‘ଗ୍ଲୋବ୍ ଟ୍ରଟର’ରୁ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଝଲକ ରିଲିଜ କଲେ ଏସ୍.ଏସ୍. ରାଜାମୌଲି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗ୍ଲୋବ୍ ଟ୍ରଟର’ରୁ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ (ଝଲକ) ଜାରି କରିଛନ୍ତି। ହଳଦିଆ ଶାଢ଼ୀ ପିନ୍ଧି ପ୍ରିୟଙ୍କାଙ୍କ ଆକ୍ସନ୍‌-ଭରା ଲୁକ୍ ଦେଖିବାକୁ ମିଳିଛି।

ରାଜାମୌଲି ଏହି ଲୁକ୍ ସେୟାର୍ କରି ଲେଖିଛନ୍ତି, “ଯିଏ ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପୁନଃ ପରିଭାଷିତ କରିଛନ୍ତି। ଦେଶୀ ଗର୍ଲ! ପ୍ରିୟଙ୍କା ଚୋପ୍ରା ପୁଣି ଥରେ ସ୍ୱାଗତ… ତୁମର ମନ୍ଦାକିନୀର ଅନେକ ରୂପ ଦେଖିବାକୁ ଦୁନିଆ ଅପେକ୍ଷା କରିଛି।”

ଏହି ଚଳଚ୍ଚିତ୍ରରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନ ମୁଖ୍ୟ ଭୂମିକାରେ ଅଛନ୍ତି। ନିକଟରେ ପୃଥ୍ୱୀରାଜଙ୍କ ଲୁକ୍ ମଧ୍ୟ ପ୍ରକାଶ ପାଇଥିଲା। ପୃଥ୍ୱୀରାଜଙ୍କ ଚରିତ୍ରର ନାଁ କୁମ୍ଭ ଏବଂ ତାଙ୍କୁ ଜଣେ ନିଷ୍ଠୁର, ଶକ୍ତିଶାଳୀ ଖଳନାୟକ ଭାବେ ରାଜାମୌଲି ବର୍ଣ୍ଣନା କରିଥିଲେ।

ଅନ୍ୟପକ୍ଷରେ, ‘ଗ୍ଲୋବ୍ ଟ୍ରଟର’ ନିର୍ଦ୍ଦେଶକ ମହେଶ ବାବୁଙ୍କ ଏକ ଝଲକ ମଧ୍ୟ ସେୟାର୍ କରି ଲେଖିଥିଲେ ଯେ, ନଭେମ୍ବର ୧୫ରେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ହେବାକୁ ଥିବା ‘ଗ୍ଲୋବ୍ ଟ୍ରଟର’ ଇଭେଣ୍ଟରେ ଦର୍ଶକଙ୍କୁ ବଡ଼ ସରପ୍ରାଇଜ୍ ମିଳିବ।

ପ୍ରିୟଙ୍କା ଓ ପୃଥ୍ୱୀରାଜଙ୍କ ପ୍ରଥମ ଲୁକ୍ ପରେ, ଚଳଚ୍ଚିତ୍ରର ପ୍ରଥମ ଗୀତ ମଧ୍ୟ ୟୁଟ୍ୟୁବରେ ମୁକ୍ତିଲାଭ କରିଛି। ଓସ୍କାର ବିଜେତା ସଙ୍ଗୀତଜ୍ଞ ଏମ୍.ଏମ୍. କିରବାନୀ ଏହି ଟ୍ରାକ୍‌ଟିକୁ କମ୍ପୋଜ୍ କରିଥିବା ବେଳେ ଶ୍ରୁତି ହାସନ ଏଥିରେ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri