ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିଲେ ପିସି, ମା’ଙ୍କୁ ବି ଲୁଚାଇଥିଲେ କଥା

ବମ୍ବେ: ନିଜ ପୁସ୍ତକ ‘ଅନ୍‌ଫିନିସ୍‌ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏଥିରେ ସେ ନିଜ ଜୀବନ ସହ ଜଡ଼ିତ ଅନେକ କିଛି ପ୍ରସଙ୍ଗରେ ଖୁଲାସା କରିଛନ୍ତି। ସେଥିରୁ ଗୋଟିଏ ହେଉଛି ତାଙ୍କର ବ୍ରେକ୍‌ଅପ୍‌ ପରର ସମୟ।

୨୦୧୬ରେ ପିସି ନ୍ୟୁୟର୍କ ଚାଲିଯାଇଥିଲେ। ସେତେବେଳର ସମୟ ସାଧାରଣ ନ ଥିଲା। କାରଣ ବ୍ରେକ୍‌ଅପ୍‌ ହୋଇଥିବା ଯୋଗୁ ଭାଙ୍ଗି ପଡ଼ିଥିଲେ ସେ। ଏଥିସହ ବାପା ଅଶୋକ ଚୋପ୍ରାଙ୍କୁ ହରାଇବାର ଦୁଃଖ ତାଙ୍କ ଯନ୍ତ୍ରଣାକୁ ଦ୍ୱିଗୁଣିତ କରି ଦେଇଥିଲା। ପ୍ରାୟତଃ ଏକୁଟିଆ ରହୁଥିଲେ ସେ। କେବଳ ଟେଲିଭିଜନ ଶୋ’ ‘କ୍ୱାଣ୍ଟିକୋ’ର ଶୁଟିଂ ପାଇଁ ବାହାରକୁ ଯାଉଥିଲେ। ନିଜର ଯତ୍ନ ନେଉ ନ ଥିବାରୁ ତାଙ୍କର ଓଜନ ମଧ୍ୟ ନଅ କିଲୋଗ୍ରାମ ବଢ଼ି ଯାଇଥିଲା। ଫଳରେ ଚିନ୍ତାରେ ପଡ଼ିଥିଲେ ସେ। ମା’ ମଧୁଙ୍କୁ ସବୁ ବିଷୟରେ କହିବାକୁ ଚାହୁଁଥିଲେ ହେଁ ନିରବ ରହୁଥିଲେ। ଧିରେ ଧିରେ ସେ ବିଷାଦଗ୍ରସ୍ତ ହୋଇଯାଇଥିଲେ ବୋଲି ପିସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ପ୍ରଥମ ପୁଣ୍ୟତିଥିରେ ଘରେ ପୂଜା କଲେ ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ପ୍ରଥମ ପୁଣ୍ୟତିଥି। ଜୁନ ୧୪ ୨୦୨୦ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।...

ପ୍ରତିକ ବାବରଙ୍କ ଗର୍ଲ ଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିଲେ ଏମି

ମୁମ୍ବାଇ: ଏମି ଜ୍ୟାକସନ ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ‘୨.୦ ଦ ଭିଲେନ’ ମୁଭିରେ ଏମିଙ୍କର ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ ।...

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ...

ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ...

ଶାହିଦ ନୁହନ୍ତି, ମୀରାଙ୍କ ପସନ୍ଦର ସେଲିବ୍ରିଟି ଏହି କ୍ରିକେଟର

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ସବୁବେଳେ ପ୍ରଶ୍ନ-ଉତ୍ତର ଖେଳ ଖେଳିଥାନ୍ତି। ନିକଟରେ ସେ ଠିକ୍‌ ଏମିତି...

ଝୁରି ହେଉଛନ୍ତି ରିଦ୍ଧିମା: କହିଲେ, ‘ବହୁତ ମନେ ପଡ଼ୁଛ ବାପା, ଫେରି ଆସ’

ବମ୍ବେ: ଶୋକରେ ବଲିଉଡ୍‌। ଗତ ଦୁଇ ଦିନ ମଧ୍ୟରେ ଦୁଇଜଣ ପ୍ରତିଷ୍ଠିତ କଳାକାର ଇରଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କୁ ବଲିଉଡ୍‌ ହରାଇଛି। ଏହାକୁ ସହଜରେ...

ମହାରାଷ୍ଟ୍ର ରାଜନୀତିକୁ ନେଇ ଭାଇରାଲ ହେଉଛି ରାକ୍ଷୀ ସାଓ୍ବନ୍ତଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏମିତି ଜଣେ ଅଭିନେତ୍ରୀ ଯେ ସବୁବେଳେ ପ୍ରତିଦିନର ଘଟଣା ଉପରେ ନଜର ରଖିଥାଆନ୍ତି। କେବଳ ସେତିକି ନୁହେଁ...

ଚେନ୍ନାଇ ଏକ୍ସପ୍ରେସ୍‌ ସିକ୍ୟୁଏଲରେ ସାରା-କାର୍ତ୍ତିକଙ୍କୁ ନେବାକୁ ଚାହୁଁଛନ୍ତି ରୋହିତ ସେଟ୍ଟୀ

ବମ୍ବେ: ଫିଲ୍ମ କେଦାରନାଥ ରିଲିଜ ହେବା ପରେ ନିଜ ଅଭିନୟକୁ ନେଇ ବେଶ୍‌ ପ୍ରଶଂସିତ ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାଁ। ଆଗାମୀ ଦିନରେ...

Advertisement
Archives

Model This Week