ଆମ୍ବୁଲାନ୍ସ ଭଡ଼ା ଆକାଶଛୁଆଁ

ଭୁବନେଶ୍ୱର,୧୨ା୫(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହିଛି। ସ୍ଥିତି ଏପରି ହୋଇଛି ରୋଗୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସର ଅଭାବ ପଡୁଛି। ଏହାର ସୁଯୋଗ ନେଇ ଏବେ ଘରୋଇ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା ଲୋକଙ୍କୁ ଲୁଟୁଛନ୍ତି। ୧୦ କି.ମି. ପାଇଁ ୧୦ ହଜାର ଟଙ୍କା ଭଡ଼ା ଦାବି କରୁଥିବାବେଳେ ପିପିଇ କିଟ୍‌ ବାହାନା ଦେଖାଇ ମନଇଚ୍ଛା ଅତିରିକ୍ତ ଚାର୍ଜ ନେଉଛନ୍ତି। କୋଭିଡ୍‌ ରୋଗୀ ହେଲେ କଥା ସରିଲା। ପାଟିରୁ ଯାହା ବାହାରିଲା। ତେବେ ଆମ୍ବୁଲାନ୍ସ ସଂସ୍ଥା ଲୋକଙ୍କୁ ଏପରି ମନଇଚ୍ଛା ଶୋଷଣ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି ପଦକ୍ଷେପ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମଙ୍ଗଳବାର ଜିଜିପି କଲୋନୀର ଜଣେ ବ୍ୟକ୍ତି ସମ୍‌ ହସ୍ପିଟାଲ ଯିବା ପାଇଁ ଏକ ଘରୋଇ ଆମ୍ବୁଲାନ୍ସ ସଂସ୍ଥାକୁ ଫୋନ୍‌ କରିଥିଲେ। ହେଲେ ଏଥିପାଇଁ ୧୨ ହଜାର ଟଙ୍କା ଭଡ଼ା ପଡ଼ିବ ବୋଲି କୁହାଯାଇଥିଲା। ସେହିପରି ଆଉଜଣେ ବ୍ୟକ୍ତି ବାଣୀବିହାରରୁ କିଟ୍‌ ଛକ ଯିବା ପାଇଁ ୮ ହଜାର ଟଙ୍କା ଭଡ଼ା ଦେଇଥିଲେ। ଏତେ ଟଙ୍କା କାହିଁକି ନେଉଛନ୍ତି ବୋଲି ପଚାରିବାରୁ ସଂସ୍ଥା ପକ୍ଷରୁ ପିପିଇ କିଟ୍‌ ଦିଆଯାଉଥିବା କୁହାଯାଇଥିଲା। କିନ୍ତୁ ବାସ୍ତବରେ ଗୋଟିଏ ପିପିଇ କିଟ୍‌ ଦାମ ୫୦୦ ରୁ ୬୦୦ଟଙ୍କା ମଧ୍ୟରେ ବଜାରରେ ମିଳୁଛି। ହେଲେ ସେମାନେ ପିପିଇ କିଟ୍‌ ବାବଦକୁ ହଜାରରୁ ଅଧିକ ଟଙ୍କା ହିସାବ କରୁଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସର ଦର ନେଇ ନିର୍ଦ୍ଦିଷ୍ଟ ନିୟମ ଧାର୍ଯ୍ୟ କରାଯିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୀପୁରକୁ ସମ୍ପ୍ରସାରଣ ହେଲା ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନ ଗୁରୁବାର ରେଳ ମାନଚିତ୍ରରେ ସ୍ଥାନ ପାଇଛି। ଫଳରେ ବହୁ ପ୍ରତୀକ୍ଷିତ ଅଞ୍ଚଳବାସୀ ଏ ନେଇ...

ଭିଜିଲାନ୍ସ ଜାଲରେ ରେଞ୍ଜର

ବାଲିଗୁଡ଼ା,୧୦ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ...

‘ପଶ୍ଚିମ ଓଡ଼ିଶାକୁ ସାବତପୁଅ ଭଳି ବ୍ୟବହାର କରାଯାଉଛି’

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ...

ଗୁଜବ ପ୍ରଚାର କଲେ ଅପରାଧ ବିବେଚନା ହେବ

ଭୁବନେଶ୍ୱର, ୧୪।୩ (ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ରାଜ୍ୟ...

ଖୋଳାଯିବ ୧.୨୫ ଲକ୍ଷ କୂପ

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ସାରା ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ କୂପ(ଡଗ୍‌-ୱେଲ)ଖୋଳାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଏହି ଖନନ କାର୍ଯ୍ୟ...

ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ...

ଅଧାବାଟରେ ପଙ୍କଚର ହେଲା ୧୦୮: ମେଡ଼ିକାଲ ଡେରିରେ ପହଞ୍ଚି ଗଲା ରୋଗୀଙ୍କ ଜୀବନ

ରାୟଗଡା ଅଫିସ, ୧୬।୧୦: ରୋଗୀଙ୍କୁ ଧରି ଆସୁଥିଲା ୧୦୮ ଆମ୍ବୁଲାନ୍ସ। କିନ୍ତୁ ତାହା ଅଧାବାଟରେ ପଙ୍କଚର ହୋଇଗଲା। ଦୁଇଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା...

ବିଜେପୁର ଉପନିର୍ବାଚନ : ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସନତ କୁମାର ଗଡ଼ତିଆଙ୍କ ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।...

Advertisement
Archives

Model This Week