ଘରୋଇ ହସ୍ପିଟାଲ ଟିକା ୯୫:୫ କରାଯାଉ

ଭୁବନେଶ୍ୱର, ୩ା୭(ବ୍ୟୁରୋ): କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ଯୋଗାଇ ଦେଉଥିବା ଟୀକା ଅନୁପାତକୁ ୭୫:୨୫ ପରିବର୍ତ୍ତେ ୯୫:୫ କରିବା ପାଇଁ ଓଡିଶା ଦାବି କରିଛି। ଏନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ଜଣାଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଘରୋଇ ହସ୍ପିଟାଲ ୫ ପ୍ରତିଶତରୁ କମ୍‌ ରହିଛି। ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଟୀକା ଅଂଶ ୨୫ ପ୍ରତିଶତ କମିଯାଉଛି। ଘରୋଇ ହସ୍ପିଟାଲ ଗୁଡିକ କମ୍‌ ପରିମାଣର ଟୀକା ନେଉଛନ୍ତି। ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯାଉଥିବା ଟୀକା ରାଜ୍ୟ ସରକାରଙ୍କୁ ଦେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଆଜି ୧୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି

କୋରୁକୋଣ୍ଡା,୧୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସୋମବାର ମାଲକାନଗିରି ପୌରପରିଷଦ, କୋରୁକୋଣ୍ଡା, କାଲିମେଳା, ଖଇରିପୁଟ...

ଦକ୍ଷିଣ କୋରିଆରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ସିଓଲ,୧୨ା୫: ଦକ୍ଷିଣ କୋରିଆରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସତର୍କ କରିଦିଆଯାଇଛି। କଟକଣା କୋହଳ ହେବା ପରେ ରବିବାର ସଂକ୍ରମଣ ମାସକ...

କ୍ବାରାଣ୍ଟାଇନ୍‌ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ

ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ...

ଲକ୍‌ଡାଉନ୍‌ ଉଠିଲେ ତାରକା ଆଥ୍‌ଲେଟଙ୍କ ଟ୍ରେନିଂ ଆରମ୍ଭ ହେବ: ରିଜିଜୁ

ନୂଆଦିଲ୍ଲୀ,୧୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଚାଲିଥିବା ଲକ୍‌ଡାଉନ୍‌ ଉଠାଇ ଦିଆଗଲେ ତାରକା ତଥା ଆଗଧାଡିର ଆଥ୍‌ଲେଟମାନେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ...

ଲକ୍‌ଡାଉନ୍‌ ନିୟମ ନମାନିବାରୁ ଦଣ୍ଡ: ଖୋର୍ଦ୍ଧାରେ ୩୬ ଗାଡ଼ି ଜବତ

ଖୋର୍ଦ୍ଧା ଅଫିସ,୨୪।୩: କୋଭିଡ-୧୯ ସହ ମୁକାବିଲା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ ବା...

ବାଇକ୍‌ ଲୁଟେରା ଗ୍ୟାଙ୍ଗ ଠାବ: ୨୨ ବାଇକ୍‌ ଜବତ, ୫ ଗିରଫ

କଟକ ଅଫିସ, ୩।୧୧: କଟକ ବାଦାମବାଡି ଥାନା ଅଞ୍ଚଳରୁ ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ପୋଲିସ ଗିରଫ କରିବା...

ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ...

ସୂର୍ଯ୍ୟମଣିଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୨୯।୨(ବ୍ୟୁରୋ): ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଲାଗି ଓଡ଼ିଶାର ସୂର୍ଯ୍ୟମଣି ବେହେରାଙ୍କୁ ମିଳିଛି ଜାତୀୟ ପୁରସ୍କାର। ଜାତୀୟ ବିଜ୍ଞାନ ଦିବସ ଅବସରରେ କେନ୍ଦ୍ର...

Advertisement
Archives

Model This Week