରୋଶରୁ ଅରାଜକତା

ନୂଆଦିଲ୍ଲୀ/କୋଲକାତା, ୧୬ା୧୨: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବା ପରେ ଉପୁଜିଥିବା ଅଡ଼ୁଆ ନ ଛିଣ୍ଡୁଣୁ ଏହାକୁ ଜାତୀୟ ସ୍ତରରେ ପ୍ରୟୋଗ କରିବା...

Advertisement
Archives

Model This Week