ଘରୋଇ ସ୍କୁଲ ଆର୍ଥିକ କାରବାରର ଅଡିଟ୍‌ ହେଉ

ଭୁବନେଶ୍ୱର,୧୫।୭ (ବ୍ୟୁରୋ): ଘରୋଇ ସ୍କୁଲଗୁଡିକର ଆର୍ଥିକ କାରବାରରେ ସ୍ବଚ୍ଛତା ପାଇଁ ସରକାର ପ୍ରତି ବର୍ଷ ଅଡିଟ କରିବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ। ଏନେଇ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଚିଠି ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ପାଖରେ ଏହି ଦାବି ରଖିଛନ୍ତି।
ରାଜ୍ୟରେ ସ୍ବୀକୃତିପ୍ରାପ୍ତ ୪୨୬୪ ଓ ବେଆଇନ ଭାବେ ପ୍ରାୟ ୮୫୦୦ ଘରୋଇ ସ୍କୁଲ ଚାଲୁଛି। ଅଧିକାଂଶ ଘରୋଇ ସ୍କୁଲ ଅଭିଭାବକଙ୍କଠାରୁ ଢେର ଅଧିକ ଫି’ ଆଦାୟ କରୁଛନ୍ତି। ଓଡ଼ିଶାରେ କୌଣସି ସ୍ପଷ୍ଟ ଫି’ ନିୟାମକ ଆକ୍ଟ ନ ଥିବାରୁ ଏପରି ହେଉଛି। ଘରୋଇ ସ୍କୁଲଗୁଡିକ ନିଜର ବିଳାସବ୍ୟସନ ଚଳଣି, ସ୍କୁଲ ଭିତ୍ତିଭୂମି ବଢାଇବା ସହ ସ୍କୁଲ ଫି’ ନେଇ ଅନ୍ୟତ୍ର ବିନିଯୋଗ କରୁଛନ୍ତି। ସରକାରଙ୍କ ୨୦୧୩ ଗେଜେଟରେ ସବୁ ପ୍ରାଇଭେଟ୍‌ ସ୍କୁଲକୁ ଅଡିଟ କରିବାର ଆଇନ ରହିଛି। ଆଦାୟ ହେଉଥିବା ଫି’କୁ ଠିକ୍‌ ବାଟରେ ଖର୍ଚ୍ଚ କରାଯାଉଛି କି ନାହିଁ, ଶିକ୍ଷକ ଓ କର୍ମଚାରୀ ଠିକ୍‌ ଭାବେ ଦରମା ପାଉଛନ୍ତି କି ନାହିଁ, ଆଦାୟ ଅର୍ଥ ଅନ୍ୟତ୍ର ବିନିଯୋଗ ହେଉଛି କି ଏହି ସବୁର ତଦାରଖ ପାଇଁ ଉକ୍ତ ନିୟମ ରହିଛି। ରାଜ୍ୟରେ ଡିଏଭି ସ୍କୁଲ ସମୂହ, ଓଡିଏମ୍‌, ମଦର, ବିଜେଇଏମ୍‌, ଲୋୟଲା, ସେଣ୍ଟ ଯୋଶେଫ ଭଳି ବହୁ ବଡ଼ ବଡ଼ ସ୍କୁଲରେ ହଜାର ହଜାର ପିଲା ପାଠ ପଢୁଛନ୍ତି। ସେମାନଙ୍କଠାରୁ ଆଡ଼ମିଶନ, ରି-ଆଡ଼ମିଶନ, ୟୁନିଫର୍ମ, ବହି, ସ୍ମାର୍ଟ କ୍ଲାସ ଆଦି ଅନେକ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି। କିଛି ସ୍କୁଲ ନିଜର ଆତ୍ମୀୟ ସ୍ବଜନଙ୍କୁ କର୍ମଚାରୀ ବୋଲି ଦର୍ଶାଇ ସେମାନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରୁଛନ୍ତି। ବିଶେଷକରି ଭୁବନେଶ୍ୱରରେ ଥିବା ବଡ଼ବଡ଼ ସ୍କୁଲ କୋଟି କୋଟି ଟଙ୍କା ହଡପ କରିବାର ଉଦାହରଣ ରହିଛି। ସେପଟେ କିଛି ସ୍କୁଲ ବେଆଇନ ପ୍ରାଇଭେଟ ପବ୍ଲିକେଶନ ବହି ବିକ୍ରି କରି ମୁଦ୍ରିତ ଦାମ୍‌ର ୫୦% ପର୍ଯ୍ୟନ୍ତ ମୁନାଫା କରିଥିବା ଲକ୍ଷ ଲକ୍ଷ ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛନ୍ତି। ଅଡିଟ ହେଲେ ସବୁ ସତ ପଦାକୁ ଆସିପାରିବ ଓ ସବୁ ବ୍ୟବସ୍ଥା ଠିକ ଚାଲିବ। ତେଣୁ ଅଡିଟ୍‌ କରିବା ପାଇଁ ଓଡିଶା ଅଭିଭାବକ ମହାସଂଘର ମୁଖପାତ୍ର ଓ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri