ଘରୋଇ ଡାକ୍ତରଖାନା, କ୍ୱାକ୍‌ଙ୍କ ଦ୍ୱାରା ରୋଗୀ ଶୋଷିତ

କେନ୍ଦ୍ରାପଡ଼ା,୩୧ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟସେବା ସମସ୍ୟାର ଅନ୍ତ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ। ଉପାନ୍ତଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀ ଅଭାବରୁ ରୋଗୀଙ୍କୁ ଏବେ କଟକ ବଡ଼ ଡାକ୍ତରଖାନା ଯିବାକୁ ରେଫର କରାଯାଉଛି। ଏହାର ଫାଇଦା ଜିଲାରେ ଗଢ଼ି ଉଠିଥିବା ଘରୋଇ ନର୍ସିଂହୋମ ଓ ଉପାନ୍ତ ଅଞ୍ଚଳରେ କ୍ୱାକମାନେ ନେଉଛନ୍ତି। ନର୍ସିଂହୋମରେ ସରକାରୀ ଡାକ୍ତରଖାନାର ଡାକ୍ତର ଓ କେତେଜଣ ଅଣ ଚିକିତ୍ସକ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି। ନର୍ସିଂହୋମରେ କେତେକ ନିର୍ଦ୍ଦିଷ୍ଟ ଫାର୍ମା କମ୍ପାନୀ ଏହି ପ୍ରକାର ଚିକିତ୍ସକଙ୍କୁ ଧରି ଏବେ ନିଜର ଫାଇଦା ଉଠାଉଛନ୍ତି। ସେହିପରି ଉପାନ୍ତ ଅଞ୍ଚଳର କ୍ୱାକମାନେ ରୋଗୀଙ୍କୁ ଦେଉଥିବା ଔଷଧ ଉପରେ ଜିଲା ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁନାହିଁ। କ୍ୱାକ ଓ ଔଷଧ ସମ୍ପର୍କରେ ତନଖି ନ ହେବାରୁ ରୋଗୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ବିଭିନ୍ନ ବର୍ଗର ଲୋକ ମତଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ ନାୟକ ଗତ ୫ ଦିନ ପୂର୍ବର ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ସେ କହିଛନ୍ତି, ଡେରାବିଶ ଅଞ୍ଚଳର ଜଣେ ପ୍ରସୂତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର କହିଲେ ପ୍ରସୂତୀଙ୍କ ଅପରେଶନ ଆବଶ୍ୟକ। ସଂଜ୍ଞାହୀନ କରିବା ଏଠାରେ ସମ୍ଭବ ନ ଥିବାରୁ କଟକ ରେଫର କଲେ। ତେବେ ଆମେ ନିକଟସ୍ଥ ନର୍ସିଂହୋମରେ ସେହି ଡାକ୍ତରଖାନାର ଡାକ୍ତର ଅପରେଶନ କରୁଥିବା ଦେଖିଲୁ। ରାଜ୍ୟ ସରକାରଙ୍କ କଡା କଟକଣାକୁ ବେଖାତିର କରି ୪ରୁ ଅଧିକ ଆଶାକର୍ମୀଙ୍କୁ ଏହି ନର୍ସିଂହୋମରେ ପାଇଲୁ। ଜିଲା ମୁଖ୍ୟ ଚିକତ୍ସାଳୟରେ ଏହି ବିଭାଗରେ ୫ ଜଣ ଡାକ୍ତର ନିଯୁକ୍ତ ହେଉଥିଲେ ମଧ୍ୟ ରୋଗୀଙ୍କୁ ରେଫର କରାଯାଉଛି। ଏଥିପାଇଁ ସହରରେ ଥିବା ୯ ନର୍ସିଂହୋମ ସୁରୁଖରୁରେ ଚାଲିଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ସେହିପରି ସହରର ମାଧପୁରସ୍ଥ ସାମାଜିକ କର୍ମୀ ଗୌତମ ସାହୁ କହିଛନ୍ତି, ସୁପରିଚାଳନା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଡିସ୍‌ପ୍ଲେ ବୋର୍ଡ ଅଛି। ଏହି ବୋର୍ଡରେ କର୍ମଚାରୀଙ୍କ ନାମ, କର୍ତ୍ତବ୍ୟ ସମୟ ଓ ମୋବାଇଲ ନମ୍ବର ରହୁନାହିଁ। ଡାକ୍ତରମାନେ ଏହାର ସୁବିଧା ନେଇ ସକାଳ ୫ଟାରେ ଆଉଟଡୋର କାମ ସାରି ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଜିଲା ପ୍ରଶାସକ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଆଉଟଡୋରରେ ପ୍ରବଳ ଭିଡ ହେଉଛି। ଅପରପକ୍ଷେ ଗ୍ରାମାଞ୍ଚଳ ପିଏଚ୍‌ସି ଓ ସିଏଚ୍‌ସିରେ ପ୍ରତିଦିନ ୬ ଘଣ୍ଟା କାର୍ଯ୍ୟ କରିବା ନିୟମ ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସପ୍ତାହରେ ଏକକାଳୀନ ୩ ଦିନ ରହି ନିଜର ୪୨ ଘଣ୍ଟାର କର୍ତ୍ତବ୍ୟ ସାରିଥିବା ପ୍ରକାଶ କରୁଛନ୍ତି। ଏଥିପାଇଁ ଉପାନ୍ତ ଅଞ୍ଚଳର ରୋଗୀ ବାଧ୍ୟ ହୋଇ କ୍ୱାକଙ୍କ ହାବୁଡରେ ପଡୁଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ରୋଗୀଙ୍କ ଭାଗ୍ୟ ରେଫରରେ ସୀମିତ। ତେବେ ସରକାରୀ ଡାକ୍ତରଖାନାରେ କେଉଁ ଭିତ୍ତିଭୂମୀ ନ ଥିବାରୁ ରୋଗୀମାନଙ୍କୁ ରେଫର କରାଯାଉଛି, ସେ ସମ୍ପର୍କରେ ଉଲ୍ଲେଖ ରହୁନାହିଁ। ଫଳରେ ଜିଲା ସ୍ବାସ୍ଥ୍ୟସେବାର ଆବଶ୍ୟକ ଭିତ୍ତିଭୂମୀକୁ ସଜଡା ଯାଇପାରୁନାହିଁ। ସାଧାରଣ ଭାବେ ହାଡ ଭଙ୍ଗା ରୋଗୀଙ୍କ ପ୍ଲାଷ୍ଟର ହେଉନାହିଁ। ବିଭିନ୍ନ ସମୟରେ ଏକ୍ସରେ, ଅଲଟ୍ରାସାଉଣ୍ଡ ଆଦି ମେଶିନ ଚଳାଇବାକୁ କର୍ମଚାରୀ ମିଳୁନାହାନ୍ତି। ଡାକ୍ତର ଓ କର୍ମଚାରୀ ଅଭାବ ଦର୍ଶାଇ ରେଫର କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ଭିତ୍ତିଭୂମୀ ସଜାଡିବାରେ ଅଣହେଳା ହେଉଛି। ପ୍ରତିଦିନ ଜିଲାପାଳ ଓ ସିଡିଏମ୍‌ଓଙ୍କ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗସ୍ତ ହେଲେ ଏହାର ସମାଧାନ ହୋଇ ପାରନ୍ତା ବୋଲି ସେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଗତ ବର୍ଷକ ମଧ୍ୟରେ ଜିଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିଛି। ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ନିୟୋଜନ ଓ ଚିକିତ୍ସା ସେବାକୁ ମନିଟରିଂ କରାଯାଉଛି। ଏହାବ୍ୟତୀତ ଜିଲାରେ ଘରୋଇ ଚିକିତ୍ସା ଅନୁଷ୍ଠାନର ବ୍ୟତିକ୍ରମ ସମ୍ପର୍କରେ କୌଣସି ଅଭିଯୋଗ ଆସିଲେ ତଦନ୍ତ ସହ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri