୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଲା ପିସିଙ୍କ ଝିଅ. ଫାଷ୍ଟ ଲୁକ୍ ଶେୟାର କଲେ ଦମ୍ପତି

ମୁମ୍ବାଇ: ମଦର୍ସ ଡେ’ ସମସ୍ତ ମାଆ ଓ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ହେଲେ ଚଳିତ ବର୍ଷ ଏହି ଦିନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଏକ ଭିନ୍ନ ଅନୁଭୁତି ଆଣି ଦେଇଛି । ଝିଅ ମାଳତୀ ମେରି ଚୋପ୍ରା ଜୋନସଙ୍କୁ ମଦର୍ସ ଡେ’ରେ ହିଁ ଆଲିଙ୍ଗନ କରିଛନ୍ତି ପିସି । ୮ ମେ ୨୦୨୨ରେ ସାରା ବିଶ୍ୱ ପାଳନ କରିଛି ମଦର୍ସ ଡେ । ଏହି ଅବସରରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ତାଙ୍କ ଝିଅର ଫାଷ୍ଟ ଲୁକ ଶେୟାର କରିଛନ୍ତି ।
ନିକ ଓ ପ୍ରିୟଙ୍କା କହିଛନ୍ତି ତାଙ୍କ ଝିଅ ୧୦୦ ଦିନ ହସ୍ପିଟାଲରେ ଏନଆଇସିୟୁରେ ରହିବା ପରେ ଶେଷରେ ଘରକୁ ଆସିଛି । ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ପିସି ଝିଅ ମାଳତିକୁ ଛାତିରେ ଜାବୁଡି ଧରିଥିବା ବେଳେ ନିକ ତାଙ୍କ ନିକଟରେ ରହିଛନ୍ତି । ହେଲେ ଏମାନେ ଝିଅର ମୁହଁକୁ ହ୍ୱାଇଟ ହାର୍ଟ ଇମୋଜିରେ ଲୁଚାଇ ଦେଇଛନ୍ତି ।
ଫଟୋ ଶେୟାର କରି କପଲ ବିଗତ ଦିନର କିଛି ଦୁଃଖ କଥା କହିଛନ୍ତି । ଯାହା କିଛି ପରିବାରରେ ଦେଖାଯାଏ ବୋଲି ବି ସେମାନେ ଉଲ୍ଲେଖ କରିଛନ୍ତି । କ୍ୟାପଶନରେ ପିସି ଲେଖିଛନ୍ତି, ପ୍ରତ୍ୟେକ ପରିବାରର ଯାତ୍ରା ଭିନ୍ନ ହୋଇଥାଏ । ହେଲେ ଏଥିରେ ବିଶ୍ୱାସ ରଖିବା ଜରୁରୀ । ଆମ ପାଇଁ ଗତ କିଛି ମାସ ଚ୍ୟାଲେଞ୍ଜ ଭରା ଥିଲା । ହେଲେ ଏବେ ଜଣାପଡିଛି କି ପ୍ରତ୍ୟେକ ମୁହୂର୍ତ୍ତ ପରଫେକ୍ଟ ଓ ମୂଲ୍ୟବାନ ହୋଇଥାଏ । ଆମେ ବହୁତ ଖୁସି ଯେ ଶେଷରେ ଆମ ଝିଅ ଘରକୁ ଆସିଛି । ଆମେ ଲସ ଆଞ୍ଜେଲସର ରାଡି ଚିଲଡ୍ରେନ୍ସ ଲା ଜୋଲା ଆଣ୍ଡ କେଡାର ସିନାଇ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ ସ୍ପେଶାଲିଷ୍ଟଙ୍କୁ ଧନ୍ୟବାଦ ଦେଉଛୁ । ଯେଉଁମାନେ ନିଶ୍ୱାର୍ଥପର ଭବେ ଆମକୁ ସାହାଯ୍ୟ କରିଛନ୍ତି । ଆମ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେଲା । ଏମ, ମମ୍ମି ଓ ଡାଡି ତୁମକୁ ବହୁତ ଭଲ ପାଆନ୍ତି ।
ଏହି ଖୁସିରେ ନିକ ବି ପ୍ରିୟଙ୍କାଙ୍କ ଜୀବନର ପ୍ରଥମ ମଦର୍ସ ଡେ’ ୱିଶ କରିବା ସହ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri