ଆସନ୍ତା ୧୪ରୁ ଖୋଲିବ ପ୍ଲେ’ ସ୍କୁଲ, କେଜି

ଭୁବନେଶ୍ୱର,୮।୨(ବ୍ୟୁରୋ): ସ୍କୁଲ ଓ କଲେଜ ଖୋଲିବା ପରେ ଏବେ ଘରୋଇ ପ୍ଲେ’, ନର୍ସରୀ ଏବଂ କେଜି ଶ୍ରେଣୀ ଖୋଲିବ। ଏଥିନେଇ ମଙ୍ଗଳବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଫେବୃୟାରୀ ୧୪ରୁ ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲା ଶିକ୍ଷାଧିକାରୀ, ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ତେବେ ସ୍କୁଲରେ କରୋନା ନିୟମର କଡ଼ାକଡ଼ି ପାଳନ କରାଯିବ। ଉଭୟ ଟିଚିଂ ଏବଂ ନନ୍‌ଟିଚିଂ କର୍ମଚାରୀ କରୋନାର ଉଭୟ ଟିକା ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଅପରପକ୍ଷେ ସୋମବାରଠାରୁ ଅଷ୍ଟମରୁ କଲେଜ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସ୍କୁଲ ଓ କଲେଜ୍‌କୁ ଛାତ୍ରୀଛାତ୍ରମାନେ ଆସୁଥିବା ଦେଖିବାକୁ ମିଳିଛି। ଆସନ୍ତା ୧୪ରୁ କେଜିରୁ ସପ୍ତମ ପର୍ଯ୍ୟନ୍ତ ଖୋଲିବ। ଏଥିଲାଗି ସ୍କୁଲ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍କୁଲଗୁଡ଼ିକୁ ସାନିଟାଇଜ୍‌ କରାଯାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି…

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦେବାଶିଷ! ଖୋଲାଖୋଲି ଭାବେ କହିଲେ ମୁଁ ଏହି ଦିଳକୁ ଯିବି…

ଭୁବନେଶ୍ୱର, ୨୫।୫: ବରିଷ୍ଠ ବିଜୁ ଜନତା ଦଳ ନେତା ଏବଂ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ନବୀନ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଗଲା ଧନୁଯାତ୍ରା ତୋରଣ, ପାଣିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ଝଡବତାସ ହୋଇଥିଲା। ଏହାର ପ୍ରଭାବରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri