ଗଡ଼ିବ ପ୍ରାଇଭେଟ ମାଲ୍‌ବାହୀ ଟ୍ରେନ

ନୂଆଦିଲ୍ଲୀ,୨୭।୭: ଦେଶ ମଧ୍ୟରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ଲାଗି ରେଲଓ୍ବେ ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଉଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଘରୋଇ ମାଲ୍‌ବାହୀ ଟ୍ରେନ ଚଳାଚଳ ନେଇ ରେଲଓ୍ବେର ମଧ୍ୟ ଯୋଜନା ରହିଥିବା ଜଣାପଡିଛି। ଯୋଜନା କାର୍ଯ୍ୟକାରୀ ହେଲେ ଏହି ଟ୍ରେନଗୁଡିକ ଡେଡିକେଟେଡ୍‌ ମାଲ୍‌ କରିଡରରେ ଚଳାଚଳ କରିପାରେ। ଡେଡିକେଟେଡ ମାଲ୍‌ ପରିବହନ କରିଡର କ୍ଷେତ୍ରରେ ରୁଟ୍‌ଗୁଡିକୁ ନିଲାମ ଲାଗି ବର୍ତ୍ତମାନ ପ୍ରକ୍ରିୟାକୁ ରେଲଓ୍ବେ ଜୋରଦାର କରିଥିବା ଜଣାପଡିଛି।
ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ କହିଛନ୍ତି ଯେ, ୨୦୨୩ରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚାଲିବା ଆଗରୁ ରେଲଓ୍ବେ ରେଗୁଲେଟର ସ୍ଥାପନ କରାଯିବ। ଡେଡିକେଟେଡ୍‌ ମାଲ୍‌ କରିଡରଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ ମାଲ୍‌ ପରିବହନ ଲାଗି ଘରୋଇ ଅପରେଟରଙ୍କୁ ସୁଯୋଗ ଦେବାକୁ ଯୋଜନା କରାଯାଉଛି। ସେମାନେ ଓ୍ବାଗନ ଏବଂ କଣ୍ଟେନରରେ ମଧ୍ୟ ନିବେଶ କରିବେ। ଆଗକୁ ଆସିବାକୁ ଥିବା ରେଗୁଲେଟର ଉଭୟ ଯାତ୍ରୀବାହୀ ଏବଂ ମାଲ୍‌ ପରିଚାଳନା କ୍ଷେତ୍ରର ପ୍ରସଙ୍ଗଗୁଡିକୁ ନଜରରେ ରଖିବେ ବୋଲି ଯାଦବ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ଆର୍ଥତ୍କ ପ୍ରସଙ୍ଗକୁ ବିଚାର କରିବା ପରେ ସଚିବଙ୍କ ଏକ ଗ୍ରୁପ ଘରୋଇ ମାଲବାହୀ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
୨୦୦୬ ପରଠାରୁ ଘରୋଇ କଣ୍ଟେନର ଟ୍ରେନ ଚଳାଚଳ କରୁଛି। ମାତ୍ର ଏଗୁଡିକର ସଂଖ୍ୟା ସ୍ବଳ୍ପ ରହିଛି। ଅନ୍ୟ ବର୍ଗରେ ଘରୋଇ ମାଲବାହୀ ଟ୍ରେନ ଚଳାଚଳ ନେଇ ବର୍ତ୍ତମାନ ନିଯୁକ୍ତି ଦିଆଯାଇ ନାହିଁ। ଦେଶରେ ୧୦୯ ଯୋଡା ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଚଳ କରାଇବା ଲାଗି ସରକାର କମ୍ପାନୀଗୁଡିକଠାରୁ ବିଡ୍‌ ଆହ୍ବାନ କରିଛନ୍ତି। ଏହାଦ୍ୱାରା ଦେଶରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ନିବେଶ ହେବ ବୋଲି କୁହାଯାଉଛି। ପ୍ରକଳ୍ପ ଲାଗି ରିହାତି ସମୟ ୩୫ ବର୍ଷ ରହିଛି। ଘରୋଇ ଫାର୍ମଗୁଡିକ ଟ୍ରେନ ଲାଗି ପୁଞ୍ଜି ଲଗାଣ, ସାମଗ୍ରୀ ସଂଗ୍ରହ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦିଗରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ରେଲଓ୍ବେ ପକ୍ଷରୁ କୁହାଯାଇଛି ଯେ, ଏଭଳି ପଦକ୍ଷେପ ଦ୍ୱାରା ଅତ୍ୟାଧୁନିକ ଟେକ୍ନୋଲୋଜିର ରୋଲିଂ ଷ୍ଟକ, ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହ୍ରାସ, ଟ୍ରାଞ୍ଜିଟ ସମୟ ହ୍ରାସ, ନିରାପତ୍ତା, ନିଯୁକ୍ତି ସୃଷ୍ଟି, ଲୋକଙ୍କୁ ବିଶ୍ୱସ୍ତରୀୟ ଯାତ୍ରୀସେବା ଅଭିଜ୍ଞତା ପ୍ରଦାନ ଦିଗରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପନିପରିବା ଉପରେ କେରଳ ଦେବ ଏମ୍‌ଏସ୍‌ପି

ଥିରୁଭାନନ୍ତପୁରମ: ପନିପରିବା ଉପରେ କେରଳ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରିବ। ଏଭଳି ବ୍ୟବସ୍ଥା ଗ୍ରହଣ କ୍ଷେତ୍ରରେ କେରଳ ପ୍ରଥମ ରାଜ୍ୟ ବୋଲି ଜଣାପଡିଛି। ନୂଆ...

କୋର୍‌ ସେକ୍ଟର ଅଭିବୃଦ୍ଧି ୨.୫% ହ୍ରାସ

ନୂଆଦିଲ୍ଲୀ,୨୮।୧୧: କରୋନା ମହାମାରୀର ଯୋଗୁ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇ ରହିଛି। ଲକଡାଉନ କଟକଣାକୁ ସରକାର...

ସିକେପି ସମବାୟ ବ୍ୟାଙ୍କ ବିରୋଧରେ କଟକଣା

ନୂଆଦିଲ୍ଲୀ,୪। ୫: ବ୍ୟାଙ୍କଗୁଡ଼ିକରେ ଟଙ୍କା ରଖିବା ସୁରକ୍ଷିତ ବୋଲି ବିଚାର କରାଯାଇଥାଏ। ହେଲେ ବର୍ତ୍ତମାନ ଏମିତି କିଛି ଘଟଣା ଘଟୁଛି ଯାହା ଲୋକଙ୍କର ବ୍ୟାଙ୍କ ବ୍ୟବସ୍ଥାକୁ...

ଟିଭିଏସ୍‌କୁ ଲକ୍ଷେ ମାସ୍କ ଦେଲା ଦକ୍ଷିଣ କୋରିଆ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଅଙ୍ଗୁକ ଜେନ ସେଣ୍ଟର ପକ୍ଷରୁ ଟିଭିଏସ୍‌ ମୋଟର କମ୍ପାନୀକୁ ୧ଲକ୍ଷ ମାସ୍କ ପ୍ରଦାନ କରାଯାଇଛି। ଏହି ମାସ୍କ ଭାରତରେ ମାଗଣା...

ଆର୍‌ଓସି ଆବେଦନ ଖାରଜ କଲେ ଏନ୍‌ସିଏଲ୍‌ଏଟି

ମୁମ୍ବାଇ,୭-୧: ଟାଟାସନ୍ସ-ମିସ୍ତ୍ରି କର୍ପୋରେଟ ମାମଲାରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।...

ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳ ବାତିଲ

ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ...

ଆଇଟିଆର୍‌ ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୧: ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନ (ଆଇଟିଆର୍‌) ସ୍ଲାବ୍‌ରେ ପରିବର୍ତ୍ତନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ୨୦୨୩ ସାଧାରଣ ବଜେଟ ଅଭିଭାଷଣରେ ଏ...

୧୫ରୁ ଲାଗୁ ହେବ କିଷାନ ପେନସନ ସ୍କିମ୍‌ ଯୋଜନା

ନୂଆଦିଲ୍ଲୀ,୪-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରୁ କିଷାନ ପେନସନ ସ୍କିମ୍‌କୁ ଲାଗୁ ହେବା ନେଇ ଘୋଷଣା କରିିବାକୁ ଯାଉଛନ୍ତି। କୃଷି ସଚିବ ରାଜ୍ୟଗୁଡ଼ିକୁ ପତ୍ର...

Advertisement
Archives

Model This Week