Posted inଜାତୀୟ

ଜେଲ୍‌ରୁ ମୁକୁଳିବେ କଏଦୀ, କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୭।୨ : ଉତ୍ତରପ୍ରଦେଶର ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ଖୁସି ଖବର ଆସିଛି। ଯେଉଁମାନେ ୧୪ ବର୍ଷ କାରାଦଣ୍ଡ ପୂରଣ କରିଛନ୍ତି କିମ୍ବା ଯେଉଁମାନଙ୍କର ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ସେମାନଙ୍କୁ ମୁକୁଳାଇବା ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜେଲରେ ଥିବା କଏଦୀଙ୍କ ସଂଖ୍ୟା ବଢୁଥିବାରୁ ଏବଂ ସେମାନଙ୍କ ବିଚାର ର ଶୁଣାଣି ହୋଇପାରୁ ନଥିବାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସେମାନଙ୍କ ମୁକ୍ତି ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶରେ ସାତ ହଜାରରୁ ଅଧିକ କଏଦୀ ଅଛନ୍ତି, ଯେଉଁମାନେ ଦଶ ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ ସରକାର ଦଣ୍ଡ ବିରାମ ଧାରା ୪୩୩-ଏ ଅନ୍ତର୍ଗତ ଏକ କମିଟି ଗଠନ କରି ଏପରି ମାମଲାଗୁଡ଼ିକର ବିଚାର କରିବା ଉଚିତ। ନିକଟରେ ଏକ ମାମଲା ସୁପ୍ରିମକୋର୍ଟଙ୍କ ନଜରକୁ ଆସିଥିଲା ଯେଉଁଥିରେ ଆଇନଜୀବୀ ପ୍ରସ୍ତୁତ ହୋଇ ନ ଥିବାରୁ ହାଇକୋର୍ଟ ଜାମିନ ଶୁଣାଣିକୁ ମନା କରିଦେଇଥିଲେ। ଅଭିଯୁକ୍ତ ୧୭ ବର୍ଷ ଜେଲରେ ଥିବାରୁ କୋର୍ଟ ଏହାର ଶୀଘ୍ର ସମାଧାନ କରିବାକୁ ଚାହୁଁଥିଲେ। କଏଦୀମାନଙ୍କ ଯତ୍ନର ଅଭାବ, ଦାରିଦ୍ରତା, ଆଇନଜୀବୀଙ୍କ ଅନୁପସ୍ଥିତି ଯୋଗୁଁ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ।

ଆହ୍ଲାବାଦ ହାଇକୋର୍ଟରେ ଅଢ଼େଇ ଲକ୍ଷରୁ ଅଧିକ ଅପରାଧିକ ଆବେଦନ ବିଚାରାଧୀନ ଅଛି। ଯଦି ଏହି ପାଇଲଟ ପ୍ରୋଜେକ୍ଟ ଉତ୍ତରପ୍ରଦେଶରେ ସଫଳ ହୁଏ, ତେବେ ଏହା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇପାରିବ। ରାଜ୍ୟରେ ହାଇକୋର୍ଟରେ ବିଚାରପତିଙ୍କ ପ୍ରାଧିକୃତ କ୍ଷମତା ୧୬୦। କିନ୍ତୁ ସେଥିମଧରୁ ୬୭ଟି ପଦବୀ ଖାଲି ଅଛି।

ଏହି କମିଟି ଗଠନରେ, ଜେଲ ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ଜେଲର ଜାଣନ୍ତି କେଉଁ କଏଦୀ କେତେ ଦଣ୍ଡ ଭୋଗୁଛନ୍ତି ଏବଂ କେଉଁ କଏଦୀମାନେ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ୧୪ ବର୍ଷ କାରାଦଣ୍ଡ ଭୋଗିଥିବା କଏଦୀମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୀଘ୍ର ମୁକ୍ତି ପାଇଁ ତାଙ୍କ ମାମଲା ରାଜ୍ୟ କାରାଗାର ରିଲିଜ କମିଟିକୁ ପଠାଇବାକୁ ଶୀର୍ଷକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri