ବିଦେଶରେ ଦେଶୀ ଅନ୍ଦାଜରେ ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ସବୁବେଳେ କିଛି ନା କିଛି କାରଣ ପାଇଁ ଥାଆନ୍ତି ଲାଇମ ଲାଇଟରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କ ଆଉଟଫିଟକୁ ନେଇ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ସେ ଲସ ଆଞ୍ଜେଲସରେ ରହୁଥିଲେ ବି ଭାରତକୁ କେବେ ଭୁଲି ପାରି ନାହାନ୍ତି । ବିବାହ ପରେ ସେ ଦେଶ ଛାଡିଛନ୍ତି ସତ ହେଲେ ଦେଶର ମୋହ କେବେ ଭୁଲି ପାରି ନାହାନ୍ତି । ନିକଟରେ ସେ ହୋଲି ପାଳନ କରୁଥିବା କିଛି ଫଟୋ ଓ ଭିଡିଓ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଥିଲେ ଯାହା ଅନେକଙ୍କୁ ବେଶ ପସନ୍ଦ ଆସିଥିଲା । ବିଦେଶରେ ରହିବି ସେଠାରେ ପିସି ନିଜ ଦେଶର ସବୁ ପର୍ବ ପାଳନ କରିଥାଆନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ପିସି ଏବେ କିଛି ଫଟୋ ଶେୟାର କରିଛନ୍ତି ଯାହା ଆସିଛି ଚର୍ଚ୍ଚାକୁ । ଏଥିରେ ବିଦେଶ ମାଟିରେ ଦେଶୀ ଲୁକରେ ନଜର ଆସିଛନ୍ତି ବଲିଉଡ ଦେଶୀ ଗର୍ଲ । ସେ ସାଲୱାର ଶୁଟରେ ଭିନ୍ନଭିନ୍ନ ପୋଜ ଦେଉଥିବା ଦେଖାଯାଇଛି । ଲେମନ ୟେଲୋ ଓ ହ୍ୱାଇଟ କଲର କଷ୍ଟୁମରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଅଭିନେତ୍ରୀ । ବ୍ୟାକଗ୍ରାଉଣ୍ଡ ବି ଖୁବ୍ ସୁନ୍ଦର ଅଛି । ଏହି ଫଟୋ ଶେୟାର କରିବା ସହ ସେ କ୍ୟାପଶନରେ ଲେଖିଛନ୍ତି, ଏବେ ଏବେ ସୂର୍ଯ୍ୟ ଉଦୟ ହୋଇଛନ୍ତି । ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ବି କମେଣ୍ଟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଦେଶୀ ଗର୍ଲ । ଆଉ ଜଣେ ଲେଖିଛନ୍ତି ଆମ ସନସାଇନ୍ । ବିଜି ନାୟିକା ପ୍ରିୟଙ୍କା ଖୁବଶୀଘ୍ର କ୍ୟାଟ୍ରିନା କୈଫ ଓ ଆଲିଆ ଭଟ୍ଟଙ୍କ ସହ ‘ଜି ଲେ ଜରା’ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?